Posted inଖେଳ

ଶାସ୍ତ୍ରୀଙ୍କ ପାଖରେ ନାହିଁ ଧୋନୀଙ୍କ ଫୋନ୍‌ ନମ୍ବର: କାରଣ ଜାଣିଲେ…

ଓମାନ,୨୭।୧:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାକୟ ମହେନ୍ଦ୍ର ସିଂ ଧୋନୀଙ୍କ ଜଣେ କିମ୍ବଦନ୍ତୀ କ୍ରିକେଟର ଭାବେ ଜଣାଶୁଣା। ତାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆକୁ ୩ଟି ଆଇସିସି ଟ୍ରଫିରେ ଜିତିଛି। ଦେଶ-ବିଦେଶରେ ତାଙ୍କର ବହୁ ପ୍ରଶଂସକ ମଧ୍ୟ ଅଛନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଧୋନୀ ତାଙ୍କ ସହିତ କେବେ ଫୋନ ରଖନ୍ତି ନାହିଁ। ଭାରତୀୟ କ୍ରିକେଟ ଦଳର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଏହି ଦାବି କରିଛନ୍ତି। ପାକିସ୍ତାନର ପୂର୍ବତନ ପେସର୍‌ ଶୋଏବ ଅଖତରଙ୍କ ଏକସାକ୍ଷାତକାରରେ ସେ ଏହା କହିଛନ୍ତି। ଏକ ଭିଡିଓରେ ଶାସ୍ତ୍ରୀ କହିଛନ୍ତି, ଧୋନୀ ନିଜ ପାଖରେ ମୋବାଇଲ ରଖୁ ନ ଥିବାରୁ ତାଙ୍କ ଫୋନ ନମ୍ବର ମୋ ପାଖରେ ନାହିଁ।
ନିକଟରେ ଶାସ୍ତ୍ରୀ ଓମାନରେ ଶୋଏବ ଅଖତରଙ୍କ ସହ ଏକ ବିଶେଷ ବାର୍ତ୍ତାଳାପ କରିଥିଲେ। ଶୋଏବ ଅଖତର ଏହି ଭିଡିଓକୁ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିଛନ୍ତି। ଅଖତର ଧୋନୀଙ୍କ ବିଷୟରେ ପଚାରବାରୁ ଶାସ୍ତ୍ରୀ କହିଛନ୍ତି ସେ ତାଙ୍କ ଭଳି ଖେଳାଳିଙ୍କୁ କେବେ ଦେଖି ନାହାଁନ୍ତି। ଧୋନୀ ଯେ କୌଣସି ପରିସ୍ଥିତିରେ ମଧ୍ୟ ରାଗନ୍ତି ନାହିଁ। ସର୍ବଦା କୁଲ୍‌ ରହିବାକୁ ଚେଷ୍ଟା କରନ୍ତି। ପ୍ରତ୍ୟେକ ପରିସ୍ଥିତିରେ ସେ ସର୍ବଦା ସମାନ ରୁହନ୍ତି। ତେବେ ଶୂନରେ ଆଉଟ୍‌ ହୁଅନ୍ତୁ କି ୧୦୦ ରନ ସ୍କୋର କରନ୍ତୁ, ବିଶ୍ୱକପ ଟ୍ରଫି ଉଠାନ୍ତୁ କିମ୍ବା ପ୍ରଥମ ରାଉଣ୍ଡରେ ହାରିଯାଆନ୍ତୁ, ଏଥିରେ କିଛି ଫରକ ପଡେ ନାହିଁ।ି ମୁଁ ଅନେକ ଖେଳାଳିଙ୍କୁ ଦେଖିଛି କିନ୍ତୁ ଆଜି ପର୍ଯ୍ୟନ୍ତ ଧୋନୀଙ୍କ ଭଳି କେହି ଦେଖି ନାହାଁନ୍ତି। ମୁଁ ସଚିନଙ୍କୁ ମଧ୍ୟ ଦେଖିଥିଲି, ଯିଏ ଜଣେ ମହାନ କ୍ରିକେଟର ଥିଲେ କିନ୍ତୁ ସେ ବେଳେବେଳେ ରାଗି ଯାଉଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri