ପରିମଳ ପାଇଁ ହନ୍ତସନ୍ତ

୧୯୫୧ ମସିହାରେ ସ୍ଥାପିତ ହୋଇଥିଲା କେନ୍ଦୁଝରଗଡ଼ ପୌରପାଳିକା। ଏହାର ଓ୍ବାର୍ଡ ସଂଖ୍ୟା ୧୭ରୁ ୨୧କୁ ବୃଦ୍ଧି ପାଇଛି। ଏବେ ରାସ୍ତା, ଡ୍ରେନେଜ ସମସ୍ୟା ସାଙ୍ଗକୁ ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଫଳରେ ନଗରବାସୀଙ୍କ ଅସନ୍ତୋଷ ବଢୁଛି । ବିଭିନ୍ନ ସାହିର ପୋଖରୀଗୁଡିକ ଅବହେଳିତ ହୋଇ ରହିଥିବା ବେଳେ ସେସବୁର ପୁରରୁଦ୍ଧାର କିମ୍ବା ସଫେଇ ନିୟମିତ ହେଉନଥିବାରୁ ଲୋକେ ବାଧ୍ୟ ହୋଇ ତାହାକୁ ବ୍ୟବହାର କରୁଛନ୍ତି। ଅନେକ ନବ ନିର୍ମିତ ଗୋଷ୍ଠୀଗତ ପାଇଖାନା ନିର୍ମାଣ ହୋଇଛି କିନ୍ତୁ ସେସବୁରେ ତାଲା ଝୁଲୁଥିବାରୁ ବାହାରେ ଲୋକେ ଶୌଚ କରୁଥିବାରୁ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇ ପଡ଼ିଛି । ଅସୁରକ୍ଷିତ ଅବସ୍ଥାରେ ଗାନ୍ଧୀଛକ ଓ ଟେଲିଫୋନ ଏକ୍ସଚେଞ୍ଜ ନିକଟ ପୌରପାଳିକା ମାର୍କେଟ କମ୍ପ୍ଲେକ୍ସ ରହିଥିଲେ ହେଁ ସେସବୁ ଖାଲି କରାଯାଉନଥିବାରୁ ଦୁର୍ଘଟଣା ଆଶଙ୍କା ରହୁଛି। ରାସ୍ତା କଡ ବିଦ୍ୟୁତ ଖୁଣ୍ଟ ଲାଗିଛି କିନ୍ତୁ ଅନେକ ଅଞ୍ଚଳରେ ଆଲୁଅ ଜଳୁ ନ ଥିବାରୁ ଅନ୍ଧାରରେ ଲୋକ ଯାତାୟତ କରୁଛନ୍ତି । ପାନୀୟ ଜଳ ଯୋଗାଣ ଠିକ ଭାବରେ ହେଉନଥିବାରୁ ଲୋକେ ପାଣି ପାଇଁ ଅନେକ ସମୟରେ ହଇରାଣ ହରକତ ହେଉଛନ୍ତି।
ପାଖାପାଖି ୧୨ କୋଟି କୋଟି ଟଙ୍କା ବ୍ୟୟ ରେ ଦୁଇଟି ପୋଖରୀ ପୁନରୁଦ୍ଧାର କରିବା ସହ ବିଭିନ୍ନ ସାହିରେ ମାଇକ୍ରୋ ଆକ୍ଟିଭିଟି ସେଣ୍ଟର, ମିନି ପାର୍କ, ବସ ଷ୍ଟପ ଉନ୍ନତି କରଣ , ରାସ୍ତା କଡରେ ପେଭର ଟାଇଲ ବିଛାଇବା ଭଳି ବଡ ବଡ କାମରେ ଅର୍ଥ ଖର୍ଚ୍ଚ କରାଯାଉଥିଲେ ହେଁ ଲୋକଙ୍କ ଦୈନନ୍ଦିନ ସମସ୍ୟାକୁ ଅଣଦେଖା କରାଯାଉଥିବାରୁ ଅସନ୍ତୋଷ ଲାଗିରହୁଛି। ବର୍ଷା ହେଲେ ବିଭିନ୍ନ ସାହିରେ ସାଧାରଣ ଲୋକ ତଥା ସରକାରୀ ଲୋକଙ୍କ କ୍ୱାର୍ଟର ଏପରିକି ଖୋଦ ପୌରପାଳିକା ଅଧିକାରିଣୀଙ୍କ ଘର ଭିତରେ ଡ୍ରେନ ପାଣି ପଶୁଥିଲେ ହେଁ ସ୍ଥାୟୀ ସମାଧାନ ହେଉନାହିଁ। ବିଦ୍ୟୁତ କରଣ, ଡ୍ରେନ ଓ ରାସ୍ତା ନିର୍ମାଣରେ ମଧ୍ୟ ବ୍ୟାପକ ଅର୍ଥ ବ୍ୟୟ ହେଉଥିଲେ ହେଁ ସମାଧାନ ନାଁ ଧରୁନି।
-ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri