ଭାଜପାକୁ କାହିଁକି ସମର୍ଥନ ଦିଆଗଲା ଜାଣିନି

ପୁରୀ ଲୋକ ସଭା ଆସନରୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ପିନାକୀ ମିଶ୍ର ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଛନ୍ତି। ସେ ମୋଟ ୪ଥର ପୁରୀ ଲୋକ ସଭା ଆସନରୁ ଏମ୍‌ପି ଭାବେ ବିଜୟୀ ହୋଇଛନ୍ତି। ସେ ପ୍ରଥମେ ୧୯୯୬ରେ କଂଗ୍ରେସ ଟିକେଟରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ପରେ ବିଜେଡିରେ ଯୋଗଦେଇ ୨୦୦୯ରୁ ଲଗାତର ତୃତୀୟ ଥର ଲାଗି ଶାସକ ଦଳର ଏମ୍‌ପି ହୋଇପାରିଛନ୍ତି। ଚଳିତ ଥର ବିଜେଡି ତାଙ୍କୁ ଲୋକ ସଭାରେ ସଂସଦୀୟ ଦଳର ନେତା ଭାବେ ଦାୟିତ୍ୱ ପ୍ରଦାନ କରିଛି। ରାଜନୀତିରେ ସଫଳତା ପାଇଥିବା ପିନାକୀ ଓକିଲାତିରେ ମଧ୍ୟ ଭଲ ନଁା କମାଇଛନ୍ତି। ବର୍ତ୍ତମାନର ଜାତୀୟ ଓ ରାଜ୍ୟ ରାଜନୀତିରେ ବିଜେଡିର ଭୂମିକା ଏବଂ କାର୍ଯ୍ୟକ୍ରମ ନେଇ ପିନାକୀଙ୍କ ସହ ଧରିତ୍ରୀ ତରଫରୁ ଆଳାପ।

୧. ଆପଣ ଲୋକ ସଭାରେ ବିଜେଡି ସଂସଦୀୟ ଦଳର ନେତା ଅଛନ୍ତି। ଏହି ପଦବୀ ଆପଣଙ୍କ ଗୁରୁତ୍ୱ କେଉଁଭଳି ବଢ଼ାଇଛି । ଆପଣଙ୍କୁ ଏହି ଦାୟିତ୍ୱ ଭଲ ଲାଗୁଛି ନା ନାହିଁ?
ଉତ୍ତର: ଏହା କୌଣସି ଗୁରୁତ୍ୱର କଥା ନୁହେଁ ବରଂ ସେବାର ବିଷୟ। ମୁଖ୍ୟମନ୍ତ୍ରୀ ଦେଇଥିବା ଦାୟିତ୍ୱ ଦିଲ୍ଲୀ ଦରବାରରେ ଉଠାଉଛି। କେବଳ ନଁାକୁ ନେତା। ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କ କଥାକୁ ଠିକ୍‌ ଢଙ୍ଗରେ ଉପସ୍ଥାପନା କରିବାକୁ ପଡୁଛି। ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀଙ୍କ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କଥାକୁ ଉପଯୁକ୍ତ ଭାବେ ଉପସ୍ଥାପନ କରି ସେମାନଙ୍କ କଥାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇବାର ଦାୟିତ୍ୱ ରହିଛି।
୨. ବର୍ତ୍ତମାନ ଜାତୀୟ ରାଜନୀତିରେ ପେଗାସସ୍‌, ୩ ନୂତନ କୃଷି ଆଇନ, ତେଲର ଦରବୃଦ୍ଧି ପ୍ରସଙ୍ଗରେ ସବୁ ବିରୋଧୀ ପାର୍ଲାମେଣ୍ଟରେ ଏକାଠି ଥିବାବେଳେ ବିଜେଡି ନୀରବ ରହିବାର କାରଣ କ’ଣ? ମୁଖ୍ୟମନ୍ତ୍ରୀ ଏସବୁ ପ୍ରସଙ୍ଗ ଦିଲ୍ଲୀ ଦରବାରରେ ଉଠାଇବାର ଦାୟିତ୍ୱ ଦେଇନାହାନ୍ତି କି?
ଉତ୍ତର: ବିଜେଡି ଏସବୁ ପ୍ରସଙ୍ଗରେ ଜମାରୁ ନୀରବ ନାହିଁ। ପେଗାସସ୍‌ ପ୍ରସଙ୍ଗରେ ୯ ଦିନ ହେଲା ପାର୍ଲାମେଣ୍ଟ ଚାଲିପାରୁନାହିଁ। ସେହି ଘଟଣା ଏବେ ସୁପ୍ରିମକୋର୍ଟରେ ଅଛି। ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଯାହା ମତ ବିଜେଡି ରଖିବା କଥା ରଖିବ। ସେହିପରି ସ୍ବାମୀନାଥନ କମିଟି ରିପୋର୍ଟକୁ ନେଇ ବିଜେଡି ପ୍ରସ୍ତାବ ଭାଜପା ମାନିଥିଲେ ବର୍ତ୍ତମାନ ଏପରି ବିରୋଧର ସମ୍ମୁଖୀନ ହେବାକୁ ପଡ଼ି ନ ଥାଆନ୍ତା। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହୋଇଛି। ପ୍ରଧାନମନ୍ତ୍ରୀ ନିଶ୍ଚିତ କିଛି ଚିନ୍ତାକରି ଏହା କରିଛନ୍ତି। କେନ୍ଦ୍ର ସରକାର ତେଲ ଉପରେ ଅଧିକ ଶୁଳ୍କ ରଖିଛନ୍ତି, ସେଥିଲାଗି ଦର ବୃଦ୍ଧି ପାଇଛି। ଦୁଃଖର ବିଷୟ ଧର୍ମେନ୍ଦ୍ର ପ୍ରଧାନଙ୍କ ତୈଳମନ୍ତ୍ରୀ କାର୍ଯ୍ୟକାଳ ସମୟରେ ତେଲ ଦର ଏତେ ମାତ୍ରାରେ ବଢ଼ିଯାଇଛି। ନୂଆ ମନ୍ତ୍ରୀ ଆସିବା ପରେ ଗତ ୧୫ ଦିନ ହେବ ତେଲ ଦରରେ ବୃଦ୍ଧି ଘଟିନାହିଁ।
୩. ତେଲ ଦର ମାତ୍ର ୧୫ ଦିନ ହେଲା ବୃଦ୍ଧି ପାଇନି, ହେଲେ ତେଲ ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି, ଏହାକୁ ଆପଣ କ’ଣ ଠିକ୍‌ ଭାବୁଛନ୍ତି?
ଉତ୍ତର: ଆର୍ଥିକ କୁପରିଚାଳନା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଏହା ଫଳରେ ଧାର୍ଯ୍ୟ ରାଜସ୍ବ ସରକାର ଆଦାୟ କରିପାରୁ ନାହାନ୍ତି। ଅର୍ଥନୀତି ଭୁଶୁଡ଼ି ପଡ଼ିଲାଣି। କେନ୍ଦ୍ରର ଯୋଜନା ଯୋଗୁ ଆଜି ଏହି ଅବସ୍ଥା। ଅର୍ଥନୀତି ବଢ଼ିଲେ ରାଜସ୍ବ ବଢ଼ିବ। କେନ୍ଦ୍ର ସରକାରଙ୍କ ତେଲ ଟିକସ ଜରିଆରେ ରାଜସ୍ବ ବଢ଼ାଇବାର ଲକ୍ଷ୍ୟ ଭୁଲ୍‌ ପ୍ରମାଣିତ ହେଉଛି।
୪. ତେବେ ଏହିସବୁ କଥା ବିଜେଡି କ’ଣ ଆଗକୁ ପାର୍ଲାମେଣ୍ଟରେ ଉପସ୍ଥାପନ କରି ତୈଳ ଦର ବୃଦ୍ଧିକୁ ବିରୋଧ କରିବାର ଯୋଜନା ରଖିଛି କି?
ଉତ୍ତର: ମୁଖ୍ୟମନ୍ତ୍ରୀଙ୍କ ତରଫରୁ ପାର୍ଲାମେଣ୍ଟରେ ଉଠାଇବାକୁ ଦିଆଯାଇଥିବା ପ୍ରସଙ୍ଗ ଭିତରେ ତେଲ ଦରବୃଦ୍ଧି କଥାକୁ ମୁଖ୍ୟ ପ୍ରସଙ୍ଗ ରଖାଯାଇଛି। ବିଜେଡି କେବେହେଲେ ପାର୍ଲାମେଣ୍ଟ ବ୍ୟାହତ କରିନାହିଁ। ଆମେ ସବୁବେଳେ ଆଲୋଚନା ଚାହୁଁ। ପେଗାସସ୍‌ ଘଟଣାରେ କେନ୍ଦ୍ର ଗୋଟିଏ ମାଧ୍ୟମରେ ଆଲୋଚନା ଚାହୁଁଥିବା ବେଳେ ବିରୋଧୀ ଅନ୍ୟ ପ୍ରକାରେ ଚାହୁଁଛନ୍ତି। ଉଭୟ ବିରୋଧୀ ଏବଂ ଶାସକ ଫ୍ଲେକ୍ସିବୁଲ ହେବା ଆବଶ୍ୟକ।
୫. ସବୁବେଳେ କଂଗ୍ରେସ ଓ ଭାଜପାଠାରୁ ସମଦୂରତା କଥା ବିଜେଡି କହିଆସୁଛିି। ହେଲେ ଆଗାମୀ ଦିନରେ ଯଦି ଭାଜପାର ସମର୍ଥନ ଲୋଡ଼ାପଡ଼େ ତେବେ ବିଜେଡି ପ୍ରଥମେ ଆଗେଇ ଆସିବ ବୋଲି ଚର୍ଚ୍ଚା ହେଉଛି। ଏହାକୁ ଆପଣ କେମିତି ଦେଖନ୍ତି?
ଉତ୍ତର: ଏ ବିଷୟରେ କହିବା ଠିକ୍‌ ନୁହେଁ। କେଉଁ ପରିସ୍ଥିତିରେ କ’ଣ ହେବ କହି ହେବନାହିଁ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏ କ୍ଷେତ୍ରରେ ଚିନ୍ତା କରିବାକୁ ଯଥେଷ୍ଟ ବୁଦ୍ଧି ଅଛି।
୬. ଏହା କେବଳ ଏକ ଚର୍ଚ୍ଚାର ବିଷୟ ବୋଲି କୁହାଯାଇ ନ ପାରେ, କାରଣ ବିଜେଡି ବିଗତ ଦିନରେ ଭାଜପା ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇ ଜିତାଇବା ପରେ ସେ ମନ୍ତ୍ରୀ ହେବା ସହ ପେଗାସସ୍‌ ଝାମେଲାରେ ସମ୍ପୃକ୍ତ ହୋଇଛନ୍ତି। ରାଜ୍ୟର ପ୍ରମୁଖ ବିରୋଧୀ ଦଳର ପ୍ରାର୍ଥୀଙ୍କୁ ଶାସକ ଦଳ ସମର୍ଥନ ଦେବା ଉଭୟ ଦଳ ଭିତରେ ଭଲ ବୁଝାମଣା ଥିବାର ଏକ ବଡ଼ ଦୃଷ୍ଟାନ୍ତ ବୋଲି ଆପଣ ମନେକରନ୍ତି ନାହିଁ କି?
ଉତ୍ତର: ମୁଁ ବେଶି ଖୁସି ଓଡ଼ିଶାର ଜଣେ ଏମ୍‌ପି ହୋଇ ରେଲଓ୍ବେ ଏବଂ ଆଇଟି ମନ୍ତ୍ରୀ ହୋଇଛନ୍ତି। ଓଡ଼ିଶା ଟେଲି ଡେନ୍‌ସିଟି ଏବଂ ଓ୍ବାଇଫାଇ ଡେନ୍‌ସିଟିରେ ବହୁ ପଛୁଆ ଅଛି। ବୈଷ୍ଣବ ଏହାକୁ ଆଗକୁ ବଢ଼ାଇବାରେ ଅଗ୍ରଣୀ ଭୂମିକା ନେବେ।
୭. ବିଜେଡିର କୌଣସି ଏମ୍‌ପିଙ୍କୁ ମନ୍ତ୍ରୀ କରାଯାଇଥିଲେ କ’ଣ ଆପଣ ଖୁସି ହୋଇ ନ ଥଆନ୍ତେ? ଏହାଦ୍ୱାରା ବିଜେଡି ଓ ଭାଜପା ଏକ ବୋଲି ଏକ ବାର୍ତ୍ତା ଲୋକଙ୍କ ନିକଟକୁ ଗଲା ନାହିଁ କି?
ଉତ୍ତର: ଆମେ ଏନ୍‌ଡିଏର ପାର୍ଟ ନୁହେଁ। ସମଦୂରତା ସବୁବେଳେ ଅବଲମ୍ବନ କରିଆସିଛୁ। କାହିଁକି ଭାଜପା ପ୍ରାର୍ଥୀଙ୍କୁ ସମର୍ଥନ ଦିଆଯାଇଛି ଜାଣି ନାହିଁ। ହୁଏତ ବୈଷ୍ଣବ ମନ୍ତ୍ରୀ ହେବା କଥାକୁ ଆଖି ଆଗରେ ରଖି ଏଭଳି ସମର୍ଥନ ଦିଆଯାଇଥାଇପାରେ। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଭିତର କଥା। ଆମ ସ୍ତରରେ ଆମେ ଆଚାର ବିଚାର କରିବା ଉଚିତ ନୁହେଁ।
୮. ଭାଜପା ରାଜ୍ୟରେ ବିଦ୍ୟୁତ୍‌ ଦରଠାରୁ ଆରମ୍ଭକରି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ତେଲ ଦର ପ୍ରସଙ୍ଗରେ ବିଜେଡି ନୀରବ ରହୁଛି। ଏବେ କୁହାଯାଉଛି ଯେ ଆପଣମାନେ ଭାଜପା ବି-ଟିମ୍‌ ସାଜିଛନ୍ତି। ଏହାର ସତ୍ୟାସତ୍ୟ କ’ଣ?
ଉତ୍ତର: ଭାଜପା ଏଠାରେ ଏଥିଲାଗି ବିରୋଧ ନଁାରେ ବିଭିନ୍ନ ଆନ୍ଦୋଳନ କରୁଛି, କାରଣ ତାଙ୍କ ଦଳର ନେତାମାନଙ୍କ ଭିତରେ ଅନ୍ତର୍ଦ୍ୱନ୍ଦ୍ୱ ବଢ଼ିଯାଇଛି। ଭାଜପା ଭିତରେ ଏବେ ବ୍ୟାପକ ମାତ୍ରାରେ ଅନ୍ତର୍ଦ୍ୱନ୍ଦ୍ୱ ଚାଲିଛି। ସେମାନେ ବୁଝିବା ଉଚିତ, ବିଭିନ୍ନ କଥାରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭକରି ଅନ୍ୟ ମନ୍ତ୍ରୀମାନେ ଓଡ଼ିଶା ସରକାରଙ୍କ ଅନେକ କଥାକୁ ପ୍ରଶଂସା କରୁଛନ୍ତି।
୯. ୨୦୧୪ ସାଧାରଣ ନିର୍ବାଚନରେ ଅଢ଼େଇ ଲକ୍ଷରୁ ଅଧିକ ଭୋଟରେ ଆପଣ ଜିତିଥିବା ବେଳେ ୨୦୧୯ ନିର୍ବାଚନରେ କାହିଁକି ଜିତିବା ବ୍ୟବଧାନ ୧୧ ହଜାରକୁ ଖସି ଆସିଲା। ଆପଣ ବିଗତ ଦିନରେ ଜିତିବା ପରେ ନିର୍ବାଚନମଣ୍ଡଳୀକୁ ଯାଇ ଲୋକଙ୍କ ପାଖରେ ପହଞ୍ଚୁ ନ ଥିବା ଆଲୋଚନା ହେଉଛି। ଏହାର ପ୍ରତିକାର ଆପଣ କ’ଣ କରୁଛନ୍ତି?
ଉତ୍ତର: ୨୦୧୯ ସାଧାରଣ ନିର୍ବାଚନରେ ପୁରୀ ଲୋକ ସଭା ଆସନରେ ବିଜେଡିର ଭୋଟ କମିନି। କଂଗ୍ରେସ ବହୁ ତଳକୁ ଚାଲିଯାଇଛି। କଂଗ୍ରେସ ଭୋଟ ବିଜେଡି ବିରୋଧୀ, ଯେଉଁ ଭୋଟ ଭାଜପା ସପକ୍ଷରେ ଯାଇଛି। ଏଥର ଦ୍ୱିମୁଖୀ ଲଢ଼େଇ ହୋଇଥିବାରୁ ଜିତିବା ବ୍ୟବଧାନ ହ୍ରାସ ପାଇଛି।
୧୦. ନିକଟରେ ଆପଣ ସ୍ବର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ ନେଇ ଏକ ଟୁଇଟ୍‌ କରିଥିଲେ। ଏହି ଟୁଇଟ୍‌ରେ ଆପଣଙ୍କୁ ମିଳିଥିବା କମେଣ୍ଟ ମଧ୍ୟରୁ ଅଧିକାଂଶ ପୁରୀବାସୀ ଆପଣଙ୍କୁ ସମାଲୋଚନା କରିଥିବା ଦେଖିବାକୁ ମିଳିଛି। ଆପଣ କେବେହେଲେ ଲୋକଙ୍କ ସମସ୍ୟା ସହ ଅବଗତ ନ ଥିବା ନେଇ ଏଥିରେ ମାତ୍ରାଧିକ ଦର୍ଶାଯାଇଥିଲା। ଏଭଳି ଲୋକଙ୍କ ଅସନ୍ତୋଷର କାରଣ କ’ଣ ହୋଇପାରେ ବୋଲି ଆପଣ ଭାବୁଛନ୍ତି?
ଉତ୍ତର: ଭାଜପାର ଟ୍ରୋଲ୍‌ ଆର୍ମିଙ୍କ ଏ ସବୁ କାର୍ଯ୍ୟ। ଏଥିରେ ଆଉ କିଛି ନାହିଁ। ନିର୍ବାଚନମଣ୍ଡଳୀ ସହିତ ଯଥେଷ୍ଟ ରହିଛି ସେଥିଲାଗି ପୁରୀବାସୀ ୪ଥର ପାର୍ଲାମେଣ୍ଟକୁ ପଠାଇଛନ୍ତି।
୧୧. ଆପଣଙ୍କୁ କ’ଣ ଖାଇବାକୁ ଭଲ ଲାଗେ?
ଉତ୍ତର: ବହୁତ କମ୍‌ ଖାଇବାକୁ ଭଲ ଲାଗେ। ଅବଢ଼ା ଖାଇବାକୁ ବହୁତ ଭଲ ଲାଗେ, ସବୁବେଳେ ମିଳିଲେ ଖାଆନ୍ତି।
୧୨. ଆପଣ ଶେଷଥର କେଉଁ ସିନେମା ଦେଖିଥିଲେ?
ଉତ୍ତର: ନେଟ୍‌ଫ୍ଲିକ୍ସରେ ଡକ୍ୟୁମେଣ୍ଟାରି, ରିଅଲ ଲାଇଫ ବାଇଓଗ୍ରାଫି ଦେଖିବାକୁ ଭଲ ଲାଗେ। ନିକଟରେ ମେକିଂ ଅଫ୍‌ ଏ ଟାଇରାଣ୍ଟ ଦେଖିଥିଲି।
୧୩. ଭାରତର କେଉଁ ସ୍ଥାନ ଆପଣଙ୍କୁ ଆକର୍ଷଣୀୟ ଲାଗେ?
ଉତ୍ତର: ପୁରୀ ବେଳାଭୂମିଠାରୁ ଭଲ ସ୍ଥାନ ଭାରତବର୍ଷରେ କେଉଁଠି ନାହିଁ। ମତେ ସେହି ସ୍ଥାନ ବହୁତ ଭଲ ଲାଗେ।
-ସାକ୍ଷାତ୍‌କାର: ସୁନୀତ୍‌ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri