Posted inଫୁରସତ

କବିତା ପଠେଇବାକୁ ପୋଷ୍ଟକାର୍ଡ, ଲଫାପା କିଣିଥିଲି

ବଣ ପାହାଡ଼ ଘେରା କେରେଙ୍ଗା ଗ୍ରାମପଞ୍ଚାୟତ। ଡ଼ଙ୍ଗର କ୍ଷେତରେ ସୁଲୁସୁଲିଆ ପାହାଡି ପବନ ତା’ସହ ମାଦଳର ତାଳେ ତାଳେ ଆଦିବାସୀଙ୍କ ଢେମସା ନାଚ। ଏଣେ କୋଲାବ ନଦୀର କୁଳୁକୁଳୁ ଶବ୍ଦରେ ମୁଁ ଓ ମୋ ଜନ୍ମମାଟି। ବଣ ପାହାଡ ଘେରରେ ମୁଁ ନିଜକୁ କବିତାର ଭାବରେ ଖୋଜିବୁଲେ। ମୋ ଜନ୍ମ ମାଟି ମୋତେ ବହୁତ କିଛି ଶିଖିବାର ସୂଯୋଗ ଦେଇଛି। ସାହିତ୍ୟକୁ ଭଲ ପାଇବା ଶିଖେଇଛି। ଅଳ୍ପ ବୟସରୁ ନିଜ ଅନୁଭବକୁ ଶବ୍ଦରେ ଉତ୍ତାରି ଲେଖୁଥିଲି। ସପ୍ତମ ଶ୍ରେଣୀରେ ପଢିଲାବେଳକୁ ଲେଖାସବୁ ବିଭିନ୍ନ ଆଡକୁ ପଠେଇବା ଆରମ୍ଭ କଲି। କିଛି ଲେଖା ଆକାଶବାଣୀ ଜୟପୁର କେନ୍ଦ୍ରକୁ ମଧ୍ୟ ପଠାଉଥିଲି। ଟିକିରାଇଜ ଓ ଫୁଲଚାଙ୍ଗୁଡି କାର୍ଯ୍ୟକ୍ରମରେ ବେଳେବେଳେ ମୋ ଲେଖା ପଢାଯାଏ। ଅପେକ୍ଷା କରି ବସିଥାଏ ରେଡ଼ିଓ ପାଖରେ ସମୟକୁ ଜଗି। ଯେଉଁଦିନ ପଢ଼ା ହୁଏ ସେଦିନର ଖୁସି କହିଲେ ନସରେ। ଲାଗେ ସ୍ବର୍ଗ ଯେମିତି ମୋ ହାତ ପାଆନ୍ତାରେ। ଏଇମିତି ଅଭ୍ୟାସ ଜାରି ରହିଲା। ଦିନେ ବାପା ଫୋଷ୍ଟ ଅଫିସରୁ ମୋ ନାଁ ଲେଖାଥିବା ଗୋଟାଏ ଲଫାପା ନେଇ ଆସିଥିଲେ। ସେଥିରେ ମୋତେ ଏକ ସାକ୍ଷାତକାର ପାଇଁ ଯୁବବାଣୀ କାର୍ଯ୍ୟକ୍ରମରୁ ନିମନ୍ତ୍ରଣ ଆସିଥିଲା। ଏହି ମଧ୍ୟରେ ମୁଁ ଯୁବବାଣୀ କାର୍ଯ୍ୟକ୍ରମ ପାଇଁ ଉପଯୁକ୍ତ ବୟସରେ ପହଁଞ୍ଚତ୍ ଯାଇଥିଲି। ମୋତେ ବୟସ ସେତେବେଳେ ତେଇଶ କିମ୍ବା ଚବିଶ ହୋଇଥିବ। ନିଜ ପ୍ରତିଭା ବଳରେ କାହାର ବିନା ସୁପାରିଶ ଓ ଅନୁମୋଦନରେ ମିଳିଥିବା ସେ ନିମନ୍ତ୍ରଣଟି ମତେ ସେଦିନ ଖୁବ୍‌ ଆନନ୍ଦ ଦେଇଥିଲା। ଉପଯୁକ୍ତ ତାରିଖରେ ସାନଭାଇ ସହ ଜୟପୁର ଗଲି। ଠିକଣା ଜଣା ନଥିଲା ଆକାଶବାଣୀର। ଭଗବାନଙ୍କ କୃପାରୁ ଅଳ୍ପ ଅସୁବିଧା ଭୋଗି ଆମେ ଆକାଶବାଣୀ କେନ୍ଦ୍ରରେ ପହଁଞ୍ଚତ୍ଲୁ। ଅଳ୍ପ ଅଳ୍ପ ନର୍ଭସ ଲାଗୁଥିଲେ ବି ଖୁସି ଲାଗୁଥିଲା। ରେକର୍ଡିଂ ସମୟରେ ଶବ୍ଦକୁ ସଜାଡି ଉତ୍ତର ରଖୁଥିଲାବେଳେ ନିଜ ଉପରେ ବିଶ୍ୱାସ ତିଆରି ହେଉଥିଲା। ରେକଡ଼ିଂ ସରିଲା। ସାକ୍ଷାତକାର ନେଇଥିଲେ ରଞ୍ଜନ କୁମାର ବେହେରା। ମୋ ଉତ୍ତର ଦେବା ଶୈଳୀରେ ମୁଗ୍ଧ ହୋଇଥିଲେ ମଧ୍ୟ। ଶେଷରେ ଆକଶବାଣୀର ନିର୍ଦ୍ଦେଶକ ମୋତେ ଗୋଟିଏ ଚେକ୍‌ ପ୍ରଦାନ କରି ବ୍ୟାଙ୍କ ପଠାଇ ଦେଇଥିଲେ। ସେ ଚେକ୍‌ର ମୂଲ୍ୟ ରାଶି ଥିଲା ୧୦୯ ଟଙ୍କା। ସେଦିନର ସେହି ୧୦୯ ଟଙ୍କାର ମୂଲ୍ୟ ଆଗରେ ଆଜିକା ଦିନର ଲକ୍ଷେ ଟଙ୍କାର ମୂଲ୍ୟ ବି କମ୍‌ ପଡିବ ମୋ ପାଇଁ । ଖୁସିରେ ଗୋଡ଼ ତଳେ ଲାଗୁନଥାଏ। ସେହି ପଇସା କେବଳ ଥିଲା ମୋର। ମୋ ନିଜ ଅର୍ଜନକୁ କେମିତି ଖର୍ଚ୍ଚ କରିବି ଭାବି ହେଲି। ପରେ ନିଷ୍ପତି ନେଲି ସେଥିରେ କିଛି ପୋଷ୍ଟକାର୍ଡ, ଲଫାପା ଏବଂ ସାଧା କାଗଜ କିଣି ଆଣିବାକୁ, ନିଜ ସୃଜନର ମହକ ବାଣ୍ଟିବା ପାଇଁ। ସତରେ ପହିଲି ରୋଜଗାରର ପୁଲକ ଖୁବ୍‌ ନିଆରା। ତା’ସହ ଜୀବନରେ ଈଶ୍ୱରଙ୍କ କରୁଣା ନଥିଲେ କିଛି ବି ସମ୍ଭବ ନୁହେଁ। ବାସ୍‌ ସେହି ଶବ୍ଦକୁ ଅନ୍ଧ ଲଉଡି କରି ଆଜି ସାହିତ୍ୟ କ୍ଷେତ୍ରରେ ମୁଁ ବିଚରଣ କରିପାରୁଛି। ନିଜକୁ ସବୁଦିନ ଯେତିକି ଖୋଜୁଛି, ଯେତିକି ପାଉଛି ତାକୁ ଶବ୍ଦରେ ଖଞ୍ଜି କବିତା ଲେଖୁଛି ଏବଂ ବଞ୍ଚୁଛି। ସାହିତ୍ୟ ମୋ ଜୀବନ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?