‘ମୁଁ’ ଆଉ ଚଳୁନି

ଡ. ସତ୍ୟନାରାୟଣ ମିଶ୍ର

ଦେଶରେ ଦୁଇଟି ନୀତି ଦୈନନ୍ଦିନ ଜୀବନ ଧାରଣରେ ଜନତାଙ୍କର ସମସ୍ୟାକୁ ସବୁ ସମୟରେ ସାମ୍‌ନା କରିଥାଏ। ସେଥିରୁ ଗୋଟିଏ ଥାଏ ଅର୍ଥନୀତି ଓ ଅନ୍ୟଟି ଥାଏ ରାଜନୀତି। ଅର୍ଥନୀତି ଜୀବନ ନିର୍ବାହ କରିବା ପାଇଁ ବ୍ୟବସ୍ଥା ପ୍ରସ୍ତୁତ କରିଥାଏ; ଯାହା ଥାଏ ଏକ ଶୃଙ୍ଖଳିତ ବିଚାରଧାରା ଓ ନୀତି ନିୟମର ସାମଗ୍ରିକ ନିଷ୍ପତ୍ତି। ମାତ୍ର ରାଜନୀତି ଅର୍ଥନୀତିକୁ ପ୍ରଭାବିତ କରିଥାଏ, କାରଣ ରାଜନୈତିକ ନେତା ବା ରାଜନୈତିକ ଦଳ ସରକାର ପ୍ରସ୍ତୁତ ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି; ଯାହାଦ୍ୱାରା ବିଧି ବ୍ୟବସ୍ଥା ପ୍ରସ୍ତୁତ ହୋଇଥାଏ। ତେଣୁ ରାଜନୈତିକ ଦଳ ବ୍ୟବସ୍ଥାପକ ଭାବେ କାର୍ଯ୍ୟ କରୁଥିବା ବେଳେ ଅର୍ଥନୀତି ବ୍ୟବସ୍ଥାପକର କାର୍ଯ୍ୟଭାରକୁ କାର୍ଯ୍ୟକାରୀ କରିଥାଏ। ଅର୍ଥନୈତିକ ବ୍ୟବସ୍ଥା ଦ୍ୱାରା ଅର୍ଥନୀତିକୁ ନିୟନ୍ତ୍ରଣ କରାଯାଇଥାଏ। ଯେତେବେଳେ କୌଣସି ପରିସ୍ଥିତିର ଆବଶ୍ୟକତା ଥାଏ ସେତେବେଳେ ଅର୍ଥନୈତିକ ବିଶାରଦମାନେ ଅର୍ଥନୀତିକୁ ସୁଦୃଢ କରିବାକୁ ବିଭିନ୍ନ ପଦକ୍ଷେପ ମାନ ନେଇଥାନ୍ତି; ଯାହାଦ୍ୱାରା ଅବକ୍ଷୟ ଅର୍ଥନୀତିକୁ ଠିକ୍‌ ଧାରାକୁ ଅଣାଯାଇପାରେ। ସେହି ସଂସ୍କାରବାଦୀ ଅର୍ଥନୀତିର ଦୃଷ୍ଟାନ୍ତ ସ୍ବରୂପ ଭାରତୀୟ ବଜାରରେ ବର୍ତ୍ତମାନ ପଇସା ଓ ଏକଟଙ୍କାର ବିନିମୟ ବନ୍ଦ ହୋଇଯାଇଅଛି। ସମୟ ତଥା ସ୍ଥିତି ପରିସ୍ଥିତିର ଆବଶ୍ୟକତାକୁ ନେଇ ପଇସା ଓ ଏକଟଙ୍କାର ପ୍ରଚଳନ ବନ୍ଦ ହୋଇଯାଇଛି; ଯାହା ଜନତାଙ୍କର ହୁଏତ ଆବଶ୍ୟକତା ଥିଲା ବୋଲି ଗ୍ରହଣ କରିବାକୁ ପଡ଼ିବ। ବର୍ତ୍ତମାନ ପଇସା ଓ ଟଙ୍କିକିଆ ମୁଦ୍ରା ଆଉ ଚଳୁନାହିଁ ଯେପରି ଜନସାଧାରଣଙ୍କର ମାନସିକ ତଥା ଆର୍ଥିକ ସ୍ଥିତିରେ ଉନ୍ନତି ହୋଇ ଏହାର ପରିପ୍ରକାଶ ହୋଇଛି ଓ ଜନସାଧାରଣ ତାହା ଇଚ୍ଛାରେ ହେଉ ବା ଅନିଚ୍ଛାରେ ହେଉ ମାନିନେଇଛନ୍ତି ବା ମାନିବାକୁ ବାଧ୍ୟ। ଯେତେବେଳେ ବଡ଼ ବଡ଼ ଟଙ୍କାର ଆବଶ୍ୟକତା ଓ ଆକାର ପ୍ରକାରର ଆବଶ୍ୟକତା ହେଲା ସେତେବେଳେ ପରିବର୍ତ୍ତନର ଧାରାରେ ପଇସା ଓ ଟଙ୍କିକିଆ ମୁଦ୍ରା ଅଚଳ ହୋଇଗଲା। ଠିକ୍‌ ସେହିପରି ରାଜନୀତି ବିଶାରଦମାନେ ରାଜନୀତିର ପୃଷ୍ଠଭୂମିକୁ ଅନୁଧ୍ୟାନ କରି ‘ମୁଁ’ ଭଳି ରାଜନୈତିକ ଦଳର ସର୍ବୋଚ୍ଚ କର୍ତ୍ତା ବା କର୍ତ୍ତ୍ରୀକୁ ଅଚଳ ଘୋଷଣା କରିବା ହେତୁ ‘ମୁଁ’ର ଆଦର ଜନସାଧାରଣଙ୍କ ନିକଟରେ ଆଦୃତ ହେଉନାହିଁ। ‘ମୁଁ’ ବର୍ତ୍ତମାନ ସ୍ବୟଂ ଅଚଳ ମୁଦ୍ରା ଭଳି କେବଳ ରାଜନୈତିକ ଭଣ୍ଡାରରେ ଗଚ୍ଛିତ ହେବା ସହ ଇତିହାସର ପୃଷ୍ଠା ପାଇଁ ଲିପିବଦ୍ଧ ହେଉଅଛି। ଅର୍ଥନୀତିରେ ପଇସା ଓ ଟଙ୍କିକିଆ ମୁଦ୍ରାର ଯେପରି ଅବସ୍ଥା ରାଜନୀତିରେ ‘ମୁଁ’ ହେଉଛି ଅନୁରୂପ ଅବସ୍ଥା, ଯାହା ‘ମୁଁ’ ଆଉ ଚଳୁନି।
ଇତିହାସକୁ ଅବଲୋକନ କଲେ ଚିତ୍ର ସ୍ପଷ୍ଟ ହୋଇଥାଏ ଯେ ଯେଉଁ ରାଜନୈତିକ ଦଳ ଇତିହାସ ସୃଷ୍ଟି କରିଥିଲା ଆଜି ସେ ରାଜନୈତିକ ଦଳ ନିଜେ ଇତିହାସ ହୋଇଯିବାର ଦ୍ୱାର ଦେଶରେ। ଭାରତୀୟ ମୁକ୍ତି ସଂଗ୍ରାମ ଓ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଭାରତୀୟ ଜାତୀୟ କଂଗ୍ରେସର ସୃଷ୍ଟି ହୋଇଥିଲା ୧୮୮୫ ମସିହାରେ। ଏକ ବୃହତ୍‌ ଦୂରଦୃଷ୍ଟି ଓ ସାମଗ୍ରିକ ଉନ୍ନତି ତଥା ନିର୍ଭୀକ ସମଷ୍ଟିଗତ ବିଚାରଧାରାକୁ ପାଥେୟ କରି ଉକ୍ତ ଦଳ ଜନ୍ମ ଦେଇଥିଲା ଭାରତୀୟ ମୁକ୍ତି ସଂଗ୍ରାମକୁ। ସେତେବେଳେ କଂଗ୍ରେସ ଥିଲା ଏକ ସଂଗଠନ ବା ସମ୍ମେଳନ, ଯାହାର ଉଦ୍ଦେଶ୍ୟ ଥିଲା ସାମୂହିକ ଉନ୍ନତି, ସାମଗ୍ରିକ ବିଚାରଧାରା ଓ ସମନ୍ବୟ। ଦଳର ନୀତିନିୟମ ଓ ଶୃଙ୍ଖଳାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଉକ୍ତ ଦଳର ମୁଖ୍ୟ ନିୟନ୍ତ୍ରକ ଦଳର ସଦସ୍ୟମାନଙ୍କ ଦ୍ୱାରା ମନୋନୀତ ବା ନିର୍ବାଚିତ ହୋଇଥାନ୍ତି; ଯାହା ଏକ ବିଧିବଦ୍ଧ ଅବଧି ପର୍ଯ୍ୟନ୍ତ ସ୍ଥିରୀକୃତ ହୋଇଥାଏ । ଏଠାରେ ବ୍ୟକ୍ତି ଥାଏ ନୂ୍ୟନ ଓ ଗୋଷ୍ଠୀ ଥାଏ ଉଚ୍ଚ । ରାଜନୈତିକ ବିଚାର ଧାରାରେ ଉକ୍ତ ଦଳରେ କେତେ ମାନ୍ୟଗଣ୍ୟ ଗୁଣୀ ବ୍ୟକ୍ତି ଦଳର ସଭାପତି ଆସନ ଅଳଙ୍କୃତ କରିଥିଲେ ତାହା କେବଳ ଇତିହାସ ହୋଇଯାଇଛି। ମାତ୍ର ସ୍ବାଧୀନତା ପୂର୍ବରୁ କଂଗ୍ରେସ ଦଳ ସାମୂହିକ ନିଷ୍ପତ୍ତି ଓ ସାମଗ୍ରିକ ଉଦ୍ୟମ ଉପରେ ବିଶ୍ୱାସ କରି କାର୍ଯ୍ୟଭାର ବହନ କରୁଥିବା ବେଳେ ସ୍ବାଧୀନତା ପରେ ଉକ୍ତ ଦଳ ଧୀରେ ଧୀରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଏକକ କର୍ତ୍ତୃତ୍ୱାଧୀନ ହିସାବରେ କାର୍ଯ୍ୟ ପନ୍ଥା ଗ୍ରହଣ କରିବାକୁ ଲାଗିଲା। ନେହେରୁ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ୧୯୬୭ରେ କଂଗ୍ରେସ ଏକ ପାରିବାରିକ ସମ୍ପତ୍ତି ହୋଇ କାର୍ଯ୍ୟ ଧାରା ଆରମ୍ଭ କଲା ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ। ପରବର୍ତ୍ତୀ ସମୟରେ ଦଳ ମଧ୍ୟରେ ଉତ୍ତରାଧିକାରୀ ବାଛିବାରେ ସହମତିର ଅଭାବ ପାର୍ଟିରେ ବିଦ୍ୱେଷ ସୃଷ୍ଟି କରିଥିଲା। କଂଗ୍ରେସ ଦଳର ନୈତିକ ଅବନତି ଏବଂ ଏହାର ରାଜନୈତିକ ଉତ୍ତରାଧିକାରର ହ୍ରାସ ହେବାର ପ୍ରଥମ ସଙ୍କେତ ଭାବରେ ନେହେରୁଭିଆନ୍‌ ସମୟରେ ଧୀରେ ଧୀରେ ହୋଇଥିଲା ଓ ଶେଷରେ କଂଗ୍ରେସର ବିଭାଜନ ହୋଇ ଇନ୍ଦିରା କଂଗ୍ରେସ (ଆଇ) ଗଠନ ସହ ଦଳ ମଧ୍ୟରେ ଏକ ଭୂଲମ୍ବ ବିଭାଜନ ହୋଇଥିଲା।
ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ନେତୃତ୍ୱର ଏକକତ୍ୱ ପୁତ୍ର ରାଜୀବ ଗାନ୍ଧୀଙ୍କ ନିକଟକୁ ଯାଇଥିଲା, ଯାହା ପାରିବାରିକ ସୂତ୍ର ଆଧାରରେ ସମ୍ପତ୍ତି ବୋଲି ବିବେଚନା କରାଯାଏ। ପରବର୍ତ୍ତୀ ସମୟରେ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ କଂଗ୍ରେସ ପୁଣି ଘଟଣା ଚକ୍ରରେ ଗାନ୍ଧୀ ପରିବାରର ପାରିବାରିକ ସମ୍ପତ୍ତି ହୋଇଗଲା। ଉତ୍ତର ଦାୟାଦ ଭାବେ ରାଜୀବ ଗାନ୍ଧୀଙ୍କ ସହଧର୍ମିଣୀ ସୋନିଆ ଗାନ୍ଧୀ ପଦ ଓ ସମ୍ପତ୍ତି ସମ୍ଭାଳିଲେ। ୧୯୮୯- ୧୯୯୬ ମଧ୍ୟରେ କଂଗ୍ରେସ ସବୁଠୁ ବଡ଼ ରାଜନୈତିକ ପୋଷାକ ହୋଇ ରହିଥିଲା ଓ ହାଇ କମାଣ୍ଡ ସଂସ୍କୃତି ଯାହା କଂଗ୍ରେସ ଦଳର ‘ମୁଁ’ ବ୍ରାଣ୍ଡ ରେଟିଂକୁ ଦୋହରାଇ ଦେଇଥିଲା ତଥା ମୁଁ-ବାଦର ପ୍ରତିଷ୍ଠା ଧୀରେ ଧୀରେ କାୟା ବିସ୍ତାର କରି ଚାଲିଲା। ୨୦୦୪ ଲୋକ ସଭା ନିର୍ବାଚନ ପରେ ମନମୋହନ ସିଂ ୟୁପିଏ ସରକାରଙ୍କ ପ୍ରଧାନମନ୍ତ୍ରୀ ହୋଇଥିଲେ, ମାତ୍ର ଦଳର ନେତୃତ୍ୱ କେବଳ ଜଣେ ବ୍ୟକ୍ତିଙ୍କଠାରେ ନିହିତ ହୋଇ ରହିଲା; ଯେଉଁଥିରେ ଦଳର ମୁଖ୍ୟ ‘ମୁଁ’ ଦ୍ୱାରା ସରକାର ପରିଚାଳନା ହେଉଥିଲା। ଉକ୍ତ ଧାରା ୨୦୦୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଚାଲୁରହିଲା ଓ ଉକ୍ତ ‘ମୁଁ’ ରାଜନୀତି ୨୦୦୯ ସାଧାରଣ ନିର୍ବାଚନରେ ୨୦୦ରୁ ଅଧିକ ସିଟ୍‌ ହାସଲ କରି ପୁଣି କ୍ଷମତା ବଜାୟ ରଖିବାରେ ସକ୍ଷମ ହୋଇଥିଲା। ମାତ୍ର ୨୦୧୪ ସାଧାରଣ ନିର୍ବାଚନରେ ନେହେରୁଙ୍କ ସମୟରେ ବୁଣାଯାଇଥିବା କଂଗ୍ରେସ ଦଳର ଅବନତିର ମଞ୍ଜି ଯାହା ଇନ୍ଦିରା ଶାସନ କାଳରେ ବଢ଼ି ଥିଲା, ତାହା ସୋନିଆ-ରାହୁଲ ଯୁଗରେ ପୂର୍ଣ୍ଣ ଗଛ ହେବା ପୂର୍ବରୁ ଅତ୍ୟଧିକ ‘ମୁଁ’ ଭାରରେ ଚାପି ହୋଇଗଲା। ଅର୍ଥନୀତିରେ ସଙ୍କଟ ଦେଖାଦେଲେ ବିମୁଦ୍ରୀକରଣ କରି ଅର୍ଥନୀତିକୁ ସୁଧାର କରାଯାଇଥାଏ ଓ ଏଥିରେ କେତେକ ମୁଦ୍ରା ଅଚଳ ହୋଇଯାଇଥାଏ, ଠିକ୍‌ ସେହିପରି କଂଗ୍ରେସ ଦଳରେ ‘ମୁଁ’ର ପ୍ରତିଷ୍ଠା ବର୍ତ୍ତମାନ ଅଚଳ ମୁଦ୍ରା ଭଳି କେବଳ ଭଣ୍ଡାରରେ ସାଇତି ରଖିବା ସହ ସମାନ। ବର୍ତ୍ତମାନ ବର୍ଷା ଯୁଆଡ଼େ ଛତା ସେଆଡ଼େ ନୀତିରେ ଅନେକ ନେତା ଓ ମତଦାତା ନିଜର ପରିଚୟ ହରାଇ କେବଳ ଆଜ୍ଞା ସମ୍ବୋଧନରେ ସୀମିତ ହେଉଛନ୍ତି । ପରୋକ୍ଷରେ ଏହା ଦୃଢ଼ୀକୃତ କରିଥାଏ ଯେ ଭାରତରେ ରାଜନୈତିକ ଦଳଗୁଡ଼ିକରେ ଗଣତନ୍ତ୍ର ବ୍ୟତିରେକ ରାଜତନ୍ତ୍ରର ପ୍ରତିଷ୍ଠା ହୋଇ ସାରିଲାଣି। କେବଳ କଂଗ୍ରେସରେ ନୁହେଁ ଏକଚ୍ଛତ୍ରବାଦୀ ‘ମୁଁ’ର ପ୍ରତିଷ୍ଠା ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ରାଜନୈତିକ ଦଳଗୁଡ଼ିକରେ କାୟା ବିସ୍ତାର କରି ଗଣତନ୍ତ୍ରର ଗରିଷ୍ଠତାକୁ ପ୍ରତ୍ୟାଖ୍ୟାନ କରି ଏକକ ନିଷ୍ପତ୍ତି ବା ସୁପ୍ରିମୋ ଉପରେ ନ୍ୟସ୍ତ ହୋଇସାରିଲାଣି; ଯାହା ‘ମୁଁ’ ନାମରେ ନାମିତ ଓ ଧୀରେ ଧୀରେ ‘ମୁଁ’ ଅଚଳ ସ୍ଥିତିରେ ଦଣ୍ଡାୟମାନ। ତେଣୁ ରାଜନୀତିରେ କ୍ରିୟା ଓ ପ୍ରକ୍ରିୟାକୁ ସମତୁଲ କରି ସମଷ୍ଟିଗତ ବିଚାରଧାରାକୁ ପ୍ରାଧାନ୍ୟ ଦେଇ ‘ମୁଁ’ରୁ ନିଜକୁ ବହିଷ୍କରଣ କରି ଅନ୍ୟମାନଙ୍କ ନିକଟରେ ଥିବା ଗୁଣବତ୍ତାକୁ ଉପଯୋଗକଲେ ସମତା ଓ ସ୍ଥିରତାର ପ୍ଲାବନ ସୃଷ୍ଟି ହୋଇପାରିବ। ଗଣତାନ୍ତ୍ରିକ ଗତିରେ ପ୍ରତ୍ୟେକ ରାଜନୈତିକ ଦଳର ସୃଷ୍ଟି ହୋଇଥାଏ ସମଷ୍ଟିରୁ, ମାତ୍ର ସମୟକ୍ରମେ ତାହା ‘ମୁଁ’ ଦ୍ୱାରା ଅକ୍ତିଆର ହୋଇ ଏକକ ନିଷ୍ପତ୍ତିରେ ସୀମିତ ରହିଥାଏ; ଯେଉଁଠି ନ ଥାଏ ସମଷ୍ଟିର ସ୍ବର ଓ ପରିଶେଷରେ ଅସନ୍ତୋଷର ଦାବାନଳରେ ‘ମୁଁ’ର ବିଲୋପ ହୋଇଥାଏ ଯାହା ‘ମୁଁ’ ସ୍ବୀକାର କରିଥାଏ ଯେ ପଇସା ଓ ଏକଟଙ୍କିଆ ଭଳି ‘ମୁଁ’ ଆଉ ଚଳୁନି।
ଅଭିଲେଖାଧିକାରୀ, ଜାତୀୟ ଅଭିଲେଖାଗାର, ଭାରତ ସରକାର, ଏମ-୭୯, ମଧୁସୂଦନ ନଗର
ଭୁବନେଶ୍ବର ମୋ: ୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri