Odisha Elections 2024
Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ପରୀକ୍ଷା ଫି’ ଦାଖଲ କରିଥିଲି: ଡ. ହେମନ୍ତ କୁମାର ଛୋଟରାୟ

ସ୍ରୋତସ୍ବିନୀ ଦୟା ତଟରେ ପୁରୀ ଜିଲା କଣାସ ବ୍ଲକର ଗଡ଼ମାଟିଆପଡ଼ା ଗାଁରେ ମୋର ଜନ୍ମ। ୧୮୦୪ ଓ ୧୮୧୭ ଖୋର୍ଦ୍ଧାର ପାଇକ ବିଦ୍ରୋହରେ ଆମ ଗାଁ ପାଇକମାନଙ୍କ ବୀରତ୍ୱ ଓ ସାହସିକତା ସମ୍ପର୍କରେ ଶୁଣି ମୋ ମନରେ ଶିହରଣ ସୃଷ୍ଟି ହୋଇଥିଲା। ନଦୀପଠାର କାଶତଣ୍ଡୀ ଫୁଲ, ଆମ୍ବତୋଟା ମାଳରେ କୋଇଲିର କୁହୁସ୍ବନ, ସବୁଜ ଧାନକ୍ଷେତ ସାଙ୍ଗକୁ ଗାଁର ମେଳା ମହୋତ୍ସବ, ଯାନିଯାତ୍ରା ଓ ପର୍ବପର୍ବାଣିରୁ ମିଳୁଥିବା ଆନନ୍ଦ ମୋତେ ଆନମନା କରାଉଥିଲା ପିଲାବେଳୁ। ମୋ ଭିତରେ ସାରସ୍ବତ ସ୍ରଷ୍ଟାର ପ୍ରବୃତ୍ତିଟିଏ ଆସ୍ତେ ଆସ୍ତେ ବସା ବାନ୍ଧୁଥିଲା। ସେହି ସୃଜନ ପ୍ରବଣତାର ପରିସ୍ଫୁଟନ ସମ୍ଭବ ହୋଇଥିଲା ୧୯୭୯ ମସିହା ଇଣ୍ଟର ମିଡିଏଟ୍‌ ଶ୍ରେଣୀର ଛାତ୍ର ଥିବାବେଳେ। ରାଜ୍ୟର ଅଗ୍ରଣୀ ଶିଶୁ ସାହିତ୍ୟ ପତ୍ରିକା ‘ଶିଶୁଲେଖା’ରେ ପ୍ରକାଶ ପାଇଁ ଗପଟିଏ ଲେଖି ପଠାଇଲି। ସର୍ବରାକାର ବ୍ୟବସ୍ଥା ଥିଲାବେଳେ ଆମର ଗୋଟିଏ କଚେରି ଘର ଥିଲା। ତାକୁ ମୋ ଜେଜେ ଡାକଘର ପାଇଁ ଦେଇଦେଇଥିଲେ। ଦିନେ ପୋଷ୍ଟମାଷ୍ଟର (ଆମ ବଡ଼ବାପା) ଡାକିଲେ ମୋତେ। ହାତରେ ଧରିଥିବା ଗୋଟିଏ ଶିଶୁଲେଖାଟି ବଢ଼ାଇଦେଲେ ମୋ ହାତକୁ। ଖୋଲି ଦେଖିଲି ମୋ ଗପ ‘ଦୀପଦାନି’ ସେଥିରେ ପ୍ରକାଶ ପାଇଛି। ମୁଁ ଆତ୍ମହରା ହୋଇଗଲି। ପତ୍ରିକାଟି ଧରି ବାହାରି ଆସୁଥିଲି, ସେ ମୋତେ ବସିବାକୁ କହିଲେ ଓ ମନିଅର୍ଡର ଫର୍ମରେ ମୋଠାରୁ ଦସ୍ତଖତ ନେଇ ମୋତେ ୫୦ ଟଙ୍କା ଦେଲେ। କୁପନ୍‌ ଚିରି ହାତକୁ ଦେଲାବେଳେ ପଢ଼ିଲି ସେଥିରେ ଲେଖାଅଛି- ଗପ ‘ଦୀପଦାନିର’ ପାରିଶ୍ରମିକ ଅର୍ଥ। ମୋ ଆନନ୍ଦର ସୀମା ରହିଲା ନାହିଁ। ମୁଁ ଭାବବିହ୍ବଳ ହୋଇପଡ଼ିଲି। ଶେଷବର୍ଷ ପରୀକ୍ଷା ପାଇଁ ଫି’ ନିର୍ଦ୍ଧାରିତ ହୋଇଥାଏ ୫୦ ଟଙ୍କା। ତେଣୁ ସେ ବାବଦ ଅର୍ଥ ଆଉ ଘରେ ମାଗିବାକୁ ପଡ଼ିଲା ନାହିଁ। ପାଠପଢ଼ା ଶେଷ ହେବାମାତ୍ରେ ୧୯୮୩ ମସିହା ମେ’ ମାସରେ ସରକାରୀ ପାଠ୍ୟପୁସ୍ତକ ମୁଦ୍ରଣାଳୟ ଭୁବନେଶ୍ୱରର ପ୍ରଶାସନିକ ବିଭାଗରେ ଚାକିରିଟିଏ ପାଇଗଲି। ଜଣେ ବଡ଼ଭାଇ ‘ମଳିପଡ଼ା’ର ବୁଢ଼ାନା’ ମୋତେ ଡାକିନେଇ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ଗୋଟେ ଜମାଖାତା ଖୋଲାଇଦେଲେ। ମିଳିଥିବା ପ୍ରଥମ ଦରମାତକ ମୁଁ ସଞ୍ଚୟ କରିଦେଲି। ଚାକିରି ଜୀବନର ରୋଜଗାର ଅର୍ଥକୁ ସଞ୍ଚୟ କରିଛି ଓ ଆବଶ୍ୟକ ଅନୁସାରେ ଖର୍ଚ୍ଚ ମଧ୍ୟ କରିଛି। ଏହି ସଞ୍ଚୟ ଅଭ୍ୟାସ ମୋ ଭବିଷ୍ୟତ ପାଇଁ ବହୁମାତ୍ରାରେ ସହାୟକ ହୋଇଛି। ଆଉ ମୋ ସାହିତି୍ୟକ ଜୀବନ କଥା କହିଲେ, ଆଜି ମୁଁ ଓଡ଼ିଶାରେ ଜଣେ ପ୍ରତିଷ୍ଠିତ ଶିଶୁ ସାହିତି୍ୟକର ମାନ୍ୟତା ପାଇଛି। ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ ପତ୍ରପତ୍ରିକାରେ ମୋ ଲେଖା ପ୍ରକାଶ ପାଇଆସୁଛି। ଆକାଶବାଣୀରେ ବହୁ ଗପ, ନାଟକ, ଶିଶୁ ସାହିତ୍ୟର ପ୍ରସାରଣ ମୋର ଆଉ ଗୋଟିଏ ପରିଚୟ। ‘ଦେଶର ସମ୍ପଦ’, ‘ସୁନାପିଲା ଆମ ସାନ ନାତି’, ‘କାଳିଆ ବଳଦ’ ଆଦି ୨୦ ଖଣ୍ଡ ଶିଶୁ ସାହିତ୍ୟ ପୁସ୍ତକ ‘ବିନୋବା କାହାଣୀମାଳା’, ‘ଲାଲ୍‌ ମାଟିର ବିସ୍ମୟ’ ଆଦି ୬ଖଣ୍ଡ ଅନୁବାଦ ଶିଶୁ ସାହିତ୍ୟ ସମେତ ଅନେକ ନାଟକ, କ୍ଷୁଦ୍ର ଗଳ୍ପ ସଂକଳନ ଓ ଧର୍ମ ପୁସ୍ତକ ପ୍ରକାଶିତ ହୋଇ ମୋ ପରିଚିତିକୁ କରିଛି ପରିବ୍ୟାପ୍ତ, ଯେଉଁଥିପାଇଁ ରାଜ୍ୟର ବହୁ ମର୍ଯ୍ୟାଦାସମ୍ପନ୍ନ ଅନୁଷ୍ଠାନରୁ ମୋତେ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଛି। ସାରସ୍ବତ ରଚନା କ୍ଷେତ୍ରରେ କିଛି ଅର୍ଥ ରୋଜଗାର କରିଥିଲେ ବି ମୋର ପ୍ରଥମ ପାରିଶ୍ରମିକର ସ୍ମୃତିକୁ ମୁଁ ଏବେ ବି ଭୁଲିପାରୁନି।


Enter your email to get our daily news in your inbox.

All Right Reserved By Dharitri.Com

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri