ସ୍ତ୍ରୀଙ୍କୁ ଖୋଜିଖୋଜି ଜଗତସିଂହପୁରରୁ ହାଟଡିହୀରେ ପହଞ୍ଚିଲେ ସ୍ବାମୀ: ତା’ପରେ ଯାହା ଘଟିଲା…

ହାଟଡିହୀ/ଛେନାପଦି,୨୯l୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ଅଞ୍ଚଳରେ ସୋମବାର ଏକ ଫ୍ୟାମିଲି ଡ୍ରାମା ଦେଖିବାକୁ ମିଳିଛି l ଯାହାକି ମୁଖ୍ୟ ଆଲୋଚନାର ବିଷୟ ସାଜିଛି l ଜଗତସିଂହପୁର ଅଞ୍ଚଳର ଜଣେ ବିବାହିତା ମହିଳା ନିଜ ସ୍ବାମୀକୁ ଛାଡି ହାଟଡିହୀ ଅଞ୍ଚଳର ଜଣେ ବିବାହିତ ପୁରୁଷ ସହ ପଳାଇ ଆସିଛନ୍ତି l ମହିଳାଙ୍କ ସ୍ବାମୀ ନିଜ ସ୍ତ୍ରୀକୁ ଘରକୁ ଫେରାଇ ନେବା ପାଇଁ ଖୋଜିଖୋଜି ହାଟଡିହୀ ଅଞ୍ଚଳରେ ଆସି ପହଞ୍ଚିଛନ୍ତି l
ସୂଚନା ଅନୁସାରେ, ନନ୍ଦିପଦା ଥାନା ଅଧିନ ଅଣା ଗ୍ରାମର ଗୋବିନ୍ଦ ମଲ୍ଲିକ ଏକ ଯାତ୍ରା ପାର୍ଟିରେ କାମ କରୁଥିଲେ l ସେ ସୋସୋ ଥାନା ନାହା ଗ୍ରାମର ରଞ୍ଜିତା ରାଣୀ ବେହେରାଙ୍କୁ ପ୍ରାୟ ୧୦ ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କର ଦୁଇଟି ଛୁଆ ଅଛନ୍ତି। ଗତ ଦୁଇମାସ ତଳେ ଗୋବିନ୍ଦ ନିଜ ସ୍ତ୍ରୀକୁ ମୁଁ ଯାତ୍ରାରୁ ଫେରିଲେ ତୁମକୁ ଆଣିବି କହି ନିଜ ଘରକୁ ପଠାଇ ଦେଇଥିଲେ। ରଞ୍ଜିତା ଶ୍ୱଶୁରଙ୍କ ସେବାଶୁଶ୍ରୁଷା କରିବା ପାଇଁ ଶ୍ୱଶୁରଙ୍କ ପୈତୃକ ଘରକୁ ପଳାଇଥିଲେ। ଗୋବିନ୍ଦ ଯାତ୍ରା ପାର୍ଟିରୁ ଘରକୁ ଫେରିବା ପରେ ନିଜ ସ୍ତ୍ରୀକୁ ଆଣି ନ ଥିଲେ l ମାତ୍ର ଜଗତସିଂହପୁରରୁ ଜଣେ ବିବାହିତା ମହିଳାଙ୍କୁ ଘରକୁ ଆଣି ତାଙ୍କ ସହିତ ରହୁଥିଲେ। ଖବର ପାଇ ପତ୍ନୀ ରଞ୍ଜିତା ନିଜର ଦୁଇ ଭାଇଙ୍କୁ ସାଥିରେ ଧରି ସ୍ବାମୀ ରହୁଥିବା ଘରେ ପହଞ୍ଚିଥିଲେ l ସ୍ବାମୀ ଗୋବିନ୍ଦ ଅନ୍ୟ ଜଣେ ମହିଳାଙ୍କୁ ଧରି ରହିଥିବା ରଞ୍ଜିତା ଦେଖିବାକୁ ପାଇଥିଲେ l ଯାହାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ସ୍ତ୍ରୀ,ସ୍ବାମୀ ଏବଂ ଅନ୍ୟ ମହିଳାଙ୍କ ମଧ୍ୟରେ ହାଇଡ୍ରାମା ଚାଲିଥିଲା l ଦୁଇ ମହିଳାଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା l ଏପରିକି ଗୋବିନ୍ଦ ଏହି ଘରେ ବାହାର ଅଞ୍ଚଳର ମହିଳାଙ୍କୁ ଆଣି ସେକ୍ସ ର଼୍ୟାକେଟ ଚଳାଉଛି ବୋଲି ସ୍ତ୍ରୀ ରଞ୍ଜିତା କହିଥିଲେ l ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋବିନ୍ଦ ଏବଂ ଅନ୍ୟ ମାନଙ୍କୁ ଧରି ଥାନାକୁ ଆଣିଥିଲେ। ନିଜର ସ୍ତ୍ରୀ ଓ ଦୁଇ ଦୁଇଟି ଛୁଆଥିବା ବେଳେ ଅନ୍ୟ ଜଣେ ମହିଳାଙ୍କୁ ପାଖରେ ରଖିବାକୁ ଗ୍ରାମବାସୀ ନାପସନ୍ଦ କରିଛନ୍ତି l
ଅପରପକ୍ଷେ ଜଗତସିଂହପୁରର ଏହି ମହିଳାଙ୍କ ସ୍ବାମୀ ନନ୍ଦିପଦା ଥାନାରେ ପହଞ୍ଚି ନିଜ ସ୍ତ୍ରୀଙ୍କୁ ଘରକୁ ଫେରାଇ ନେବାକୁ ଚାହିଁଛନ୍ତି l ଏପରି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ରଞ୍ଜିତାଙ୍କ ପ୍ରତି ଅନ୍ୟାୟ ଏବଂ ଅତ୍ୟାଚାର କରାଯାଇଥିବା ନେଇ ଲିଖିତ ଅଭିଯୋଗ ହେବା ପରେ ପୋଲିସ ୨୭୯/୨୦୨୬ ରେ ଏକ ମାମଲା ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି l

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?