Posted inଫୁରସତ

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ ହେଲି ବଡ଼। ଗାଁ ସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିବା ପରେ କନ୍ଦଖାଇ କଲେଜରେ ଯୁକ୍ତ ଦୁଇ ଓ ପରେ ଖଲ୍ଲିକୋଟ ଆର୍‌ସିଏମ୍‌ କଲେଜରେ ପଦାର୍ଥ ବିଜ୍ଞାନରେ ଯୁକ୍ତ ତିନି ପଢିଥିଲି। କିନ୍ତୁ ଘରର ଦୁର୍ବଳ ଆର୍ଥିକାବସ୍ଥା ପାଇଁ ବାଧ୍ୟ ହୋଇ ଅଧାରୁ ପାଠପଢା ଛାଡ଼ି ସିଟି ଟ୍ରେନିଂ ନେଲି। ତା’ପରେ କିଛିଦିନ ବେସରକାରୀ ଭାବେ ନିଜ ଗାଁ ପ୍ରାଇମେରୀ ସ୍କୁଲରେ ଶିକ୍ଷକତା କରିବା ସହ କୋଚିଂ ସେଣ୍ଟରରେ ମଧ୍ୟ ପିଲାଙ୍କୁ ପଢାଉଥିଲି; ଯେଉଁଥିରୁ ପ୍ରାୟ ୭୦୦ ଟଙ୍କା ମୋର ମାସକୁ ରୋଜଗାର ହୋଇଯାଉଥିଲା। ଘରର ବଡ଼ ପୁଅ ହିସାବରେ ଦୁଇ ଭାଇଙ୍କ କଥା ବୁଝିବା ଓ ଘରର ଦାୟିତ୍ୱ ନେବା ମୋର କର୍ତ୍ତବ୍ୟ ବୋଲି ବୋଉ ମୋତେ ସବୁବେଳେ ବୁଝାଉଥିଲା। ସେଥିପାଇଁ ପ୍ରତିମାସ ମୋର ଯାହା ରୋଜଗାର ହେଉଥିଲା ସେଥିରୁ ୮୦% ବୋଉକୁ ଦେଇ ବାକି ଟଙ୍କାକୁ ସଞ୍ଚୟ କରୁଥିଲି ଆଗକୁ ପୁଣିଥରେ ପଢା ଆରମ୍ଭ କରିବା ପାଇଁ। ଏମିତି କିଛିଦିନ ଚାଲିବା ପରେ ପୁଣିଥରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳରେ ଆଡମିଶନ୍‌ ନେଲି ଯୁକ୍ତ ତିନି ପଢିବା ପାଇଁ। ସୌଭାଗ୍ୟବଶତଃ ପଢା ସରିଲାବେଳକୁ ମୋତେ ସରକାରୀ ଚାକିରି ବି ମିଳିଗଲା। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ୍‌ ଅନ୍ତର୍ଗତ ଭୁତସରସିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ ୨୦୧୧ରେ ନିଯୁକ୍ତି ପାଇଲି; ଯେଉଁଠାରେ ଏବେ ବି ମୁଁ କାର୍ଯ୍ୟରତ। ତେବେ ଚାକିରିର ପ୍ରଥମ ଦରମାରେ ଅଳେଶ୍ୱର ମନ୍ଦିରରେ ଅନ୍ନ ଭୋଗ କରି ଗାଁ ଲୋକଙ୍କୁ ଖାଇବାକୁ ଦେଇଥିଲି। ସମସ୍ତେ ଖୁବ୍‌ ଖୁସି ହୋଇଥିଲେ। ଏ ତ ଥିଲା ମୋ ବୃତ୍ତିଗତ କଥା। ଏହାବାଦ୍‌ ଜଣେ ସାହିତି୍ୟକ ହିସାବରେ ମୋର ଆଉ ଏକ ପରିଚୟ ମଧ୍ୟ ରହିଛି। ପ୍ରେମିକ କବି ପଦ୍ମଶ୍ରୀ ମାୟାଧର ମାନସିଂହଙ୍କ କବିତାକୁ ପଢିପଢି ସପ୍ତମ ଶ୍ରେଣୀରୁ କବିତା ଲେଖିବା ଆରମ୍ଭ କରିଥିଲି। କ୍ରମେ ଗପ, ଉପନ୍ୟାସ ଓ ନାଟକ ମଧ୍ୟ ଲେଖିଲି। ୟା’ ଭିତରେ ‘କଇଁ’, ‘ଅମୃତ ମୋହ’, ‘ରିହା’ ଶୀର୍ଷକ କବିତା ସଂକଳନ ‘ଅଳପ ଦିନର ସାଥି’, ‘ଶ୍ମଶାନ ସାଥି’, ‘ପାପୁଲିରେଖା’, ‘ଗୋହରି’ ଶୀର୍ଷକ ଗଳ୍ପ ସଂକଳନ ତଥା ‘ଆକାଶଗଙ୍ଗା’ ଶୀର୍ଷକ ଏକ ଉପନ୍ୟାସ ମୋର ପ୍ରକାଶ ପାଇସାରଛି। ତା’ସହିତ ‘ଏଇ ସହକାର’ ନାମକ ମୋର ନିଜର ଏକ ପତ୍ରିକା ମଧ୍ୟ ଅଛି; ଯାହା ବର୍ଷକୁ ୪ଥର ପ୍ରକାଶ ପାଉଛି। ସେହିପରି ‘ସ୍ମୃତି ଆଇନା’ ଓ ‘ସ୍ମୃତି ଅପାସୋରା’ ପ୍ରତିକାର ମୁଖ୍ୟ ସମ୍ପାଦକ ଏବଂ ‘ଜ୍ଞାନପ୍ରଭା’ ପତ୍ରିକାର ସହ ସମ୍ପାଦକ ଦାୟିତ୍ୱ ମଧ୍ୟ ମୁଁ ତୁଲାଉଅଛି। କେବଳ ସେତିକି ନୁହେଁ ଯୁବପିଢିଙ୍କୁ ସାହିତ୍ୟ ମନସ୍କ କରିବା ଓ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବାର ଲକ୍ଷ ନେଇ ଅଧୁନା ମାନସିଂହ ସାହିତ୍ୟ ସଂସଦର ସମ୍ପାଦକ ରୂପେ ପ୍ରତି ମାସରେ କବିତା ଆସର ମଧ୍ୟ ଆୟୋଜନ କରୁଛି। ଆଉ ମୋ ପାଇଁ ସବୁଠୁ ବଡ଼ ଖୁସିର କଥା ହେଉଛି, ସେ କବିତା ଆସର ଆୟୋଜନ ହେଉ କି ସାହିତ୍ୟ କାର୍ଯ୍ୟକ୍ରମ ସବୁଥିରେ ମୋ ପରିବାର ଲୋକେ, ଗୁରୁଶ୍ରେଷ୍ଠମାନେ ତଥା ଗାଁର ଓ ଅନୁଷ୍ଠାନର ପ୍ରତେକ ସଦସ୍ୟ ବିନା ଦ୍ବିଧାରେ ମୋତେ ସହଯୋଗ କରି ଆସୁଛନ୍ତି। ସେଥିପାଇଁ ମୁଁ ସମସ୍ତଙ୍କ ପାଖରେ କୃତଜ୍ଞ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

ଅଜବ ପ୍ରେମ କାହାଣୀ: ବନ୍ଧୁତା ବଜାୟ ରଖିବାକୁ ନେଲେ ୩ ସାଙ୍ଗ ନେଲେ ଏମିତି ନିଷ୍ପତ୍ତି,ଜାଣିଲେ…

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଯାହାକୁ ଦେଖି ୟୁଜର୍ସମାନେ କହିଛନ୍ତି ୟାକୁ ହିଁ କୁହନ୍ତି ବନ୍ଧୁତା। ଆପଣ ବନ୍ଧୁମାନଙ୍କୁ ବ୍ୟବସାୟରେ…

ଜୀବନରେ ସବୁବେଳେ ଏହି ୪ ପ୍ରକାର ଲୋକଙ୍କଠାରୁ ଦୂରେଇ ରହିବା ଉଚିତ୍‌, ନଚେତ୍‌…

ଚାଣକ୍ୟ ନୀତି ହେଉଛି ଆଚାର୍ଯ୍ୟ କୌଟିଲ୍ୟଙ୍କ କୃତୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହା ଜୀବନର ନୈତିକ ଶିକ୍ଷା, ପ୍ରତ୍ୟେକଙ୍କ ପାଇଁ ଏବଂ…

କୋଣାଦିତ୍ୟରେ ନବ ଆଳତି ପରମ୍ପରା

ପଦ୍ମକ୍ଷେତ୍ର କୋଣାର୍କଠାରେ ଅଭିନବ ଆଳତି ପରମ୍ପରା କଥା ପୂର୍ବ ସଂଖ୍ୟାରେ ଆମେ ଆଲୋଚନା କରିଥିଲେ। ତାହାର ଏକ ଚମତ୍କାର ଦିଗ ରହିଛି। ଭାରତରେ ଅନ୍ୟ କେଉଁ କ୍ଷେତ୍ର…

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

ହଠାତ୍‌ ଆକାଶରେ ଦେଖାଗଲା ଏକ ରହସ୍ୟମୟ ଆଲୋକ, ଏଲିଅନକୁ ନେଇ ଜୋର୍‌ଦାର ଚର୍ଚ୍ଚା, ସତ୍ୟତା ପ୍ରକାଶ କଲେ ବୈଜ୍ଞାନିକ…

ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଦେଲା, ଯାହା ଏଲିଅନ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ୍‌ ଅନ୍ଧାର ରାତିରେ ଆକାଶରେ ଏକ ଚମକଦାର ଆଲୋକ ଦେଖାଗଲା, ଯାହା…

ଦୁନିଆର ସବୁଠୁ ଉଚ୍ଚ ଡାକଘର, ସମୁଦ୍ର ପତ୍ତନଠାରୁ…

ଡିଜିଟାଲ ଯୁଗ ହୁଏତ ଦୁନିଆକୁ ସ୍କ୍ରିନ୍‌ରେ ପରିଣତ କରିଦେଇଛି, କିନ୍ତୁ କିଛି ଭାବନା ଏବେ ବି କାଗଜ କଲମରେ ସେମାନଙ୍କର ଭାବନା ପୂର୍ଣ୍ଣ ପ୍ରକାଶିତ ହୋଇଥାଏ। ଚିଠିରେ…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri