Posted inଖେଳ

“ପ୍ରତିଦିନ କାନ୍ଦୁଥିଲି”: ଭାରତକୁ ଐତିହାସିକ ବିଜୟ ଦେବା ପରେ ଭାବପ୍ରବଣ ହେଲେ ଜେମିମାହ ରଡ୍ରିଗ୍ସ

ନବୀ ମୁମ୍ବାଇ,୩୧।୧୦: ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ସେମିଫାଇନାଲ୍‌ରେ ଭାରତ ରେକର୍ଡ ୩୩୯ ରନ୍ ଲକ୍ଷ୍ୟ ପିଛା କରି ୪୮.୩ ଓଭର୍‌ରେ ୫ ଉଇକେଟ୍ ହରାଇ ୩୪୧ ରନ୍ କରି ବିଜୟୀ ହୋଇ ମହିଳା ବିଶ୍ୱକପ୍ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଛି। ଜେମିମା ରୋଡ୍ରିଗଜ୍ ୧୩୪ ବଲ୍‌ରେ ଅପରାଜିତ ୧୨୭ ରନ୍ (୧୪ ଚୌକା) କରି ଅଧିନାୟିକା ହରମନପ୍ରୀତ କୌର (୮୯) ସହ ୧୬୭ ରନ୍‌ର ଭାଗିଦାରୀ ଗଢ଼ିଥିଲେ। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୩୮ ରନ୍‌ରେ ଅଲ୍ ଆଉଟ୍ ହୋଇଥିଲା।

ଏହା ଜେମିମାଙ୍କ ପ୍ରଥମ ବିଶ୍ୱକପ୍ ଶତକ ଯାହା ୧୧୫ ବଲ୍‌ରେ ୧୦ ଚୌକା ସହ ଆସିଥିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ତିନି ମ୍ୟାଚ୍‌ରେ କମ୍ ରନ୍ କରିବା ପରେ ଗୋଟିଏ ମ୍ୟାଚ୍‌ରେ ଡ୍ରପ୍ ହୋଇଥିବା ମୁମ୍ବାଇର ଏହି ବ୍ୟାଟର ଡିଫେଣ୍ଡିଂ ଚାମ୍ପିଅନ୍ ବିପକ୍ଷ ସେମିଫାଇନାଲ୍‌ରେ ଶତକ ହାସଲ କରି ନିଜର କ୍ଲାସ୍ ପ୍ରମାଣ କରିଛନ୍ତି।

ବିଜୟ ପରେ ଭାବୁକ ହୋଇ ଜେମିମା କହିଛନ୍ତି, “ମୁଁ ଯୀଶୁଙ୍କୁ ଧନ୍ୟବାଦ ଦେଉଛି, ଏହା ମୁଁ ନିଜେ କରିପାରିନଥାନ୍ତି। ମାଆ, ବାପା, କୋଚ୍ ଓ ମୋତେ ବିଶ୍ୱାସ କରିଥିବା ସମସ୍ତଙ୍କୁ ଧନ୍ୟବାଦ। ଗତ ମାସ ବହୁତ କଷ୍ଟକର ଥିଲା, ଏହା ସ୍ୱପ୍ନ ଭଳି ଲାଗୁଛି ଓ ଏପର୍ଯ୍ୟନ୍ତ ବିଶ୍ୱାସ ହୋଇନାହିଁ।”

ନମ୍ବର ୩ରେ ବ୍ୟାଟିଂ ବିଷୟରେ ସେ କହିଛନ୍ତି, “ମୁଁ ଜାଣିନଥିଲି ମୁଁ ତିନି ନମ୍ବରରେ ବ୍ୟାଟିଂ କରୁଛି। କ୍ରିଜକୁ ଆସିବାର ପାଞ୍ଚ ମିନିଟ୍ ଆଗରୁ ଜଣା ପଡିଥିଲା। ଏହା ମୋ ବିଷୟରେ ନୁହେଁ, ଭାରତକୁ ଜିତାଇ ଫାଇନାଲ୍‌କୁ ନେବା ପାଇଁ ଥିଲା। ଆଗରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହାରିଥିବାରୁ ଆଜି ମୋର ଅର୍ଦ୍ଧଶତକ ବା ଶତକ ନୁହେଁ, ଭାରତର ବିଜୟ ଗୁରୁତ୍ୱପୂର୍ଣ୍ଣ ଥିଲା।”

ସେ ଆହୁରି କହିଛନ୍ତି, “ଏପର୍ଯ୍ୟନ୍ତ ଯାହା ଘଟିଲା ସବୁ ଏହି ମୁହୂର୍ତ୍ତ ପାଇଁ ଥିଲା। ଏକାଧିକ ଘଟଣା ଘଟୁଥିଲା, ମୁଁ କିଛି ନିୟନ୍ତ୍ରଣ କରିପାରୁନଥିଲି। ଏହି ଟୁର୍‌ରେ ପ୍ରାୟଟି ଦିନ ମୁଁ କାନ୍ଦିଛି। ମାନସିକ ଭାବେ ଭଲ ନଥିଲି, ଆଙ୍ଗ୍‌ଜାଇଟିରେ ଥିଲି। ଈଶ୍ୱର ସବୁ ସମ୍ଭାଳିଛନ୍ତି। ଆରମ୍ଭରେ ନିଜ ସହ କଥା ହେଉଥିଲି, ଶେଷରେ ବାଇବେଲ୍‌ର ଏକ ଶ୍ଲୋକ ଉଚ୍ଚାରଣ କରୁଥିଲି – ସ୍ଥିର ରୁହ, ଈଶ୍ୱର ତୁମ ପାଇଁ ଲଢ଼ିବେ। ମୁଁ ସ୍ଥିର ରହିଲି, ସେ ମୋ ପାଇଁ ଲଢ଼ିଛନ୍ତି।”

ସହ ଖେଳାଳିଙ୍କ ବିଷୟରେ ସେ କହିଛନ୍ତି, “ହରମନ ଦି ଆସିବା ପରେ ଗୋଟିଏ ଭଲ ଭାଗିଦାରୀ ଦରକାର ଥିଲା। ଶେଷରେ ମୁଁ ଚେଷ୍ଟା କରୁଥିଲି କିନ୍ତୁ ପାରୁନଥିଲି। ଦୀପ୍ତି ପ୍ରତି ବଲ୍‌ରେ ଉତ୍ସାହିତ କରୁଥିଲେ। ସହଖେଳାଳିମାନେ ଉତ୍ସାହ ଦେଇଥିଲେ। ମୁଁ କୌଣସି କ୍ରେଡିଟ୍ ନେଉନାହିଁ। ଦର୍ଶକଙ୍କ ଚିତ୍କାର ଓ ଉତ୍ସାହ ମୋତେ ଶକ୍ତି ଦେଇଥିଲା।”

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଖୋଲା ଧମକ: ଖାର୍ଗ ଉପରେ ଆକ୍ରମଣ ପରେ ତାତିଲା ଇରାନ

ତେହରାନ,୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକାର ସେନା ଇରାନର ଖାର୍ଗ ଦ୍ୱୀପରେ ପ୍ରବଳ ବୋମା…

ଯୁଦ୍ଧ ଭିତରେ କିମ୍‌ଙ୍କ ଏଣ୍ଟ୍ରି! ଭୟଙ୍କର ମିସାଇଲା ଆଟାକ୍‌, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୧୪।୩: ଗୋଟିଏ ପଟେ, ମଧ୍ୟପ୍ରାଚ୍ୟରେ ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଜଡିତ ବିବାଦ ଏକ ଭୟଙ୍କର ମୋଡ଼ ନେଇଛି। ଏହି ସମୟରେ, ଏସିଆର ଅନ୍ୟ ଏକ…

ବିରାଟ କୋହଲି ନୁହେଁ, ଏହି ଖେଳାଳି RCBର ଅଧିନାୟକ! ଦିନେଶ କାର୍ତ୍ତିକ ବାଝିଲେ ପ୍ଲେ-୧୧

ନୂଆଦିଲ୍ଲୀ,୧୪।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପୂର୍ବରୁ, RCB ବ୍ୟାଟିଂ ପ୍ରଶିକ୍ଷକ ଦିନେଶ କାର୍ତ୍ତିକ ତାଙ୍କର ପସନ୍ଦର “RCB ଅଲ-ଟାଇମ ଏକାଦଶ” ଚୟନ କରିଛନ୍ତି। ଐତିହାସିକ…

ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ କଲା ଇରାନ: ଚାରିଆଡ଼େ ଧୂଆଁମୟ

ଓ୍ବାଶିଂଟନ୍‌,୧୪।୩: ଇସ୍ରାଏଲ ଏବଂ ଆମେରିକା ନିରନ୍ତର ଇରାନ ଉପରେ ଆକ୍ରମଣ କରୁଛନ୍ତି। ଯୁଦ୍ଧକୁ ୧୫ ଦିନ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଶେଷ ହେବାର କୌଣସି ସଙ୍କେତ ନାହିଁ।…

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ: ସଙ୍କଟରେ ବନ୍ୟଜନ୍ତୁ

ଉଦଳା,୧୪।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗିଛି ନିଆଁ। ୩ ରୁ ୪ ଘଣ୍ଟା ହେବ ଜଳି ଚାଲିଛି ନିଆଁ।…

କୁଆଡ଼େ ଗଲେ ଦାଶରଥି: ବିଜେଡି ଛାଡ଼ିବେନି ଶପଥ କଲେ ୨ ପ୍ରାର୍ଥୀ

ଭୁବନେଶ୍ୱର,୧୪ା୩(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନ ପାଇଁ ମଝିରେ ମାତ୍ର ୨ ଦିନ ରହିଲା। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ…

ମୋଜତବାଙ୍କୁ ଧରାଇଦେଲେ ୧୦ ନିୟୁତ ଡଲାର: ପୁରସ୍କାର ଘୋଷଣା କଲା ଆମେରିକା

ଓ୍ବାଶିଂଟନ୍‌,୧୪ା୩:ଇରାନ୍‌ର ନୂଆ ସୁପ୍ରିମ ଲିଡର ମୋଜତବା ଖାମେନେଇ ଓ ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି)ର ବରିଷ୍ଠ ନେତାମାନଙ୍କ ସମ୍ପର୍କରେ ସୂଚନା ଦେଲେ ସମ୍ପୃକ୍ତ ସୂଚନାଦାତାଙ୍କୁ ଆମେରିକା…

ଭାରତ ପାଇଁ ‘ହୋର୍ମୁଜ ଦ୍ୱାର’ ଖୋଲିଲା ଇରାନ, ନିଭାଇଲା ବନ୍ଧୁତା, LPG ସଙ୍କଟରୁ ମିଳିବ ମୁକ୍ତି !

ନୂଆଦିଲ୍ଲୀ,୧୩।୩: ଦେଶରେ ରନ୍ଧନ ଗ୍ୟାସର ଅଭାବକୁ ନେଇ ଚିନ୍ତା ବଢୁଥିବା ବେଳେ ଇରାନ ଭାରତକୁ ବନ୍ଧୁତାର ହାତ ବଢ଼ାଇଛି। ହୋର୍ମୁଜ ଷ୍ଟ୍ରେଟ୍‌ରେ ଫସି ରହିଥିବା ଭାରତର ଦୁଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri