ବାଲିଗୁଡା,୨୩।୪(ସଞ୍ଜୟ କୁମାର ପାଣିଗ୍ରାହୀ) : ଭାରସାମ୍ୟ ହରାଇ ଗାର୍ଡୱାଲରେ ଝୁଲିଲା ଚିପ୍ସ ବୋଝେଇ ହାଇୱା । ଗୁରୁବାର ଅପରାହ୍ନରେ ବାଲିଗୁଡା ଥାନା ୪୧ ନଂ. ରାଜ୍ୟ ରାଜପଥର ମୁଖ୍ୟ ରାସ୍ତାର ଗଟାଙ୍ଗୀ ନିକଟରେ ଘଟିଛି ଦୁର୍ଘଟଣା । ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ହାଇୱା ଡ୍ରାଇଭର ।
ଖବର ଅନୁସାରେ, ଲଣ୍ଡାଗାଁ ପଟୁ ବାଲିଗୁଡା ଅଭିମୁଖେ ଚିପ୍ସ ବୋଝେଇ ହାଇୱା ଗାଡିଟି ଆସୁଥିବା ବେଳେ ହଠାତ୍ ଷ୍ଟିଅରିଙ୍ଗ ଅଚଳ ହୋଇଯାଇଥିଲା । ଗଟାଙ୍ଗୀ ନିକଟରେ ଷ୍ଟେରିଙ୍ଗ ଜାମ ହେବା ଫଳରେ ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ଗାର୍ଡୱାଲରେ ଝୁଲି ରହିଥିଲା ହାଇୱା । ତେବେ ସ୍ଥାନୀୟ ବାସିନ୍ଦା ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ହାଇୱାରୁ ଉଦ୍ଧାର କରି ବାହାରକୁ ଆଣିଥିଲେ । ତେବେ ଦୁର୍ଘଟଣା ପରେ ଡ୍ରାଇଭର ଜଣକ ସୁରକ୍ଷିତ ରହିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।