Posted inଖେଳ

ରବିବାର ହାଇଦ୍ରାବାଦ-କୋଲକାତା ଫାଇନାଲ

ଚେନ୍ନାଇ, ୨୫।୫: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ସତ୍ତ୍ୱେ ବ୍ୟାଟରଙ୍କ ବିଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ଲେ-ଅଫ୍‌ରୁ ବିଦାୟ ନେଇଛି। ସ୍ଥାନୀୟ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ କ୍ୱାଲିଫାୟର୍ସ-୨ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୩୬ ରନରେ ରାଜସ୍ଥାନକୁ ପରାସ୍ତ କରିଛି।

ରାଜସ୍ଥାନର ଟ୍ରେଣ୍ଟ ବୋଲ୍ଟ ଓ ଆଭେସ ଖାଁ ଚମତ୍କାର ବୋଲିଂ କରି ସନ୍‌ରାଇଜର୍ସ ଇନିଂସକୁ ୨୦ ଓଭରରେ ୯ ଉଇକେଟରେ ୧୭୫ ମଧ୍ୟରେ ସୀମିତ ରଖିଥିଲେ। ୧୭୬ ରନ ବିଜୟ ଲକ୍ଷ୍ୟନେଇ ବ୍ୟାଟିଂ କରିଥିବା ରାଜସ୍ଥାନ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇ ୨୦ ଓଭରରେ ୭ ଉଇକେଟ ହରାଇ ୧୩୯ ରନ କରିବାକୁ ସକ୍ଷମ ହୋଇଥିଲା। ସନ୍‌ରାଇଜର୍ସ ଫାଇନାଲରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ।

ରବିବାର ଏଠାରେ ଫାଇନାଲ ଖେଳାଯିବ। ରାଜସ୍ଥାନ ଏହା ପୂର୍ବରୁ ୨୦୦୮ରେ ଚାମ୍ପିୟନ ଏବଂ ୨୦୨୨ରେ ରନରଅପ୍‌ ହୋଇଥିଲା। ଏଠାରେ କ୍ୱାଲିଫାୟର ଜିତି ଦଳପାଇଁ ଫାଇନାଲ ଖେଳିବା ସୁଯୋଗ ରହିଥିଲେ ହେଁ ତାହା ଅଧୁରା ରହିଛି। ଅନ୍ୟପକ୍ଷରେ ୨୦୧୬ରେ ଚାମ୍ପିୟନ ଓ ୨୦୧୮ରେ ରନରଅପ୍‌ ହୋଇଥିବା ସନ୍‌ରାଇଜର୍ସ ତୃତୀୟ ଥରପାଇଁ ଆଇପିଏଲ୍‌ ଫାଇନାଲରେ ପ୍ରବେଶ କରିଛି।

ଯଶସ୍ବୀ ଜୟସ୍ବାଲ ଭଲ ଆରମ୍ଭ କରିଥିଲେ ହେଁ ଅପରପଟରୁ ସହାୟତା ପାଇ ନ ଥିଲେ। ଟମ୍‌ କୋଲେର କାଡମୋରେ ୧୦, ଅଧିନାୟକ ସଞ୍ଜୁ ସାମସନ ୧୦ ଓ ରିୟାନ ପରାଗ ୬ ରନରେ ଆଉଟ ହେବାରୁ ରାଜସ୍ଥାନର ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ରବିଚନ୍ଦ୍ରନ ଅଶ୍ୱିନ ଡକ୍‌(୦), ଇମ୍ପାକ୍ଟ ପ୍ଲେୟର ଶିମରନ ହେଟମେର ୪ ଓ ରୋଭମାନ ପାଓ୍ବେଲ ୬ ରନରେ ଆଉଟ ହେବା ସହ ରାଜସ୍ଥାନ ସମ୍ଭାବନା ଶେଷ ହୋଇ ଯାଇଥିଲା। ମିଡିଲ ଅର୍ଡରରେ ଧ୍ରୁବ ଜୋରେଲ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ତାହା ଦଳର ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇ ନ ଥିଲା। ସେ ୩୫ ବଲ୍‌ରୁ ୫୬ (୭ ଚୌକା, ୨ ଛକା) ରନକରି ଅପରାଜିତ ରହିଥିଲେ। ହାଇଦ୍ରାବାଦ ବୋଲରଙ୍କ ମଧ୍ୟରେ ଶାହାବାଜ ଅହମଦ ୩ଟି, ଅଭିଷେକ ଶର୍ମା ୨ଟି ଏବଂ ପ୍ୟାଟ୍‌ କୁମିନ୍ସ ଓ ଟି. ନଟରାଜନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ। ଏଲିମିନେଟର ପରି ଏଠାରେ ମଧ୍ୟ ଆରମ୍ଭରେ ଘାତକ ବୋଲିଂ କରିଥିଲେ ଟ୍ରେଣ୍ଟ ବୋଲ୍ଟ। ସେ ପ୍ରଥମ ଓଭରରେ ବିପଜ୍ଜନକ ବ୍ୟାଟର ଅଭିଷେକ ଶର୍ମା (୧୨)ଙ୍କୁ ଆଉଟ କରି ବିପକ୍ଷ ଦଳକୁ ପ୍ରଥମ ଝଟ୍‌କା ଦେଇଥିଲେ। ଟ୍ରାଭିସ ହେଡ୍‌ ଓ ରାହୁଲ ତ୍ରିପାଠୀ ଇନିଂସ ସମ୍ଭାଳିଥିଲେ। ତେବେ ବିସ୍ଫୋରକ ବ୍ୟାଟିଂ କରି ରନ୍‌ ହାର ବଢ଼ାଇ ଆସୁଥିବା ରାହୁଲ ତ୍ରିପାଠୀଙ୍କୁ ଆଉଟ କରି ବୋଲ୍ଟ ଦ୍ୱିତୀୟ ସଫଳତା ପାଇଥିଲେ। କେବଳ ସେତିକି ନୁହେଁ ସେହି ଓଭରରେ ସେ ଏଡେନ ମାରକ୍ରମଙ୍କୁ ଆଉଟ କରିବାରୁ ସନ୍‌ରାଇଜର୍ସ ଚାପସ୍ଥିତିକୁ ଚାଲି ଆସିଥିଲା। ୧୫ଟି ବଲ୍‌ ଖେଳିଥିବା ରାହୁଲ ୫ ଚୌକା ଓ ୨ ଛକା ସହାୟତାରେ ୩୭ ରନ କରିଥିଲେ। ଟ୍ରାଭିସ ହେଡ୍‌ ସ୍ବାଭାବିକ ବ୍ୟାଟିଂ କରିପାରି ନ ଥିଲେ ମଧ୍ୟ ୨୮ ବଲ୍‌ରୁ ୩୪ (୩ ଚୌକା, ୧ ଛକା) ରନ କରିବାରୁ ହାଇଦ୍ରାବାଦ ସ୍କୋର ୧୦ ଓଭର ବେଳକୁ ୯୯ ହୋଇ ଯାଇଥିଲା। ଫଳରେ ଦଳର ସ୍କୋର ୨୦୦ ଛୁଇଁବା ଆଶା କରାଯାଉଥିଲା। ମାତ୍ର ଠିକ୍‌ ସମୟରେ ଉଇକେଟ ନେଇ ରାଜସ୍ଥାନ ବୋଲରମାନେ ତାହା ହେବାକୁ ଦେଇ ନ ଥିଲେ। ହେନରିଚ୍‌ କ୍ଲାସେନ ଯଦିଓ ଅର୍ଦ୍ଧଶତକ (୫୦ ରନ) ହାସଲ କରିଥିଲେ ତେବେ ଏଥିପାଇଁ ୩୪ଟି ବଲ୍‌ର ସହାୟତା ନେଇଥିଲେ। ନୀତୀଶ ରେଡ୍ଡୀ ୫, ଅବଦୁଲ ସମଦ ଡକ୍‌(୦)ରେ ଆଉଟ ହେବା ସନ୍‌ରାଇଜର୍ସକୁ ବ୍ୟାକ୍‌ଫୁଟରେ ରଖିଥିଲା। ଇମ୍ପାକ୍ଟ ଖେଳାଳି ଶାହାବାଜ ଅହମଦ ୧୮ଟି ବଲ୍‌ ଖେଳି ୧୮ ରନ କରିଥିଲେ। ସନ୍ଦିମ ଶର୍ମା ୨ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri