‘୫୦୦ ଟଙ୍କା ନେଇ କାହା ସହ ବୁଲି ଯାଇଥିଲୁ?’ ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀଙ୍କ ଜୀବନ ନେଇଗଲେ ସ୍ବାମୀ

ରାଉରକେଲା,୨୮।୬(ସଂଗୀତା ଜେନା): ଦକ୍ଷିଣ ରାଉରକେଲା ଜଳଦା “ଏ” ବ୍ଲକ ଅନ୍ତର୍ଗତ ଫେଟ୍‌ କଲ୍‌ ଛକ ସ୍ଥିତ ହାଟିନଟୋଲା ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚରିତ୍ରକୁ ସନ୍ଦେହ ସହ ମାତ୍ର ୫ଶହ ଟଙ୍କା ପାଇଁ ସ୍ତ୍ରୀଙ୍କ ଜୀବନ ନେଇଯାଇଛନ୍ତି। ମୃତକ ହେଲେ ସବିତା ମୁଣ୍ଡା।

ସୂଚନାନୁଯାୟୀ, ହାଟିନଟୋଲା ବସ୍ତିରେ ରାଇସିଂ ମୁଣ୍ଡା ( 37) ଓ ସ୍ତ୍ରୀ ସବିତା ରହି ଆସୁଥିଲେ। ଗତ ଶୁକ୍ରବାର ରଥଯାତ୍ରା ଥିବାରୁ ସ୍ତ୍ରୀ ସବିତା ଘରେ ସ୍ବାମୀ ରଖିଥିବା ପାଞ୍ଚଶହ ଟଙ୍କା ନେଇ ଅନ୍ୟ ଜଣେ ଯୁବକଙ୍କ ସହ ରଥଯାତ୍ରା ଦେଖିବାକୁ ଯାଇଥିଲେ। ସ୍ବାମୀ ରାଇସିଂ କାମରୁ ଫେରି ଘରକୁ ଆସି ସ୍ତ୍ରୀ ନ ଥିବା ଦେଖିବାକୁ ପାଇଥିଲେ। ରାତି ପ୍ରାୟ ୧୧ଟା ବେଳେ ତାଙ୍କ ସ୍ତ୍ରୀ ଘରକୁ ଫେରିବା ପରେ ରାଇସିଂ ଘରେ ରଖିଥିବା ପଞ୍ଚଶହ ଟଙ୍କା କୁଆଡେ ଗଲାବୋଲି ସ୍ତ୍ରୀକୁ ପଚାରିଥିଲେ। ସବିତା ରଥଯାତ୍ରାରେ ଖର୍ଚ୍ଚ ହୋଇଯାଇଥିବା କଥା ଜଣାଇଥିଲେ। ସବିତାଙ୍କ ଚରିତ୍ରକୁ ସ୍ବାମୀ ଆକ୍ଷେପ କରିଥିଲେ। ଏହି କଥାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ରାଇସିଂ ସ୍ତ୍ରୀଙ୍କୁ ଧକ୍କା ଦେବାରୁ ସ୍ତ୍ରୀ ତଳେ ପଡିଯାଇଥିଲେ। ସ୍ବାମୀ ସଙ୍ଗେସଙ୍ଗେ ଘରେ ଥିବା ଏକ ମୁନିଆ କାଠ ଫାଳିଆ ଧରି ସ୍ତ୍ରୀଙ୍କୁ ପିଟିବା ସହିତ ସେହି ପେଟକୁ ଭୁସି ଦେଇଥିଲେ। ଫଳରେ ସବିତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଶନିବାର ସକାଳେ ପାଖ ପଡୋଶୀ ଲୋକ ଖବରପାଇ ସ୍ଥାନୀୟ ଟାଙ୍ଗରପଲ୍ଲୀ ଥାନାକୁ ଖବର ଦେଇଥିଲେ। ଟାଙ୍ଗରପଲ୍ଲୀ ପୋଲିସ ଅଧିକାରୀ ନିରଞ୍ଜନ ସେଠୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ରାଇସିଂଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ଘଟଣାସ୍ଥଳରେ ପୋଲିସ ସହିତ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ଆସି ତଦନ୍ତ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri