ଏଯାଏ ପିନ୍ଧିନି ମୋଦିଙ୍କ ମୁଦି

ମୁମ୍ବାଇ: ବଲିଉଡ୍‌ର ଓ୍ବାଣ୍ଡର ଓମ୍ୟାନ୍‌ ସୁସ୍ମିତା ସେନ୍‌ ଓ ୫୬ ବର୍ଷୀୟ ଲଳିତ ମୋଦିଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦି ସୁସ୍ମିତାଙ୍କୁ ଡେଟ୍‌ କରୁଥିବାର ଖବର ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ସୁସ୍ମିତା ଦୁଇ ଝିଅଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି। କିଛିଦିନ ହେବ ଦୁହେଁ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିବାବେଳେ ଆଗାମୀ ଦିନରେ ସେମାନେ ବିବାହ ପାଇଁ ଯୋଜନା ରଖିଥିବା ଲଳିତ କହିଛନ୍ତି। ଲଳିତଙ୍କ ସୋସିଆଲ ମିଡିଆ ପୋଷ୍ଟର ଗୋଟିଏ ଦିନ ପରେ ସୁସ୍ମିତା ଟୁଇଟରରେ ଏକ ପୋଷ୍ଟ ଶେୟାର କରିଛନ୍ତି। କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି ଯେ, ମୁଁ ଖୁସିରେ ଅଛି। ‘ବାହା ହୋଇନାହିଁ କି ମୁଦି ନାହିଁ। ନିସର୍ତ୍ତ ପ୍ରେମରେ ଆବଦ୍ଧ। ଏହା ଯଥେଷ୍ଟ ସ୍ପଷ୍ଟୀକରଣ।’ ତେବେ ସୁସ୍ମିତା ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ଲଳିତ ନ ଥିବା ପ୍ରକାଶି ଖବର ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଲଳିତ ଏକାଧିକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସୁସ୍ମିତା ଲଳିତଙ୍କର ଅତି ନିକଟରେ ବସିଛନ୍ତି। ଫଟୋରେ ସୁସ୍ମିତା ଏକ ମୁଦି ପିନ୍ଧିଥିବାର ଦେଖାଯାଇଥିବାବେଳେ ମୁଦିଟି ଲଳିତ ଗିଫ୍ଟ କରିଥିବା ଏବଂ ଦୁହିଁଙ୍କର ନିର୍ବନ୍ଧ ସରିଯାଇଥିବା ଗୁଜବ ସୃଷ୍ଟି ହୋଇଛି।
ତାଙ୍କ ଲାଇଫ୍‌,
ତାଙ୍କ ଡିସିଶନ: ଲଳିତଙ୍କ ପୁଅ
ଲଳିତ ସୁସ୍ମିତାଙ୍କୁ ଡେଟ୍‌ କରିଥିବା ଖବର ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଲଳିତଙ୍କ ପୁଅ ରୁଚିର। ୨୮ ବର୍ଷୀୟ ରୁଚିର ମୋଦି କହିଛନ୍ତି ଯେ, ଦୁହିଁଙ୍କ ସମ୍ପର୍କକୁ ନେଇ ପରିବାର ଆଗରୁ ଅବଗତ ଥିଲେ। କିନ୍ତୁ ଏହା ଉପରେ ପରିବାରର ଅନ୍ୟ ସଦସ୍ୟଙ୍କ ସହ କୌଣସି ଆଲୋଚନା କରାଯାଇ ନାହିଁ। ତାଙ୍କ ଜୀବନର ନିଷ୍ପତ୍ତି ସେ ନେବାର ଅଧିକାର ଅଛି। ଆମ ଫ୍ୟାମିଲି ପଲିସି ଅନୁସାରେ କୌଣସି ବ୍ୟକ୍ତି କାହାରି ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରନ୍ତି ନାହିଁ।
ଦୁହିଁଙ୍କ ସମ୍ପର୍କ ବାବଦରେ ସୁସ୍ମିତାଙ୍କ ବାପା ସୁବୀର ସେନ ଓ ଭାଇ ରାଜୀବ କିଛି ଜାଣି ନ ଥିବା କହିଛନ୍ତି। ଅନ୍ୟପଟେ ସୁସ୍ମିତାଙ୍କ ଏକ୍ସ ବୟଫ୍ରେଣ୍ଡ ରୋହମନ ଶାଓ୍ବଲ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସୁସ୍ମିତା ଯଦି ଲଳିତଙ୍କୁ ନିଜ ଜୀବନସାଥୀ ଭାବେ ବାଛିଛନ୍ତି ତେବେ ନିହାତିଭାବେ ସେ ଭାବିଚିନ୍ତି ଏହି ନିଷ୍ପତ୍ତି ନେଇଥିବେ। ଲଳିତଙ୍କ ପରିବାର ସହ ସୁସ୍ମିତାଙ୍କ ସମ୍ପର୍କ ଖୁବ୍‌ ପୁରୁଣା।
ତେବେ ସୁସ୍ମିତା ଓ ଲଳିତଙ୍କ ସମ୍ପର୍କ ଖୁବ୍‌ ପୁରୁଣା। ଏକାଧିକ ପାର୍ଟି, ଫଙ୍କଶନ୍‌ରେ ସୁସ୍ମିତା ଲଳିତ ଓ ସ୍ତ୍ରୀ ମିନଲ ଏକାଠି ନଜରକୁ ଆସିଥିବାବେଳେ ତିନିଜଣ ମିଶି ଆଇପିଏଲ୍‌ ମ୍ୟାଚ୍‌ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି। ପ୍ରେମ ସମ୍ପର୍କକୁ ନେଇ ସୁସ୍ମିତାଙ୍କ ନାମ ଅନେକ ସେଲିବ୍ରିଟି ଏବଂ ନାମୀ ବ୍ୟବସାୟୀଙ୍କ ନାମ ସହ ଯୋଡ଼ା ଯାଇଛି। ସେମାନେ ହେଲେ ଫିଲ୍ମ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ, ପାକିସ୍ତାନୀ କ୍ରିକେଟର ଓ୍ବାସିମ ଆକ୍ରମ, ରଣଦୀପ ହୁଡ଼ା, ଟ୍ୟାଲେଣ୍ଟ କମ୍ପାନୀ ମାଲି ବଣ୍ଟି ସଚଦେବ, ଚେନ୍‌ ହୋଟେଲ ମାଲିକ ସଞ୍ଜୟ ନାରଙ୍ଗ ଓ ମଡେଲ ରୋହମନ ଶାଓ୍ବଲ। ରୋହମନ ସୁସ୍ମିତାଙ୍କଠାରୁ ୧୫ ବର୍ଷ ସାନ ହୋଇଥିବାବେଳେ ଗତବର୍ଷ ଡିସେମ୍ବରରେ ଦୁହିଁଙ୍କ ବ୍ରେକ୍‌ଅପ୍‌ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri