
ତିହିଡି,୧୪।୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡି ଥାନା ବାରୋ ପଞ୍ଚାୟତ ଅଧୀନ ଦହପାଣିଆ ଗ୍ରାମରେ ସୁମିତ୍ରା ଦାସ(୨୭) ନାମ୍ନୀ ଜଣେ ମହିଳାଙ୍କୁ ମାରି ଟଙ୍ଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି l ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ସ୍ବାମୀ ସିଦ୍ଧାର୍ଥ ମାଲିଜଙ୍କୁ ପୋଲିସ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି।
ସୁମିତ୍ରାଙ୍କ ଭାଇ ଚାନ୍ଦବାଲି ଥାନା ମାଧପୁର ପଞ୍ଚାୟତ ଅଧୀନ ବଡ଼ସିଂହପୁର ଗ୍ରାମର ସଦାନନ୍ଦଙ୍କ ଅଭିଯୋଗ ମୁତାବକ, ୨୦୨୩ ମେ ୫ ତାରିଖରେ ଭଉଣୀ ସୁମିତ୍ରା ଦହପାଣିଆ ଗ୍ରାମର ଭାଗିରଥି ମାଲିକଙ୍କ ପୁଅ ସିଦ୍ଧାର୍ଥଙ୍କୁ ବିବାହ କରିଥିଲେ l ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ହେଲେ ଶାଶୁଘର ଲୋକେ ଅଧିକ ଯୌତୁକ ଦାବିକରି ସୁମିତ୍ରାଙ୍କୁ ନିର୍ଯାତନା ଦେଉଥିଲେ l
ଶୁକ୍ରବାର ସକାଳେ ଭଉଣୀର ମୃତ୍ୟୁ ଖବର ପାଇ ତିହିଡି ଡାକ୍ତରଖାନାରେ ପହଞ୍ଚି ଥିଲେ। ହେଲେ ଭଉଣୀ ସୁମିତ୍ରାଙ୍କୁ ଶାଶୁଘର ଲୋକେ ମାରି ଟଙ୍ଗାଇ ଦେଇଥିବା ସେ ଅଭିଯୋଗ କରିଥିଲେ।