Posted inଜାତୀୟ

ମୁଁ ନଡ୍ଡାଙ୍କ ପିଏ, ଟଙ୍କା ଦେଲେ ତୁମକୁ ମନ୍ତ୍ରୀ କରାଇଦେବି

ନାଗପୁର,୨୨ା୫: ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମ୍‌ଓ)ର ଅତିରିକ୍ତ ନିର୍ଦ୍ଦେଶକ ପରିଚୟ ଦେଇ ଲୋକଙ୍କୁ ଠକିବା ଅଭିଯୋଗରେ କିଛି ଦିନ ତଳେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଗୁଜରାଟର ମହାଠକ କିରନ୍‌ ପଟେଲ ଧରାପଡ଼ିଥିବାବେଳେ ତାଙ୍କ ଭଳି ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗୁଜରାଟର ଅହମଦାବାଦ ଜିଲା ମୋର୍‌ବି ବାସିନ୍ଦା ନୀରଜ ସିଂ ରାଠୋରଙ୍କୁ ମହାରାଷ୍ଟ୍ରର ନାଗପୁର ପୋଲିସ ଗିରଫ କରିଛି। ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ କ୍ୟାବିନେଟରେ ମନ୍ତ୍ରୀ କରାଇବା ପ୍ରତିଶ୍ରୁତି ଦେଇ ୩ ଭାଜପା ବିଧାୟକଙ୍କଠାରୁ ବେଆଇନ ଭାବେ ଟଙ୍କା ନେଇଥିବା ପୋଲିସ କହିଛି। କେବଳ ଏତିକି ନୁହେଁ, ନୀରଜ ବିଭିନ୍ନ ରାଜ୍ୟର ୨୮ ବିଧାୟକଙ୍କ ସହ ଯୋଗସୂତ୍ରରେ ଥିଲେ।
ନାଗପୁର ପୋଲିସର କହିବା ହେଲା, ଗତ ୩ ମାସ ମଧ୍ୟରେ ମହାଠକ ନୀରଜ ନିଜକୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ପରିଚୟ ଦେଇ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ହରିୟାଣା, ଝାଡ଼ଖଣ୍ଡ ଓ ଦିଲ୍ଲୀର ୨୮ ବିଧାୟକଙ୍କୁ ମନ୍ତ୍ରୀ କରାଇବା ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ବିପୁଳ ଅର୍ଥ ଲୁଟିଥିଲେ। ଏପରି କି ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କୌଣସି ପ୍ରକାରେ ମନ୍ତ୍ରୀ କରାଇବାରେ ସକ୍ଷମ ହୋଇଥିଲେ। ଗତବର୍ଷ ଦିଲ୍ଲୀର ଜଣେ ଭାଜପା ବିଧାୟକଙ୍କୁ କେନ୍ଦ୍ରର ଗୃହ ନିର୍ମାଣ ସ୍କିମ୍‌ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଦାୟିତ୍ୱ ପ୍ରଦାନ ପ୍ରତିଶ୍ରୁତି ଦେଇଥିଲେ। ସମ୍ପୃକ୍ତ ବିଧାୟକଙ୍କ ଅଭିଯୋଗକ୍ରମେ ଦିଲ୍ଲୀ ପୋଲିସ ନୀରଜଙ୍କୁ ଗିରଫ କରିଥିଲା। ଗତ ଜାନୁୟାରୀରେ ସେ ଜାମିନରେ ଆସିଥିଲେ। ନୀରଜଙ୍କ ବିରୋଧରେ ଆଇପିସି ଦଫା ୪୧୯ (ମିଥ୍ୟା ପରିଚୟ ଦେଇ ଠକିବା), ୪୨୦ (ଠକେଇ), ୧୨୦-ବି (ଆପରାଧିକ ଷଡ଼ଯନ୍ତ୍ର) ଏବଂ ୫୧୧ (ଅପରାଧ ଘଟାଇବା ଉଦ୍ୟମ ପାଇଁ ଆଜୀବନ କାରାଦଣ୍ଡାଦେଶ) ବଳରେ ମାମଲା ରୁଜୁ ହୋଇଛି। ନୀରଜଙ୍କ ଘର ନିକଟସ୍ଥ ଏକ ମୋବାଇଲ୍‌ ଦୋକାନର ମାଲିକ ତାଙ୍କ ତରଫରୁ ଅନ୍‌ଲାଇନ୍‌ରେ ବିଧାୟକମାନଙ୍କଠାରୁ ଟଙ୍କା ଗ୍ରହଣ କରୁଥିଲେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri