Posted inଫୁରସତ

ଦରମା ଟଙ୍କାରେ ନୂଆଲୁଗା ଓ ବହି କିଣିଥିଲି

ପ୍ରଥମ ସ୍କୁଲ୍‌, ପ୍ରଥମ ଟିଉସନ୍‌ ସାର୍‌, ପ୍ରଥମ କରି ବୁଲିବାକୁ ଯିବା ଏମିତି ଅନେକ କିଛି ଘଟଣା ପିଲାଦିନୁ ଆଜିଯାଏ ମନରେ ଛବି ହୋଇରହିଛି। ସେମିତି ଏକ ଅଭୁଲା ସ୍ମୃତି ହେଉଛି ଜୀବନର ପ୍ରଥମ ରୋଜଗାର। କଲେଜରେ ପଢ଼ିବାବେଳେ ଅନେକ ଥର ପୁରସ୍କାର ସ୍ବରୂପ ଟଙ୍କା ପାଇଥିଲି, ଆଉ ସେ ସବୁ ଟଙ୍କା ମୋର ବହି କିଣାରେ ସରିଯାଉଥିଲା। କାରଣ ବହି ପଢ଼ିବା ପ୍ରତି ମୋର ଥିଲା ପ୍ରବଳ ଆଗ୍ରହ। ତେବେ ପ୍ରାଣନାଥ ମହାବିଦ୍ୟାଳୟ, ଖୋର୍ଦ୍ଧାରୁ ଉଦ୍ଭିଦ ବିଜ୍ଞାନ ସମ୍ମାନ ରଖି ଗ୍ରାଜୁଏଶନ୍‌ ପାସ୍‌ କରିବା ପରେ ଗୋଟେ ପିଲାକୁ ଟିଉସନ୍‌ କରିବା ଆରମ୍ଭ କରିଥିଲି। ସେଥିରୁ ଯେଉଁ ସ୍ବଳ୍ପ ରୋଜଗାର ହେଉଥିଲା ତାହା ମୋର ହାତ ଖର୍ଚ୍ଚରେ ସରି ଯାଉଥିଲା। ଏମିତି କିଛିଦିନ ଯିବା ପରେ ୨୦୧୩ରେ ପ୍ରାଣନାଥ ମହାବିଦ୍ୟାଳୟରେ ଲାବରେଟୋରି ଆସିଷ୍ଟାଣ୍ଟ ଭାବେ ମୋତେ ଚାକିରି ମିଳିଲା। ନିଜେ ପଢୁଥିବା କଲେଜରେ ଚାକିରି କରିବାର ସୁଯୋଗ ମିଳିଥିବାରୁ ବହୁତ ଖୁସି ଲାଗୁଥିଲା। ମାସେ କେମିତି ବିତିଗଲା ଜଣା ପଡିଲାନି। ମାସ ଶେଷରେ ୩,୫୦୦ ଟଙ୍କା ଦରମା ଯେବେ ହାତରେ ଧରିଲି; ସ୍ବର୍ଗସୁଖ ମିଳିଲା ପରି ଅନୁଭବ ହେଉଥିଲା। ଟଙ୍କାକୁ କେମିତି ଖର୍ଚ୍ଚ କରିବି ସେ ନେଇ ଅନେକ ଭାବନା ମନକୁ ଆସୁଥିଲା। ଶେଷରେ ନିଷ୍ପତ୍ତି ନେଲି କିଛି ଟଙ୍କାରେ ଜେଜେମା’, ଜେଜେବାପା, ବୋଉ ଓ ଭାଇଭଉଣୀଙ୍କ ପାଇଁ ଲୁଗାପଟା କିଣିବି ଆଉ ନିଜ ପାଇଁ କିଛି ବହି କିଣିବି ବୋଲି। ପ୍ରଥମ ଦରମାରେ ନୂଆଲୁଗା କିଣିଦେବାରୁ ଘରେ ସମସ୍ତେ ବହୁତ ଖୁସି ହେଲେ ଆଉ ମୋତେ ଆଶୀର୍ବାଦ ବି କଲେ। ତା’ପରେ ୬୦୦ ଟଙ୍କା ଦେଇ ଓଡ଼ିଶା ଇ ଷ୍ଟୋରରୁ ବିଭୂତି ପଟ୍ଟନାୟକ, ପ୍ରତିଭା ରାୟ, ରମାକାନ୍ତ ରଥ ଓ ଅବଦୁଲ କଲାମଙ୍କର ଗୋଟିଏ ଗୋଟିଏ ବହି ମୁଁ ଅର୍ଡର କରିଥିଲି। ସେ ବହିସବୁ ଯେଉଁଦିନ ଆସି ଘରେ ପହଞ୍ଚତ୍ଲା, ସେଦିନ ମୋ ଖୁସି କହିଲେ ନ ସରେ। ଏସବୁ କିଣାକିଣି ପରେ ବି ଆଉ କିଛି ଟଙ୍କା ମୋ ପାଖରେ ବଳି ପଡିଥିଲା; ଯାହାକୁ ସବୁଦିନିଆ ଖର୍ଚ୍ଚ ପାଇଁ ମୁଁ ମୋ ପାଖରେ ରଖିଥିଲି। ଏହିପରି ଭାବେ ପ୍ରଥମ ଦରମାକୁ ଖର୍ଚ୍ଚ କରିଥିଲି। ୨୦୧୯ ଯାଏ ଉକ୍ତ କଲେଜରେ କାମ କରିବା ପରେ ପୁରୀସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଡାଏଟିସିଆନ୍‌ ଭାବେ କିଛିଦିନ କାମ କଲି। କରୋନା ସମୟରେ କାମ କରିବାକୁ ଅସୁବିଧା ହେବାରୁ ସେହି ଚାକିରି ଛାଡ଼ି ନିଜର ଏକ ଡାଏଟିସିଆନ୍‌ ଓ୍ବେବସାଇଟ୍‌ ଖୋଲିଲି, ଆଉ ସେଥିରେ ବିଭିନ୍ନ ଉପଯୋଗୀ ଟିପ୍ସଗୁଡ଼ିକ ଅପ୍‌ଲୋଡ୍‌ କରିଚାଲିଲି। ଲେଖାଲେଖିରେ ରୁଚି ଥିବାରୁ ମଝିରେ ମଝିରେ କବିତା, ପ୍ରବନ୍ଧ ତଥା ସ୍ତମ୍ଭ ବି ଲେଖୁଥିଲି। ଏଥିସହିତ କେତେଜଣ ବିଶିଷ୍ଟ ଗାଳ୍ପିକା/ଗାଳ୍ପିକଙ୍କର ଓଡ଼ିଆ ଗପକୁ ଇଂଲିଶରେ ଟ୍ରାନ୍ସଲେଶନ କରିବାର କାମ ବି କଲି। ଏସବୁଥିରୁ ଭଲ ରୋଜଗାର ହେଉଥିଲେ ମଧ୍ୟ ପ୍ରଥମ ଦରମାର ସେହି ମିଠା ଅନୁଭୂତିକୁ ଆଜି ଯାଏ ବି ମନରୁ ଭୁଲି ପାରୁନି।


Enter your email to get our daily news in your inbox.

All Right Reserved By Dharitri.Com

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri