ମୁଁ ମୂଲିଆ କହୁଛି

ମୂଲିଆ। ମୂଲ ନ ଲାଗିଲେ ଘରେ ଆମର ଚୁଲି ଅଜଳା ରହେ। ଆଉ ସାଧାରଣତଃ ଆମେ ବହୁକୁଟୁମ୍ବୀ। ସହରରେ ମୂଲ ଅଧିକା। କାମ ବି ମିଳେ। କିନ୍ତୁ ଗାଁ ଗହଳିରେ କାମ ମିଳୁଛି ବା କାହାକୁ !
ସମସ୍ତେ ତ ଆମ ଭାଇ ଭଗାରି। ସୂର୍ଯ୍ୟ ଉଦୟ ହେବା ଆଗରୁ ନିତ୍ୟକର୍ମ ସାରି ହଳ ନେବାକୁ ହୁଏ। ଆଉ ଯଦି ନିଜର ବା କାହାର ଧରିଥିବା ଜମିରେ ଚାଷଥାଏ, ତେବେ ପରିବାରର ସମସ୍ତଙ୍କୁ କିଛି ନା କିଛି କାମ କରିବାକୁ ପଡ଼େ। ଦ୍ବିପ୍ରହର ସମୟକୁ ଦି କଂସା ପଖାଳ ଭାତ, ବାଡ଼ିରେ ଲାଗିଥିବା ପନିପରିବାରୁ କିଛି ଭଜା, ସିଝା ବା ପୋଡ଼ା ଆଉ ତା’ ସାଙ୍ଗକୁ ଲୁଣ କଞ୍ଚାଲଙ୍କା ପିଆଜ, ସମୟେ ସମୟେ ପୋଡ଼ା ଶୁଖୁଆ ଧରି ସ୍ତ୍ରୀ ହଉ କି ପିଲେ ହିଡ଼ ମୁଣ୍ଡକୁ ଆସି ଯାଇଥାନ୍ତି। ସାଙ୍ଗରେ ଥାଏ ପାଣି ଢାଳଟିଏ। ମୁଣ୍ଡରୁ ଗାମୁଛା ଫିଟାଇ, ପୋଛିହୋଇ, ବସିଯାଏ ହିଡ଼ ମୁଣ୍ଡରେ। ହାଉଁ ହାଉଁ ଭୋକ। ଚାହୁଁ ଚାହୁଁ କେଇଟା ଗୁଣ୍ଡାରେ ସେତକ ସରିଯାଏ। ପଖାଳ ପାଣିଟିକକ ସେତେବେଳେ ଅମୃତ ଠୁ ବି ଅଧିକ ସୁଆଦ ଲାଗେ। ଏହା ଚାଷ ସମୟର ନିତିଦିନିଆ କଥା।
କାହା ନଅ ଛଅରେ ଆମେ ନ ଥାଉ। ରାଜନୀତିବାଲା ଭୋଟବେଳେ ଦେଖାଦିଅନ୍ତି। ପ୍ରଲୋଭିତ କରନ୍ତି। ଉଦ୍ଦେଶ୍ୟ ଯେନତେନ ପ୍ରକାରେଣ ଆମ ଭୋଟ ଖଣ୍ଡିକ ହାତେଇବା। କଥା ବହୁତ, ଆଶ୍ୱାସନା ବି କମ୍‌ ନୁହେଁ। ଆମ ପରିଶ୍ରମର ଭୂରି ଭୂରି ପ୍ରଶଂସା କରି ସେ ବା ତାଙ୍କ ଦଳ ସରକାର ଗଢ଼ିଲେ, ଆମ ଭାଗ୍ୟ ବଦଳିଯିବାର ପ୍ରତିଶ୍ରୁତି ଦେଇ ଆମକୁ ଆପଣେଇ ନିଅନ୍ତି। ଆମେ ସରଳ ବିଶ୍ୱାସୀ। ନନ୍ଦ ଛନ୍ଦ ଜାଣୁନି। ତେଣୁ ତାଙ୍କ କଥାରେ ଭୁଲି ସାମୟିକ ଭୋଜିଭାତ ଖାଇ ଭୋଟ ଖଣ୍ଡିକ ଦେଇଦେଉ। ତା’ ପରେ ନେତାଙ୍କ ଦେଖାହୁଏ ପାଞ୍ଚ ବର୍ଷରେ ପୁଣି ଥରେ। କଥା ବଦଳେ। ସେଇ ମନ ଭୁଲାଳିଆ ଭାଷା। ଯାହା ହେଉ ସରକାରୀ ଯୋଜନାରୁ ମିଳିଛି ପକ୍କାଘର ଖଣ୍ଡିଏ। ଛପର ଚିନ୍ତା ଏବେ ନାହିଁ। ହଁ, ମୁଣ୍ଡପିଛା କିଛି ରାଶନ ସାମଗ୍ରୀ ମିଳୁଛି। ଆମ ସରପଞ୍ଚବାବୁ ବହୁତ ଭଲ। ଆମ ଭଲ ପାଇଁ ଯିଏ ସରକାରରେ ଆସେ ସେ ତାଙ୍କ ଦଳରେ ମିଶି ଯାଆନ୍ତି। ସବୁ ଯୋଜନାର ଲାଭ ଆମକୁ ମିଳେ। ଚଳି ହୁଏ, କିନ୍ତୁ ବିବାହ ବେଭାର ଉଠେଇବା ଲାଗି ଧାର ଉଧାର କରିବା ବ୍ୟତୀତ ଅନ୍ୟ ଉପାୟ ନ ଥାଏ। ଦି’ ପଇସା ସରକାରୀ ସାହାଯ୍ୟ ଆସିବାରୁ ଲୁଣ, ତେଲ, ଆଳୁ ଇତ୍ୟାଦି କିଣି ଭିଡି ଓଟାରି ସଂସାରଟା ଚଳିଯାଏ। ହେଲେ ବାଧକ ସାଜେ ଏକକାଳୀନ ଯେ କୌଣସି ଖର୍ଚ୍ଚ ପଡିଗଲେ ଯଥା ମେଡିକାଲ ହେଉ କି ବାହା ପୁଆଣି ।
ଏବର ପରିସ୍ଥିତି ଅଲଗା। ଆମ ପିଲେ ଅଧାପାଠୁଆ। ଘାସକୁ ଲମ୍ବ ଆଉ ପାଳକୁ ଛୋଟ। ନା କରିପାରୁଛନ୍ତି ଚାକିରି, ନା କରିପାରୁଛନ୍ତି ଚାଷବାସ। ଘରେ ବସି ଇୟା ତା’ କଥା ଶୁଣି ଚୁଗୁଲି ଚାପଟାରେ ସମୟ କାଟନ୍ତି। ଅଯଥାରେ ଯୁକ୍ତି ତର୍କ କରି କଜିଆ ଭିଆନ୍ତି। ଅବଶ୍ୟ ଖୁବ୍‌ କମ୍‌ ପିଲା ଆମର କିଛି କିଛି ମୋଟା ରୋଜଗାର ଗାଁରେ ରହି ବି କରନ୍ତି। ମୋଟର ପମ୍ପ ହେଉ, ଟ୍ରାକ୍ଟର ହେଉ, ଧାନକଟା, ଧାନ ଝଡ଼ା ମେଶିନ ଇତ୍ୟାଦି ବ୍ୟବହାର କରି ଦି’ ପଇସା କମାନ୍ତି। ଏଇଟା ଥିଲାବାଲାଙ୍କ ପାରିବାରିଆ ପିଲାଙ୍କ କଥା।
ସମସ୍ତେ ଏ ସବୁ ପାରନ୍ତିନି। ଅଧିକାଂଶ ବେକାର। ଆମ ଉପରେ ବୋଝ। ଆମ ଖଟିବାର ଅନ୍ତ ନ ଥାଏ। ବୟସ ଆମକୁ ଅବଶ ନ ହେଲା ପର୍ଯ୍ୟନ୍ତ ଅଟକାଇ ପାରେ ନାହିଁ। ଆଜିକାର ଦରଦାମ ଯାହା, ପନିପରିବା ଅଧିକ ହେଉଥିଲେ ହାଟକୁ ପଠାଇ ଦି’ ପଇସା ହୁଅନ୍ତା। କିନ୍ତୁ ଆମେ ପରିଶ୍ରମୀ ହେଲେ ବି ବୁଭୁକ୍ଷୁ।
ପରିବା ଘରକୁ ଅକୁଳାଣ। ଭୋକ ପାଇଁ ଆମର ଔଷଧ ଦରକାର ହୁଏନି। ପରିଶ୍ରମ ଯୋଗୁ ଝାଳ ବୁହେ, ନିଦ ଆଉ ଭୋକ ଆବଶ୍ୟକତାଠାରୁ ଅଧିକ ହୁଏ। ଫଳରେ ଅଧିକ ଚିନ୍ତା କରିବାକୁ ସମୟ ମିଳେନି।
ସରକାରୀ ପ୍ରୋତ୍ସାହନ ମିଳିଲେ ହୁଏତ ଟିକିଏ ଶାନ୍ତି ମିଳନ୍ତା। ଯୁବକଙ୍କ ସାଙ୍ଗକୁ ବୃଦ୍ଧଙ୍କ କଥା ବି ବୁଝିବା ଦରକାର। କାରଣ ତାଙ୍କୁ ଦୁନିଆ ଦେଖିବାକୁ ବେଶି ଦିନ ମିଳେନି। କଠିନ ପରିଶ୍ରମରେ ଚଳି ଆସୁଥିବାରୁ ବାର୍ଦ୍ଧକ୍ୟ ପ୍ରପୀଡ଼ିତ ହେଲେ ହେଁ ମନ ପରିଶ୍ରମ କରିବାରୁ ବିରତ ରହିବାକୁ ଚାହେନି। କିନ୍ତୁ ଶରୀର ଏସବୁକୁ ଗ୍ରହଣ କରିପାରେ ନାହିଁ। ସରକାର ସର୍ବାଗ୍ରେ ଅନ୍ନଦାତା କହି ଖୁସି କରାନ୍ତି, ସେଥିରେ ଆମର କି ଲାଭ। କହିବା ଅପେକ୍ଷା କିଛି କଲେ ଭଲ ହୁଅନ୍ତା। ବୃଦ୍ଧ ବୟସରେ ଆର୍ଥିକ ସହାୟତାର ଆବଶ୍ୟକତା ବହୁତ ବେଶି। ଆର୍ଥିକ ସାହାଯ୍ୟ ତଥା ପେନ୍‌ସନ କିଛି ମିଳିଲେ ଆଖି ବୁଜିବା ଆଗରୁ ଶାନ୍ତି କ’ଣ ଟିକେ ଜାଣନ୍ତୁ। ଅବଶ୍ୟ ବାର୍ଦ୍ଧକ୍ୟ ଭତ୍ତାର ବ୍ୟବସ୍ଥା ଅଛି, ଯାହା ଆଜିକାଲିର ମହରଗ ବଜାରକୁ ସମୁଦ୍ରକୁ ଶଙ୍ଖେ ପରି।
ମୂଲିଆ ମୁଁ ବୋଲି ମୋର ଦୁଃଖ ନାହିଁ। ଦୁଃଖ, ମୂଲିଆର ପୁଅ କେବଳ ମୂଲିଆ ନ ହେଉ। ଚାଷବାସ ତ ପାଣିପାଗ ଉପରେ ନିର୍ଭରଶୀଳ। ଝଡ଼ି, ବଢ଼ି, ମରୁଡ଼ି ସହିବାକୁ ବାଧ୍ୟ। ଏସବୁ ସରକାରର ବିଚାରକୁ ଆସୁ। ଶାରୀରିକ ପରିଶ୍ରମ କରିପାରିବାର ବୟସ ସୀମା ନିର୍ଦ୍ଧାରଣ କରାଯାଉ। ଯେପରି ଚାକିରି ସରିଲା ପରେ କାମ ନ କରି ଚଳିବା ପାଇଁ ପେନ୍‌ସନ ବ୍ୟବସ୍ଥା ଅଛି, ସେହିପରି ସୁବିଧା ମୂଲିଆଙ୍କୁ ମିଳୁ। ବୟସ ବୃଦ୍ଧି ରୋଗର କାରଣ। ଏହା ସରକାରୀ ଚାକିରିଆଙ୍କୁ ଯେପରି ସେହିପରି ଆମକୁ ମଧ୍ୟ। ଔଷଧ ଖର୍ଚ୍ଚ ମିଳୁ। ଗାଁ ଗାଁରେ ଡାକ୍ତରଖାନା ଖୋଲିଦେଲେ ଯେ ଲୋକେ ନୀରୋଗ ହେବେ, ତାହା ଭାବିବା ଠିକ୍‌ ନୁହେଁ। ବରଂ ରୋଗଗ୍ରସ୍ତ ହେଲେ ଚିକିତ୍ସା ପାଇ ଉପଶମ ଲଭିବେ। ତେଣୁ ମାଗଣା ଚିକିତ୍ସା ସାଙ୍ଗକୁ ମାଗଣା ଔଷଧ ମିଳୁ।
ମୁଁ ମୂଲିଆ। ଆମର ପିଲେ ପଢ଼ିବାର ଉପଯୁକ୍ତ ସୁବିଧା ପାଇ ପାରିଲେ ହୁଏତ ରୋଜଗାରକ୍ଷମ ହୋଇପାରନ୍ତେ। ସେମାନଙ୍କୁ ସରକାରଙ୍କ ତରଫରୁ ଆଧୁନିକ ଯୁଗରେ ସେହି ପ୍ରକାର ପ୍ରଶିକ୍ଷଣ ଦିଆଗଲେ ଆମ ଉପରୁ ବୋଝ କମିଯାଆନ୍ତା। ମାଲିକ ହେବାର ଅଭିପ୍ରାୟ ମୋର ନାହିଁ। ପରିବାରରେ ଦେହଟା ଘୋଡ଼େଇବାକୁ ଯାହା ଦି’ ପଇସା ଦରକାର ତାହା ମଧ୍ୟ ସମ୍ଭବ ହୁଏନି। ଆମକୁ ସମାଜରେ ଯେତିକି ଆଦର କରାଯାଉଛି, ତାହା ଯେ ବାସ୍ତବିକ ବା ଆର୍ଥିକ କ୍ଷେତ୍ରରେ ଆମକୁ ସୁଖୀ କରାଇ ପାରିବନି, ଏହା କହୁଥିବାବ୍ୟକ୍ତି ଭଲ ଭାବେ ହୃଦୟଙ୍ଗମ କରନ୍ତି। ଯଦି ଆନ୍ତରିକତାର ସହ ପ୍ରଶଂସା ସାଉଁଟିବାର ସୁଯୋଗ ଦିଆ ଯାଉଛି, ତେବେ ସରକାର ଆର୍ଥିକ ସାହାଯ୍ୟର ହାତ ବଢ଼ାଇଲେ ଏ ମୂଲିଆକୁଳଟି ଟିକିଏ ଶାନ୍ତିରେ ନିଃଶ୍ୱାସ ନିଅନ୍ତା।
ଗୁଣ୍ଡିଚା ବିହାର, ପୁରୀ
ମୋ: ୮୨୪୯୦୮୨୪୦୦


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?