ସ୍ତ୍ରୀ ଅଧ୍ୟକ୍ଷା, ସ୍ବାମୀ ଉପାଧ୍ୟକ୍ଷ

ଗୁଣପୁର,୭ା୪(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦକୁ ଦଖଲ କରିଛନ୍ତି ସ୍ତ୍ରୀ ଏବଂ ସ୍ବାମୀ। ସ୍ବାଧୀନ ପ୍ରାର୍ଥତ୍ନୀ ମମତା ଗୌଡ଼ ପୌରାଧ୍ୟକ୍ଷ ହୋଇଥିବା ବେଳେ ସ୍ବାମୀ ଶିବ ପ୍ରସାଦ ଗୌଡ଼ ଉପାଧ୍ୟକ୍ଷ ହୋଇ ଗୁଣପୁର ରାଜନୀତିରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି।
ଉପାଧ୍ୟକ୍ଷ ନିର୍ବାଚନରେ ଗୁରୁବାର ୬ନମ୍ବର ୱାର୍ଡର ସ୍ବାଧୀନ କାଉନସିଲର ତଥା ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ବିଜେଡି ପ୍ରାର୍ଥୀଙ୍କ ଦେଖା ମିଳି ନ ଥିଲା। ୧୯ ୱାର୍ଡରୁ ୮ଟି ୱାର୍ଡରେ ବିଜେଡି ବିଜୟ ଲାଭ କରିଥିଲେ ମଧ୍ୟ ଉପାଧ୍ୟକ୍ଷ ନିର୍ବାଚନରେ ଦଳର କୌଣସି ପ୍ରାର୍ଥୀ ସାମିଲ ହୋଇ ନ ଥିଲେ। ବିଜେଡି ରାଜ୍ୟରେ ପତିଆରା ଜାହିର କରିଥିବାବେଳେ ଗୁଣପୁରରେ ଦଳର ଏଭଳି ଶୋଚନୀୟ ସ୍ଥିତି ସମଗ୍ର ଜିଲା ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଉପାଧ୍ୟକ୍ଷ ନିର୍ବାଚନରେ ସାମିଲ ପାଇଁ ଦଳୀୟ ପ୍ରାର୍ଥୀ ସାହସ ଜୁଟାଇ ପାରି ନ ଥିଲେ ବୋଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୌର ନିର୍ବାଚନରେ ଅଧ୍ୟକ୍ଷା ସମେତ ୧୯ଟି ୱାର୍ଡରୁ ୧୧ଟି ୱାର୍ଡରେ ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଶିବଙ୍କ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ କାଉନସିଲର ହୋଇଥିଲେ। ମମତା ୯୫୩୬ ଖଣ୍ଡ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ବିଜେଡିର ସଞ୍ଜୁୁକ୍ତା ସାହୁ(୫୧୩୮ ଭୋଟ)ଙ୍କୁ ହରାଇ ଅଧ୍ୟକ୍ଷା ହୋଇଥିଲେ। ସେହିପରି ବିଜେଡିକୁ ୧୯ଟି ଓ୍ବାର୍ଡ ମଧ୍ୟରୁ ୮ ଟି ପାଇ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ଜିଲା ବିଜେଡି ସଭାପତି ତଥା ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ସୁଧୀର ଦାସ ଏବଂ ଶିବ ଗୌଡ଼ଙ୍କ ସଫଳ ଯୋଡ଼ି ପୂର୍ବରୁ ଅନେକ ନିର୍ବାଚନରେ ବିଜେଡି ପାଇଁ ସଫଳତା ଆଣିଥିଲା। ପରେ ଉଭୟଙ୍କ ମଧ୍ୟରେ ବିବାଦ ଯୋଗୁ ଦୂରତା ବଢ଼ିଥିଲା। ରାଜ୍ୟ ନେତୃତ୍ବ ମଧ୍ୟ ବିବାଦ ତୁଟାଇବାରେ ସଫଳ ହୋଇ ନ ଥିଲେ। ପରିଣାମ ସ୍ବରୂପ ଗୁଣପୁର ବ୍ଲକ ଏବଂ ପୌର ପରିଷଦ ବିଜେଡି ହାତରୁ ଖସି ମମତା ଏବଂ ଶିବ ଦମ୍ପତିଙ୍କ କବ୍‌ଜାକୁ ଚାଲିଯାଇଛି। ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ଶିବପ୍ରସାଦଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ କରାଯାଇଥିଲା। ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗଙ୍କୁ ନିଜ ସମର୍ଥନରେ ଶିବ ସ୍ବାଧୀନ ପ୍ରାର୍ଥୀ କରି ପ୍ରତିଦ୍ବନ୍ଦ୍ୱିତା କରାଇଥିଲେ। ହେଲେ ତ୍ରିନାଥ ହାରିଯାଇଥିଲେ। ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୂର୍ବତନ ବିଧାୟକ ତ୍ରିନାଥ ଏବଂ ଗୁଡ଼ାରିର ରାମକ୍ରିଷ୍ଣାଙ୍କୁ ପୁଣିଥରେ ବିଜେଡିରେ ସାମିଲ କରାଯାଇଥିଲା। ହେଲେ ଶିବଙ୍କୁ ଦଳରେ ସାମିଲ କରାଯାଇ ନ ଥିଲା। ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ଶିବ ଗୁଣପୁର ଏନ୍‌ଏସି ଅଧ୍ୟକ୍ଷ ରହିଥିଲେ। ତାଙ୍କ ସମୟରେ ହୋଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ପ୍ରସଙ୍ଗକରି ସେ ଚଳିତ ପୌର ନିର୍ବାଚନରେ କାଉନସିଲର ପ୍ରାର୍ଥୀ ହେବା ସହ ସ୍ତ୍ରୀ ମମତାଙ୍କୁ ଅଧ୍ୟକ୍ଷା ପ୍ରାର୍ଥତ୍ନୀ କରି ବିଜୟୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri