Posted inଫୁରସତ

ଦରମା ଟଙ୍କାରେ ନୂଆଲୁଗା ଓ ବହି କିଣିଥିଲି

ପ୍ରଥମ ସ୍କୁଲ୍‌, ପ୍ରଥମ ଟିଉସନ୍‌ ସାର୍‌, ପ୍ରଥମ କରି ବୁଲିବାକୁ ଯିବା ଏମିତି ଅନେକ କିଛି ଘଟଣା ପିଲାଦିନୁ ଆଜିଯାଏ ମନରେ ଛବି ହୋଇରହିଛି। ସେମିତି ଏକ ଅଭୁଲା ସ୍ମୃତି ହେଉଛି ଜୀବନର ପ୍ରଥମ ରୋଜଗାର। କଲେଜରେ ପଢ଼ିବାବେଳେ ଅନେକ ଥର ପୁରସ୍କାର ସ୍ବରୂପ ଟଙ୍କା ପାଇଥିଲି, ଆଉ ସେ ସବୁ ଟଙ୍କା ମୋର ବହି କିଣାରେ ସରିଯାଉଥିଲା। କାରଣ ବହି ପଢ଼ିବା ପ୍ରତି ମୋର ଥିଲା ପ୍ରବଳ ଆଗ୍ରହ। ତେବେ ପ୍ରାଣନାଥ ମହାବିଦ୍ୟାଳୟ, ଖୋର୍ଦ୍ଧାରୁ ଉଦ୍ଭିଦ ବିଜ୍ଞାନ ସମ୍ମାନ ରଖି ଗ୍ରାଜୁଏଶନ୍‌ ପାସ୍‌ କରିବା ପରେ ଗୋଟେ ପିଲାକୁ ଟିଉସନ୍‌ କରିବା ଆରମ୍ଭ କରିଥିଲି। ସେଥିରୁ ଯେଉଁ ସ୍ବଳ୍ପ ରୋଜଗାର ହେଉଥିଲା ତାହା ମୋର ହାତ ଖର୍ଚ୍ଚରେ ସରି ଯାଉଥିଲା। ଏମିତି କିଛିଦିନ ଯିବା ପରେ ୨୦୧୩ରେ ପ୍ରାଣନାଥ ମହାବିଦ୍ୟାଳୟରେ ଲାବରେଟୋରି ଆସିଷ୍ଟାଣ୍ଟ ଭାବେ ମୋତେ ଚାକିରି ମିଳିଲା। ନିଜେ ପଢୁଥିବା କଲେଜରେ ଚାକିରି କରିବାର ସୁଯୋଗ ମିଳିଥିବାରୁ ବହୁତ ଖୁସି ଲାଗୁଥିଲା। ମାସେ କେମିତି ବିତିଗଲା ଜଣା ପଡିଲାନି। ମାସ ଶେଷରେ ୩,୫୦୦ ଟଙ୍କା ଦରମା ଯେବେ ହାତରେ ଧରିଲି; ସ୍ବର୍ଗସୁଖ ମିଳିଲା ପରି ଅନୁଭବ ହେଉଥିଲା। ଟଙ୍କାକୁ କେମିତି ଖର୍ଚ୍ଚ କରିବି ସେ ନେଇ ଅନେକ ଭାବନା ମନକୁ ଆସୁଥିଲା। ଶେଷରେ ନିଷ୍ପତ୍ତି ନେଲି କିଛି ଟଙ୍କାରେ ଜେଜେମା’, ଜେଜେବାପା, ବୋଉ ଓ ଭାଇଭଉଣୀଙ୍କ ପାଇଁ ଲୁଗାପଟା କିଣିବି ଆଉ ନିଜ ପାଇଁ କିଛି ବହି କିଣିବି ବୋଲି। ପ୍ରଥମ ଦରମାରେ ନୂଆଲୁଗା କିଣିଦେବାରୁ ଘରେ ସମସ୍ତେ ବହୁତ ଖୁସି ହେଲେ ଆଉ ମୋତେ ଆଶୀର୍ବାଦ ବି କଲେ। ତା’ପରେ ୬୦୦ ଟଙ୍କା ଦେଇ ଓଡ଼ିଶା ଇ ଷ୍ଟୋରରୁ ବିଭୂତି ପଟ୍ଟନାୟକ, ପ୍ରତିଭା ରାୟ, ରମାକାନ୍ତ ରଥ ଓ ଅବଦୁଲ କଲାମଙ୍କର ଗୋଟିଏ ଗୋଟିଏ ବହି ମୁଁ ଅର୍ଡର କରିଥିଲି। ସେ ବହିସବୁ ଯେଉଁଦିନ ଆସି ଘରେ ପହଞ୍ଚତ୍ଲା, ସେଦିନ ମୋ ଖୁସି କହିଲେ ନ ସରେ। ଏସବୁ କିଣାକିଣି ପରେ ବି ଆଉ କିଛି ଟଙ୍କା ମୋ ପାଖରେ ବଳି ପଡିଥିଲା; ଯାହାକୁ ସବୁଦିନିଆ ଖର୍ଚ୍ଚ ପାଇଁ ମୁଁ ମୋ ପାଖରେ ରଖିଥିଲି। ଏହିପରି ଭାବେ ପ୍ରଥମ ଦରମାକୁ ଖର୍ଚ୍ଚ କରିଥିଲି। ୨୦୧୯ ଯାଏ ଉକ୍ତ କଲେଜରେ କାମ କରିବା ପରେ ପୁରୀସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଡାଏଟିସିଆନ୍‌ ଭାବେ କିଛିଦିନ କାମ କଲି। କରୋନା ସମୟରେ କାମ କରିବାକୁ ଅସୁବିଧା ହେବାରୁ ସେହି ଚାକିରି ଛାଡ଼ି ନିଜର ଏକ ଡାଏଟିସିଆନ୍‌ ଓ୍ବେବସାଇଟ୍‌ ଖୋଲିଲି, ଆଉ ସେଥିରେ ବିଭିନ୍ନ ଉପଯୋଗୀ ଟିପ୍ସଗୁଡ଼ିକ ଅପ୍‌ଲୋଡ୍‌ କରିଚାଲିଲି। ଲେଖାଲେଖିରେ ରୁଚି ଥିବାରୁ ମଝିରେ ମଝିରେ କବିତା, ପ୍ରବନ୍ଧ ତଥା ସ୍ତମ୍ଭ ବି ଲେଖୁଥିଲି। ଏଥିସହିତ କେତେଜଣ ବିଶିଷ୍ଟ ଗାଳ୍ପିକା/ଗାଳ୍ପିକଙ୍କର ଓଡ଼ିଆ ଗପକୁ ଇଂଲିଶରେ ଟ୍ରାନ୍ସଲେଶନ କରିବାର କାମ ବି କଲି। ଏସବୁଥିରୁ ଭଲ ରୋଜଗାର ହେଉଥିଲେ ମଧ୍ୟ ପ୍ରଥମ ଦରମାର ସେହି ମିଠା ଅନୁଭୂତିକୁ ଆଜି ଯାଏ ବି ମନରୁ ଭୁଲି ପାରୁନି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri