ସ୍ତ୍ରୀଙ୍କୁ ନିଛାଟିଆ ସ୍ଥାନକୁ ଡାକିନେଲେ ସ୍ବାମୀ, ଆଉ ତା’ପରେ ଘଟଣାଇଲେ ଏମିତି କାଣ୍ଡ

ବାଲେଶ୍ୱର, ୧୯।୯(ବାଞ୍ଛାନିଧି ଦେ): ବାଲେଶ୍ୱର ଟାଉନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ବେକକୁ ଛୁରୀରେ କାଟି ହତ୍ୟା ଉଦ୍ୟମ କରିଛନ୍ତି ସ୍ବାମୀ। ଗାଁ ଲୋକେ ସ୍ବାମୀଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ପୋଲିସ ଅଭିଯୁକ୍ତ ସ୍ବାମୀ କଟକ ବକ୍ସିବଜାର ମସ୍ତାନରୋଡ୍‌ ଅଞ୍ଚଳର ମହମ୍ମଦ ଅମଜାଦ (୫୨)ଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।
ଅମ୍‌ଜାଦ ଟାଉନ ଥାନା ଅଧୀନ ପଠାଣମହଲା ଗ୍ରାମର ପିଙ୍କି ଖାତୁନଙ୍କୁ ବିବାହ କରିଥିଲେ। ପିଙ୍କି ପଠାଣମହଲାରେ ରହୁଥିବା ବେଳେ ଅମଜାଦ କଟକରେ ରହୁଛନ୍ତି। ଗୁରୁବାର ଅମଜାଦ ଶ୍ୱଶୁର ଘରକୁ ଆସି ସ୍ତ୍ରୀଙ୍କୁ ଏକ ନିଛାଟିଆ ଜାଗାକୁ ଡାକି କଥା ହେଉଥିଲେ। ଅମ୍‌ଜାଦଙ୍କ କୌଣସି ଏକ କଥାରେ ପିଙ୍କି ରାଜି ହୋଇ ନ ଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ପକେଟ୍‌ରୁ ଏକ ଛୁରି ବାହାର କରି ପିଙ୍କିଙ୍କ ବେକକୁ ଆକ୍ରମଣ କରିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅମଜାଦ୍‌ ଦୌଡ଼ି ପଳାଉଥିବା ବେଳେ ତାଙ୍କୁ କାବୁ କରିଥିଲେ। ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପିଙ୍କିଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଟାଉନ ଥାନା ଆଇଆଇସି ବିଜୟ କୁମାର ଦାସ ସେଠାରେ ପହଞ୍ଚତ୍ ଅଭିଯୁକ୍ତ ସ୍ବାମୀ ଅମଜାଦ୍‌ଙ୍କୁ ଗିରଫ କରିଛନ୍ତି। ଏନେଇ ଏକ ମାମଲା ରୁଜୁ ହୋଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

ଗ୍ୟାସକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଓଡ଼ିଶାବାସୀଙ୍କ ପାଇଁ…

ଭୁବନେଶ୍ୱର,୨୬।୩: ରାଜ୍ୟରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ। ଏନେଇ ଗୁରୁବାର ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,…

ଆମେରିକାର ଭୟଙ୍କର ଚେତାବନୀ: ଇରାନ ପରାଜୟ ସ୍ବୀକାର ନ କଲେ…ଶୁଣିକି ସାରା ବିଶ୍ୱ ସ୍ତବ୍ଧ

ଓ୍ବାଶିଂଟନ୍‌,୨୬।୩: ହ୍ବାଇଟ ହାଉସ ପ୍ରେସ ସଚିବ କାରୋଲିନ ଲିଭିଟ କହିଛନ୍ତି ଯେ ଆମେରିକା ଗତ ତିନି ଦିନ ଧରି ଇରାନ ସହିତ ଆଲୋଚନା କରୁଛି ଏବଂ ଏକ…

ଗଞ୍ଜାମ ସହରରେ ଗୁଟଖା ତମାଖୁ କଳାବଜାର, ଚଢ଼ା ଦରରେ ବିକ୍ରି ଅଭିଯୋଗ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ): ଗତ କିଛି ଦିନ ହେଲା ଗଞ୍ଜାମ ସହରରେ ଗୁଟଖା କଳା ବଜାର ହେଉଛି ।ପୂର୍ବରୁ ରାଧା ଖଇନି, ପାନ ମସଲା ବିମଳ, ସଫଳ…

ମହାନଦୀରେ ଭାସୁଛନ୍ତି ମାଳମାଳ କୁମ୍ଭୀର: ସୋଲ ଭେଳାରେ ପାର ହୋଇ ମାଛ, କଙ୍କଡ଼ା ଧରି ପରିବାର ପୋଷଣ କରୁଛନ୍ତି ମହିଳା

ମହାକାଳପଡ଼ା,୨୬ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ନଦୀ ନାଳଘେରା ବତିଘର ଅଞ୍ଚଳ ମହାନଦୀ ଅବବାହିକା ଶାଖା ନାଳଗୁଡ଼ିକରେ କୁମ୍ଭୀର ମାଳ ମାଳ…

ଭୟଭୀତ ଇରାନ: ଖୋଲାଖୋଲି କଥା ହେବାକୁ…

ଓ୍ବାଶିଂଟନ୍‌,୨୬।୩: ମଧ୍ୟପ୍ରାଚ୍ୟରେ ଆମେରିକା-ଇସ୍ରାଏଲ ମେଣ୍ଟ ଏବଂ ଇରାନ ମଧ୍ୟରେ ଶତ୍ରୁତା ଆରମ୍ଭ ହେବାର ୨୬ ଦିନ ବିତିଗଲାଣି ଏବଂ ଉଭୟ ପକ୍ଷରୁ ଆକ୍ରମଣ ଦିନକୁ ଦିନ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri