Posted inଜାତୀୟ

‘କଶ୍ମୀର ସହ ମୋର ରହିଛି ରକ୍ତ ସମ୍ପର୍କ’

ଜମ୍ମୁ/ଶ୍ରୀନଗର,୨୩ା୮:ଜମ୍ମୁ-କଶ୍ମୀରବାସୀଙ୍କ ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରକ୍ତ ସମ୍ପର୍କ ରହିଛି। ରାହୁଲ କଶ୍ମୀର ଗସ୍ତର ଦ୍ୱିତୀୟ ଦିନରେ ଏହି ବିଷୟ କହିବା ସହ ଉପତ୍ୟକାକୁ ରାଜ୍ୟ ମାନ୍ୟତା ଫେରସ୍ତ ଏବଂ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିବା ଉପରେ ଜୋର୍‌ ଦେଇଛନ୍ତି।
୨୦୧୯ ଅଗଷ୍ଟ ୫ରେ କେନ୍ଦ୍ରର ମୋଦି ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଧାରା ୩୭୦କୁ ହଟାଇଦେଇଥିଲେ। ଏଥିସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଥିଲେ। ୨୦୧୪ ବିଧାନସଭା ନିର୍ବାଚନର ୧୦ ବର୍ଷ ପରେ କଶ୍ମୀରବାସୀ ନିଜ ପ୍ରତିନିଧି ବାଛିବାକୁ ଯାଉଥିବାବେଳେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଶ୍ରୀନଗରରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, ରାଜ୍ୟ ମାନ୍ୟତା ଫେରିପାଇବା ନେଇ ଆମେ ଆଶା କରିଥିଲୁ। ଇତିମଧ୍ୟରେ ନିର୍ବାଚନ ଆସିଯାଇଛି। ଏହା ଉପରେ ଇଣ୍ଡିଆ ବ୍ଲକ୍‌ ଆଗକୁ ଲଢ଼େଇ ଜାରି ରଖିବ। ଜମ୍ମୁ-କଶ୍ମୀରବାସୀଙ୍କ ସହ ମୋ ସମ୍ପର୍କ ରାଜନୈତିକ ନୁହେଁ, ବରଂ ପ୍ରେମର। ମୋ ପାରିବାରିକ ମୂଳ ଜମ୍ମୁ-କଶ୍ମୀରରେ। ତେଣୁ ଆପଣମାନେ ସବୁବେଳେ ମୋତେ ଦିଲ୍ଲୀରେ ନିଜର ଜଣେ ସିପାହି ବୋଲି ମନେକରିବା ଉଚିତ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ଲୋକ ସଭା ନିର୍ବାଚନରେ ଭାଜପାର ଦୁର୍ବଳ ପ୍ରଦର୍ଶନ ପରେ ମୋଦିଙ୍କ ହାବଭାବ ଓ ଆମତ୍ବିଶ୍ୱାସରେ ପରିବର୍ତ୍ତନ ଆସିଥିବା ରାହୁଲ କହିଛନ୍ତି।

ଜମ୍ମୁ-କଶ୍ମୀର ବିଧାନସଭାର ସମସ୍ତ ୯୦ ଆସନରେ କଂଗ୍ରେସ ଏବଂ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ମଧ୍ୟରେ ମେଣ୍ଟ ଚୂଡ଼ାନ୍ତ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା ସୂଚନା ଦେଇଛନ୍ତି। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏନ୍‌ସି ଅଧ୍ୟକ୍ଷ ଫାରୁକ୍‌ଙ୍କ ବାସଭବନରେ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଛନ୍ତି।
ଜମ୍ମୁ-କଶ୍ମୀର ବିଧାନସଭାର ୯୦ ଆସନ ପାଇଁ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ରେ ୩ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଭୋଟ ଗଣତି ଅକ୍ଟୋବର ୪ରେ କରାଯିବ। ଏହା ପୂର୍ବରୁ ଖାର୍ଗେ ଓ ରାହୁଲ ମେଣ୍ଟ ଆଲୋଚନା ପାଇଁ ୨ ଦିନିଆ କଶ୍ମୀର ଗସ୍ତ କରିଛନ୍ତି। ସେମାନଙ୍କ ସହ ଗୁରୁବାର ଆଲୋଚନା ପରେ ବିରୋଧୀ ଇଣ୍ଡିଆ ମେଣ୍ଟର ଅନ୍ୟତମ ବରିଷ୍ଠ ନେତା ଫାରୁକ୍‌ ଗଣମାଧ୍ୟମକୁ କହିଛନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ବୈଠକ ଥିଲା। ମେଣ୍ଟ ହେବ ଓ ସୁରୁଖୁରୁରେ ଚାଲିବ। ବିଧାନସଭାର ସମସ୍ତ ୯୦ ଆସନ ପାଇଁ ମେଣ୍ଟ ଚୂଡ଼ାନ୍ତ ହୋଇଛି। ସିପିଆଇଏମ୍‌ର ଏମ୍‌ଓ୍ବାଇ ତାରିଗାମୀ ମଧ୍ୟ ଆମ ସହିତ ଅଛନ୍ତି। ଆଶା କରୁଛି, ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସେମାନେ ଆମକୁ ବିପୁଳ ଭୋଟରେ ବିଜୟୀ କରାଇବେ। ଆମ ପାଇଁ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଭାଜନବାଦୀ ଶକ୍ତି ବିରୋଧରେ ଲଢ଼େଇ କରିବା ଆମର ମିଳିତ କାର୍ଯ୍ୟସୂଚୀ। ତେବେ ପିଡିପି ସହ ମେଣ୍ଟ ସମ୍ଭାବନାକୁ ଫାରୁକ୍‌ ଅସ୍ବୀକାର କରିନାହାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri