Categories: ଖେଳ

ଆଇ- ଲିଗ୍‌: ଆଇଜଲ ଏଫ୍‌ସି ବିଜୟୀ

କୋଲକାତା,୩୧।୧(ପି.ଟି.): ସ୍ଥାନୀୟ ମୋହନ ବାଗାନ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ଆଇ- ଲିଗ୍‌ର ଏକ ମ୍ୟାଚ୍‌ରେ ଆଇଜଲ ଏଫ୍‌ସି ୨-୧ ଗୋଲରେ ନେରେକା ଏଫ୍‌ସିକୁ ପରାସ୍ତ କରିଛି। ଆଇଜଲ ତରଫରୁ ପିସି ଲାଲଡିନପୁଇଆ ୩୭ତମ ମିନିଟ୍‌ରେ ପ୍ରଥମ ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ନେରେକା ତରଫରୁ ଜୁଡା ଗାର୍ସିଆ ୪୯ତମ ମିନିଟ୍‌ରେ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ। ତେବେ ୫୬ତମ ମିନିଟ୍‌ରେ ଏମ୍‌ସି ମାଲସମଜୁଆଲା ଗୋଲ ଦେଇ ଆଇଜଲକୁ ଜିତାଇଥିଲେ। ଏହି ବିଜୟ ସହ ଆଇଜଲ ୪ଟି ମ୍ୟାଚ୍‌ ଖେଳି ୨ ବିଜୟ, ଗୋଟିଏ ଲେଖାଏ ଡ୍ର ଓ ପରାଜୟ ସହ ୭ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ନେରୋକା ୪ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ଗୋଟିଏ ଡ୍ର ଓ ୨ଟି ପରାଜୟ ସହ ୪ ପଏଣ୍ଟ ପାଇ ତାଲିକାର ଦଶମ ସ୍ଥାନରେ ରହିଛି।
ଗୋକୁଳମ କେରଳ- ରିୟଲ କାଶ୍ମୀର ମ୍ୟାଚ୍‌ ଡ୍ର
ସେହିପରି ଶନିବାର ଗୋକୁଳମ କେରଳ ଓ ରିୟଲ କାଶ୍ମୀର ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ ଗୋଲଶୂନ୍ୟ ଭାବେ ଶେଷ ହୋଇଛି ଓ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି। ୭ ପଏଣ୍ଟ ପାଇ କେରଳ ଚତୁର୍ଥ ସ୍ଥାନରେ ରହିଥିବା ବେଳେ କାଶ୍ମୀର ୬ ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ରହିଛି।

Share