ପରିମଳ ପାଇଁ ହନ୍ତସନ୍ତ

୧୯୫୧ ମସିହାରେ ସ୍ଥାପିତ ହୋଇଥିଲା କେନ୍ଦୁଝରଗଡ଼ ପୌରପାଳିକା। ଏହାର ଓ୍ବାର୍ଡ ସଂଖ୍ୟା ୧୭ରୁ ୨୧କୁ ବୃଦ୍ଧି ପାଇଛି। ଏବେ ରାସ୍ତା, ଡ୍ରେନେଜ ସମସ୍ୟା ସାଙ୍ଗକୁ ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଫଳରେ ନଗରବାସୀଙ୍କ ଅସନ୍ତୋଷ ବଢୁଛି । ବିଭିନ୍ନ ସାହିର ପୋଖରୀଗୁଡିକ ଅବହେଳିତ ହୋଇ ରହିଥିବା ବେଳେ ସେସବୁର ପୁରରୁଦ୍ଧାର କିମ୍ବା ସଫେଇ ନିୟମିତ ହେଉନଥିବାରୁ ଲୋକେ ବାଧ୍ୟ ହୋଇ ତାହାକୁ ବ୍ୟବହାର କରୁଛନ୍ତି। ଅନେକ ନବ ନିର୍ମିତ ଗୋଷ୍ଠୀଗତ ପାଇଖାନା ନିର୍ମାଣ ହୋଇଛି କିନ୍ତୁ ସେସବୁରେ ତାଲା ଝୁଲୁଥିବାରୁ ବାହାରେ ଲୋକେ ଶୌଚ କରୁଥିବାରୁ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇ ପଡ଼ିଛି । ଅସୁରକ୍ଷିତ ଅବସ୍ଥାରେ ଗାନ୍ଧୀଛକ ଓ ଟେଲିଫୋନ ଏକ୍ସଚେଞ୍ଜ ନିକଟ ପୌରପାଳିକା ମାର୍କେଟ କମ୍ପ୍ଲେକ୍ସ ରହିଥିଲେ ହେଁ ସେସବୁ ଖାଲି କରାଯାଉନଥିବାରୁ ଦୁର୍ଘଟଣା ଆଶଙ୍କା ରହୁଛି। ରାସ୍ତା କଡ ବିଦ୍ୟୁତ ଖୁଣ୍ଟ ଲାଗିଛି କିନ୍ତୁ ଅନେକ ଅଞ୍ଚଳରେ ଆଲୁଅ ଜଳୁ ନ ଥିବାରୁ ଅନ୍ଧାରରେ ଲୋକ ଯାତାୟତ କରୁଛନ୍ତି । ପାନୀୟ ଜଳ ଯୋଗାଣ ଠିକ ଭାବରେ ହେଉନଥିବାରୁ ଲୋକେ ପାଣି ପାଇଁ ଅନେକ ସମୟରେ ହଇରାଣ ହରକତ ହେଉଛନ୍ତି।
ପାଖାପାଖି ୧୨ କୋଟି କୋଟି ଟଙ୍କା ବ୍ୟୟ ରେ ଦୁଇଟି ପୋଖରୀ ପୁନରୁଦ୍ଧାର କରିବା ସହ ବିଭିନ୍ନ ସାହିରେ ମାଇକ୍ରୋ ଆକ୍ଟିଭିଟି ସେଣ୍ଟର, ମିନି ପାର୍କ, ବସ ଷ୍ଟପ ଉନ୍ନତି କରଣ , ରାସ୍ତା କଡରେ ପେଭର ଟାଇଲ ବିଛାଇବା ଭଳି ବଡ ବଡ କାମରେ ଅର୍ଥ ଖର୍ଚ୍ଚ କରାଯାଉଥିଲେ ହେଁ ଲୋକଙ୍କ ଦୈନନ୍ଦିନ ସମସ୍ୟାକୁ ଅଣଦେଖା କରାଯାଉଥିବାରୁ ଅସନ୍ତୋଷ ଲାଗିରହୁଛି। ବର୍ଷା ହେଲେ ବିଭିନ୍ନ ସାହିରେ ସାଧାରଣ ଲୋକ ତଥା ସରକାରୀ ଲୋକଙ୍କ କ୍ୱାର୍ଟର ଏପରିକି ଖୋଦ ପୌରପାଳିକା ଅଧିକାରିଣୀଙ୍କ ଘର ଭିତରେ ଡ୍ରେନ ପାଣି ପଶୁଥିଲେ ହେଁ ସ୍ଥାୟୀ ସମାଧାନ ହେଉନାହିଁ। ବିଦ୍ୟୁତ କରଣ, ଡ୍ରେନ ଓ ରାସ୍ତା ନିର୍ମାଣରେ ମଧ୍ୟ ବ୍ୟାପକ ଅର୍ଥ ବ୍ୟୟ ହେଉଥିଲେ ହେଁ ସମାଧାନ ନାଁ ଧରୁନି।
-ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ରିଙ୍ଗ୍‌ ରୋଡ଼ ଘାଇରେ ଭାସିଯାଇଥିଲେ କାର୍‌ ଚାଳକ ସଦାଶିବ: ୩୦ ଘଣ୍ଟା ପରେ ମୃତଦେହ ଉଦ୍ଧାର, ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ,୩୦।୭(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ରିଙ୍ଗ୍‌ ରୋଡ଼ରେ ସୃଷ୍ଟି ହୋଇଥିବା ବଡ଼ ଘାଇରେ ବନ୍ୟାର ପ୍ରବଳ ସ୍ରୋତରେ ଭାସିଯାଇଥିବା ଏର୍ଟିଗା କାର୍‌ର ନିଖୋଜ ଚାଳକ ସଦାଶିବ ମହାନ୍ତିଙ୍କ…

ବାହ୍ୟ ଜଗତରୁ ବିଚ୍ଛିନ୍ନ ମଣିପୁର ଗାଁ, ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚର ବନ୍ୟାଜଳ

ଭାପୁର,୩୦।୭ (ପ୍ରଭାତ ବରାଡ): ଭାପୁର ପଞ୍ଚାୟତ ସମିତିର ୨୦ଗୋଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ଚାରି ଗୋଟି ପଞ୍ଚାୟତ ଦେଇ ଓଡ଼ିଶାର ବୃହତ୍ତମ ନଦୀ ମହାନଦୀ ପ୍ରବାହିତ। ସେହି…

ମୋଦିଙ୍କ ଇନ୍‌ଷ୍ଟା ଭିଡିଓକୁ ନେଇ ଅଭିଜିତଙ୍କ କଟାକ୍ଷ, କହିଲେ-ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଇନଫ୍ଲୁଏନ୍ସର ହୋଇଯିବା ଉଚିତ୍‌…

ନୂଆଦିଲ୍ଲୀ,୩୦।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ କହିଛନ୍ତି, ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଦେବା ଉଚିତ୍‌ ଏବଂ ଜଣେ ଇନଫ୍ଲୁଏନ୍ସର (Influencer)…

ସୁଦାମଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ ଘଟିଲା..

ପଦ୍ମପୁର, ୩୦।୭: ପଦ୍ମପୁର ପାଟଣାଗଡ଼ ମୁଖ୍ୟ ସଡ଼କର ଦହିତା କଲେଜ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ…

ଇତିହାସ ରଚିଲା RCB: ୩୦୦ ମିଲିୟନ ଡଲାର ବ୍ରାଣ୍ଡ ଭାଲ୍ୟୁ ପାଇଥିବା ପ୍ରଥମ କ୍ରିକେଟ ଦଳ ଭାବେ ରେକର୍ଡ

ନୂଆଦିଲ୍ଲୀ,୩୦।୭: ଆଇପିଏଲ (IPL) ର ଗତ ଦୁଇଟି ସଂସ୍କରଣ (୨୦୨୫-୨୦୨୬)ର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କ୍ରମାଗତ ଭାବେ ଦୁଇଟି ଟାଇଟଲ ଜିତିବାରେ ତୃତୀୟ ଦଳ…

ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବୈଭବଙ୍କ କମାଲ, ୨୩୦ ସ୍ଥାନରୁ ସିଧାସଳଖ ପହଞ୍ଚିଲେ …

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜର ଚମତ୍କାର ବ୍ୟାଟିଂ ବଳରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମାତ୍ର ୧୫ ବର୍ଷ…

ବଡ଼ ସଫଳତା: ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବେ ନିଯୁକ୍ତ କଲା ଏହି ଟିମ୍‌

ନୂଆଦିଲ୍ଲୀ,୩୦।୭: ଭାରତର ଯୁବ ବ୍ୟାଟିଂ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ନିଜର ଦ୍ରୁତ କ୍ରିକେଟ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଆଗାମୀ ଦଲୀପ ଟ୍ରଫି…

ଆଜି ରାଜ୍ୟର ୪ ଜିଲାରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୩୦।୭: ଆଜି ରାଜ୍ୟର ୪ଟି ଜିଲାରେ ସ୍କୁଲ ଛୁଟି ଘୋଷଣା। ଭଦ୍ରକ, ଯାଜପୁର, ନବରଙ୍ଗପୁର ଓ କଳାହାଣ୍ଡିରେ ସ୍କୁଲ ଛୁଟି। ସବୁ ସରକାରୀ ଓ ଘରୋଇ ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri