Posted inଫୁରସତ

ପ୍ରଥମ ଉପାର୍ଜନରେ ବହି କିଣିଥିଲି: ଲେଖିକା ମାନିନୀ ମିଶ୍ର

ସେଇ ସମୟର ସମ୍ବଲପୁର ଜିଲାର ଗୋଟିଏ ଛୋଟ ଅଥଚ ପ୍ରସିଦ୍ଧ ଗାଁ ବରପାଲି । ଛୋଟ ବେଳେ ମଙ୍ଗାର ଠକ୍‌ ଠକ୍‌ , ବାନ୍ଧର ରଙ୍ଗଭରା ସୁନ୍ଦର ସୁନ୍ଦର ଜୀବନ୍ତ କଳା, ଖୋଷାକୁ ଶିଝେଇ ମଠା ସୂତା କାଢ଼ିବା ଇତ୍ୟାଦି ଦେଖି ଆସିଥିଲି ଆଖ ପାଖ ସବୁ ଘରର କୌଳିକ ବୃତ୍ତି ଭାବରେ । ଟିକେ ବଡ଼ ହେଲି ପରିଚିତ ହେଲି ମୋର ମାଟିର ଅନନ୍ୟ କବି ଗଙ୍ଗାଧର ମେହେରଙ୍କ ସହ । ବାପା ସ୍ଥାନୀୟ ଗଙ୍ଗାଧର ଏନ.ଏ.ସି. ହାଇସ୍କୁଲର ହେଡ଼ମାଷ୍ଟର ଥିଲେ । ଛୋଟ ବେଳେ ପାଟି ମୋର ଲାଗୁଥିଲା, ଦ୍ବିତୀୟ ଶ୍ରେଣୀରୁ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେବା ପରେ ପରେ ମୁଁ ସ୍ପଷ୍ଟ କଥା କହିବା ଶିଖି ସାରିଥିଲି । ବରପାଲିର ଅନେକ ଅନୁଷ୍ଠାନ ସେତେବେଳେ ପାଳନ କରୁଥିଲେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ । ଶ୍ରାବଣ ମାସ ସାରା ସବୁ ସ୍କୁଲର ବଛା ବଛା ଛାତ୍ରୀଛାତ୍ରଙ୍କ ବକ୍ତୃତା, ରଚନା, ସଙ୍ଗୀତ, ଆବୃତ୍ତି ଇତ୍ୟାଦି ପ୍ରତିଯୋଗିତାର ଆୟୋଜନ କରାଯାଇ ଶ୍ରାବଣ ପୂର୍ଣ୍ଣିମା ଦିନ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇ ଗଙ୍ଗାଧର ଜୟନ୍ତୀ ପାଳନ ଅବସରରେ ସବୁ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଉ ଥିଲା। ୧୯୮୬ ମସିହାର କଥା ଓଡ଼ିଶାର ମହାମହୀମ ରାଜ୍ୟପାଳ ଥିଲେ ବିଶ୍ବମ୍ବର ନାଥ ପାଣ୍ଡେ। ତାଙ୍କ ହାତରୁ ବକ୍ତୃତା ଓ ରଚନା ପାଇଁ ପୁରସ୍କାର ଭାବେ ପାଇଲି ଏକ କପ ଓ ଗୋଟିଏ ଏନ-ଭଲ୍‌ପ। ଘରକୁ ଯାଇ ଦେଖିଲି ଏନ-ଭଲ୍‌ପ୍‌ ଭିତରେ ଅଛି ନୂଆଁ ପଚାଶ ଟଙ୍କିଆ ଦୁଇଟା । ବାପା ସବୁବେଳେ କହୁଥିଲେ ବହି ହିଁ ପ୍ରକୃତ ବନ୍ଧୁ ଆଉ ମୋର ପ୍ରିୟର ବିଷୟ ଥିଲା ଗଣିତ ଓ ବିଜ୍ଞାନ, ବାପାଙ୍କ ସାଇକେଲରେ ବସି ମୁଁ ଯାଇଥିଲି ବସଷ୍ଟାଣ୍ଡର ସବୁଠୁ ପୁରୁଣା ପତ୍ରିକା ମହଲ। କିଣି ଆଣିଥିଲୁ କିଛି ଭଲ ଗଣିତ ଓ ବିଜ୍ଞାନ ପୁସ୍ତକ। ଏହାପରେ ବି ମୁଁ ଅନେକ ପୁରସ୍କାର ପାଇଛି। ବାଳିକା ବିଦ୍ୟାଳୟରେ ଏସ୍‌- ଏ, ଡିବେଟ୍‌, ସ୍ପୋଟର୍‌ସ ଇତ୍ୟାଦି ସହ ଗଣିତଠୁ ଆରମ୍ଭ କରି ଯାହା ବି ବିଷୟ ଥିଲା ସବୁଥିରେ ତଥା ଶ୍ରେଣୀରେ ସର୍ବାଧିକ ମାର୍କ ପାଇ ବଡ଼ ଟିଫିନ କେରିଅରଠୁ ଆରମ୍ଭ କରି ଅନେକ କିଛି ପୁରସ୍କାର ମିଳିଥିଲା। ମା’ ସବୁକୁ ରଖି ଦେଇଥିଲେ ବାକ୍ସରେ। ବାହା ହେଲାପରେ ସବୁକୁ ସେ ମତେ ଦେଇଦେଲେ। ଏବେ ମୋ ପାଖରେ ଅନେକ ବ୍ରାଣ୍ଡେଡ୍‌ କମ୍ପାନୀର ତାପନିୟନ୍ତ୍ରିତ ଟିଫିନକେରିଅର ଭିତରେ ସଦର୍ପରେ ଛିଡା ହୁଏ ପୁରସ୍କାରସ୍ବରୂପ ମିଳିଥିବା ସେଇ ସବୁଠୁ ଲମ୍ବା ଷ୍ଟିଲର ଟିଫିନ କେରିଅର । ସେମିତି ସପ୍ତମରେ ‘ଓ’ ଗ୍ରେଡ୍‌ ସହ ଏନ.ଆର.ଟି.ଏସ. ବୃତ୍ତି ପଇସା ମିଳିଥିଲା କଲେଜ ପଢ଼ିବା ବେଳକୁ। ଦସ୍ତଖତ ନେଇ ହାତରେ ପଇସା ଦେଇଥିଲେ କ୍ଲକ୍‌ ସାର୍‌ । ଆଉ ସେଇ ପଇସାରେ ବାପା ବହି କିଣିଦେଇ ତା’ର ସଦୁପଯୋଗ କରିଥିଲେ । ବି.ଏଡ୍‌ ପରେ ସରକାରୀ ଚାକିରି କରିବାବେଳକୁ ପାସବୁକ ସିଷ୍ଟମ ଆସିଯାଇଥିଲା। ଆଉ ହାତରେ ପଇସା ଧରିନି, ସେମିତି ଚାକିରି ଛାଡିଲି ଯେ ଅନେକ ମାସର ପଇସା ଉଠାଇବାକୁ ଯାଇନି । ଏବେ ସେ ଏକାଉଣ୍ଟ ହୁଏତ ବନ୍ଦ କରି ଦେଇଥିବେ ସେମାନେ। କିମ୍ବା ଫାଇନ କଟି ଜିରୋ ବାଲାନ୍ସ ହେଇଯାଇଥିବ। ଆଜି କି ୨୦ବର୍ଷ ତଳର ଏକାଉଣ୍ଟ ସେ। ତା’ କଥା ଭାବିନି। ଆଉ ଏବେ ମୁଁ ଜୀବନର ସବୁ କ୍ୟାରିଅର, ରୋଜଗାର, ହିସାବ କିତାବକୁ ପଛରେ ଛାଡି ଚାଲି ଆସିଛି ଅନେକ ବାଟ ଚିରୁଡାଏ ପ୍ରେମ ଆଉ ଝୁଡିଏ ଶବ୍ଦର ପ୍ରାପ୍ତି ରେ …।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri