୧୫୪ ବର୍ଷରେ ବ୍ରହ୍ମପୁର ପୌରସଂସ୍ଥା

୧୮୬୭ ମସିହାର କଥା। ସେ ସମୟରେ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା ଗଞ୍ଜାମ ଜିଲା। ସେହିବର୍ଷ ପ୍ରତିଷ୍ଠିତ ହୋଇଥିଲା ବ୍ରହ୍ମପୁର ପୌରସଂସ୍ଥା। ୧୫୪ ବର୍ଷର ଏହି ସ୍ବାୟତ୍ତ ଶାସନ ସଂସ୍ଥା ୧୨ ବର୍ଷ ତଳେ ମହାନଗର ନିଗମରେ ପରିଣତ ହୋଇଛି। ଅତୀତରେ ୨୭ ୱାର୍ଡକୁ ନେଇ ଗଠିତ ଏହି ପୌରସଂସ୍ଥା ଏବେ ୪୦ ୱାର୍ଡକୁ ବୃଦ୍ଧି ପାଇଛି। ବରିଷ୍ଠ ରାଜନେତା ସ୍ବର୍ଗତ ବୃନ୍ଦାବନ ନାୟକ, ସ୍ବର୍ଗତ ବିନାୟକ ଆଚାର୍ଯ୍ୟ, ବିଶିଷ୍ଟ ଆଇନଜୀବୀ ସ୍ବର୍ଗତ ବସନ୍ତ କୁମାର ପାଣିଗ୍ରାହୀ, ସ୍ବାଧୀନତା ସଂଗ୍ରାମୀ ଆଇ.ରାମମୂର୍ତ୍ତି ଓ ଅନ୍ୟମାନେ ନଗରପାଳ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ଏମପି ଚନ୍ଦ୍ରଶେଖର ସାହୁ ପୌରସଂସ୍ଥାର ଦୁଇଥର ନଗରପାଳ ହେବା ସହ ସହରର ବିକାଶ ପାଇଁ କେତେକ ପଦକ୍ଷେପ ନେଇଥିଲେ।
୨୦୦୮ ନିର୍ବାଚନ ବେଳେ ୱାର୍ଡ ସଂଖ୍ୟା ୩୭କୁ ବଢ଼ିଥିଲା। ବିଜେଡିରୁ ନିର୍ବାଚିତ ଶିବ ଶଙ୍କର ଦାସ ନଗରପାଳ ହୋଇଥିଲେ। ସେହିବର୍ଷ ଡିସେମ୍ବର ଶେଷରେ ସରକାର ଏହାକୁ ମହାନଗର ନିଗମର ମାନ୍ୟତା ଦେଇଥିଲେ। ୨୦୧୩ ପୌରନିର୍ବାଚନରେ ୱାର୍ଡ ସଂଖ୍ୟା ୪୦ ହୋଇଥିଲା। ମେୟର ପଦ ଓବିସି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ବିଜେଡିରୁ କେ.ମାଧବୀ ପ୍ରଥମ ନିର୍ବାଚିତ ମହିଳା ମେୟର ହୋଇଥିଲେ। ୨୦୧୮ ଅକ୍ଟୋବର ୧ରୁ ମହାନଗର ନିଗମରେ ଗଞ୍ଜାମ ଜିଲାପାଳ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି।
-ନରସିଂହ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏଣିକି ଉତ୍କେଲାରୁ ଭୁବନେଶ୍ୱରରୁ ପ୍ରତିଦିନ ଉଡ଼ିବ ବିମାନ, ଯାତ୍ରୀଙ୍କ ମହଲରେ ଖୁସିର ଲହରୀ; ଜାଣନ୍ତୁ ଟିକେଟ ଦର…

କେସିଙ୍ଗା,୨୩।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାବାସୀଙ୍କ ପାଇଁ ଏକ ବଡ଼ ଖୁସିର ଖବର। ଜିଲାର ଏକମାତ୍ର ବିମାନବନ୍ଦର ଉତ୍କେଲା ବିମାନ ବନ୍ଦରରୁ ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ବିମାନ ଉଡ଼ିବ।…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri