କାବୁଲ୍,୧୬ା୮: ଆଫଗାନିସ୍ତାନର ସ୍ଥିତି ବହୁତ ଖରାପ ଆଡ଼କୁ ଗତି କରୁଛି। ତାଲିବାନ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବା ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଲୋକେ ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ି ଚାଲିଯାଉଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଫଗାନିସ୍ତାନର ଜଣେ ଯୁବତୀଙ୍କ କାନ୍ଦୁଥିବା ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି।
ଏହି ଭିଡିଓରେ ଯୁବତୀ ଜଣକ ନିଜ ଦେଶ ପ୍ରତି ହେଉଥିବା ବର୍ବରତାକୁ ପୂରା ବିଶ୍ୱକୁ ଜଣାଇବାକୁ ଚାହିଁଛନ୍ତି।
“We do not count because we were born in Afghanistan . . . We’ll die slowly in history.” I am heartbroken. The women & girls of Afghanistan have been abandoned. What of their dreams, hopes? The rights they have fought two decades for? #PrayforAfghanistan pic.twitter.com/Os6aSRv5RK
— Khaled Hosseini (@khaledhosseini) August 14, 2021
ଆଫଗାନିସ୍ତାନକୁ ତାଲିବାନ ରବିବାର ନିଜ କବ୍ଜାକୁ ନେଇଯିବା ପରେ ଏଠାକାର ଜଣେ ଯୁବତୀଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ ଭୋ-ଭୋ ହୋଇ କାନ୍ଦୁଛନ୍ତି। ସେ ଯେଉଁ ପ୍ରଶ୍ନ ପଚାରୁଛନ୍ତି, କାହା ପାଖରେ ତା’ର ଉତ୍ତର ନାହିଁ।
୪୫ ସେକେଣ୍ଡର ଏହି ଭିଡିଓ କ୍ଲିପ୍ରେ ଯୁବତୀ ଜଣକ ଖୁବ୍ ଜୋର୍ରେ କାନ୍ଦୁଛନ୍ତି। ସେ ଏଥିରେ କହିଛନ୍ତି, ‘ଆମର ଅସ୍ତିତ୍ୱ କାହା ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, କାରଣ ଆମେ ଆଫଗାନିସ୍ତାନରେ ଜନ୍ମ ହୋଇଛୁ। ଏହା ମଧ୍ୟ କହିଛନ୍ତି, ‘ମୋତେ ଲୁହ ପୋଛିବାକୁ ପଡ଼ିବ, ଆମ ବିଷୟରେ କାହାର ଚିନ୍ତା ନାହିଁ। ଧୀରେ ଧୀରେ ଆମେ ଇତିହାସରେ ଲୀନ ହୋଇଯିବୁ।
ଏହି ଭିଡିଓଟକୁ ଗୋଟିଏ ରାତି ଭିତରେ ୧.୬ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି।