ଭାରତକୁ ଆଖି ଦେଖାଇଲା ବାଂଲାଦେଶ, ଏହି ପ୍ରସଙ୍ଗକୁ ନେଇ ବଡ଼ ଚେତାବନୀ ଦେଲେ ୟୁନୁସ୍‌ ସରକାର

ଢାକା,୨୩।୮: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଶେଖ ହାସିନାଙ୍କ ଦେଶ ଛାଡି ଯିବା ପରେ ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱରେ ଏକ ନୂତନ ସରକାର ଗଠନ କରାଯାଇଛି। ବାଂଲାଦେଶର ନୂତନ ସରକାର ବର୍ତ୍ତମାନ ତିସ୍ତା ଜଳ ବିବାଦକୁ ଆନ୍ତର୍ଜାତୀୟ ମଞ୍ଚକୁ ନେବା ନେଇ ଆଲୋଚନା କରିଛନ୍ତି। ରିପୋର୍ଟ ଅନୁଯାୟୀ, ଜଳ ଓ ପରିବେଶ ମନ୍ତ୍ରୀ ରିଜୱାନା ହାସନ କହିଛନ୍ତି, ତିସ୍ତା ଜଳ ବିବାଦର ସମାଧାନ ପାଇଁ ବାଂଲାଦେଶ ଅନ୍ତର୍ଜାତୀୟ ମଞ୍ଚକୁ ଯିବାକୁ ବିଚାର କରିବ। ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀଙ୍କ ନାମ ନେଇ ରିଜୱାନା କହିଛନ୍ତି , ମହମ୍ମଦ ୟୁନୁସ୍‌ଙ୍କ ସରକାର ଦୁଇ ଦେଶ ମଧ୍ୟରେ ନଦୀ ସହ ଜଡିତ ପ୍ରସଙ୍ଗ ଉଠାଇବେ। ମମତା ବାନାର୍ଜୀଙ୍କ ଜଳ ନଦେବା କଥା ମନେ ଅଛି। ସେ କହିଛନ୍ତି ଯେ ତିସ୍ତା ଜଳକୁ ନେଇ ଆମେ ପଛକୁ ହଟିବୁ ନାହିଁ। ଏହି ବିଷୟରେ ନୂଆଦିଲ୍ଲୀ ସହିତ ମଧ୍ୟ ଆଲୋଚନା ହେବ। ଆମେ ପାଣି ପାଇବୁ କି ନାହିଁ ତାହା ଆମ ହାତରେ ନାହିଁ, କିନ୍ତୁ ଏହି ପ୍ରସଙ୍ଗ ଉଠାଯିବ।

ରିଜୱାନା ମଧ୍ୟ ୧୯୯୬ ଗଙ୍ଗା ଜଳ ବଣ୍ଟନ ଚୁକ୍ତି ବିଷୟରେ କହିଥିଲେ। ସେ କହିଛନ୍ତି ଯେ ଏହି ଚୁକ୍ତିର ନବୀକରଣ ଉପରେ ପୁନର୍ବାର ଆଲୋଚନା କରିବାକୁ ପଡ଼ିବ, ଯାହା ଶେଖ ହାସିନା ଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହୋଇଥିଲା। ସେପ୍ଟେମ୍ବର ୨୦୨୨ରେ କୁଶିଆରା ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ।

ନିଜର ତିକ୍ତତା ମଧ୍ୟରେ ରିଜୱାନା ମଧ୍ୟ ଭାରତ ସହ ଭଲ ସମ୍ପର୍କର ବିଷୟକୁ ଦୋହରାଇଛନ୍ତି। ସେ କହିଛନ୍ତି, ଆମେ ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରଖିବୁ, କିନ୍ତୁ ଆମର ଦାବି ମଧ୍ୟ ରଖିବୁ। ସେ ଦାବି କରିଛନ୍ତି ଯେ ଜଳ ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା ପାଇଁ ଚାଇନା ସମେତ ଅନେକ ଦେଶରୁ ବାଂଲାଦେଶ ଆମନ୍ତ୍ରଣ ପାଇଛି। ଖୁବ ଶୀଘ୍ର ଭାରତ ସରକାରଙ୍କ ସହ ଆଲୋଚନା ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?