Posted inଫୁରସତ

ବିକଳ୍ପ ଖାଦ୍ୟ ଦ୍ୱାରା ମେଣ୍ଟିବ ଭୋକ…

ହେଲସିଙ୍କ: ଆଗାମୀ ଦିନରେ ପୃଥିବୀର ଖାଦ୍ୟ ସମସ୍ୟା କିଭଳି ଦୂର କରାଯିବ ସେ ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଏହି ମର୍ମରେ ଫିନ୍‌ଲାଣ୍ଡର ବୈଜ୍ଞାନିକ ପାଣି, ପବନ ଏବଂ ବିଦ୍ୟୁତ୍‌ ଶକ୍ତିରୁ ବିକଳ୍ପ ଖାଦ୍ୟ ସୋଲେନ୍‌ ତିଆରି କରିଥିବା ଦାବି କରିଛନ୍ତି। ଏହାକୁ ବୈଜ୍ଞାନିକ ଥିନ୍‌ ଏୟାର ଫୁଡ୍‌ ଭାବେ ନାମିତ କରିଛନ୍ତି। ଏହି ଖାଦ୍ୟ ପରିବେଶ ଉପଯୋଗୀ ମଧ୍ୟ ହେବ ବୋଲି ଏହାକୁ ତିଆରି କରିଥିବା କମ୍ପାନୀ ସୋଲାର ଫୁଡସ୍‌ ପକ୍ଷରୁ କୁହାଯାଇଛି। ପୃଥିବୀର ଜନସଂଖ୍ୟା ବଢ଼ିବାଯୋଗୁ ଖାଦ୍ୟର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥଳେ ସୀମିତ ଖାଦ୍ୟ ଉତ୍ସ ଉପରେ ଚାପ ପଡୁଛି। ଏହାଦ୍ୱାରା ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ପରିମାଣ ମଧ୍ୟ ବଢୁଛି। ୧୪.୫ ପ୍ରତିଶତ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ କେବଳ ବିଭିନ୍ନ ଖାଦ୍ୟ ଉତ୍ପାଦନ ପ୍ରକ୍ରିୟା ଦ୍ୱାରା ସୃଷ୍ଟି ହେଉଛି। ଫଳରେ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ମାତ୍ର ଏହି ବିକଳ୍ପ ଖାଦ୍ୟ ଦ୍ୱାରା କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ। ତିଆରି ହୋଇଥିବା ସୋଲେନ୍‌ ପ୍ରାକୃତିକ ପ୍ରୋଟିନ୍‌ ଭଳି କାର୍ଯ୍ୟ କରିବାକୁ ସକ୍ଷମ ହେବ ବୋଲି ବୈଜ୍ଞାନିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମ ପଟେ ନୋଜ୍‌ ରିଂ…

ସାଧାରଣତଃ ପୂର୍ବ କାଳରେ ଝିଅମାନେ ବା ମହିଳା ମାନେ କାନ ଓ ନାକରେ ଛିଦ୍ର କରି ଗହଣା ପିନ୍ଧୁଥିଲେ। ଏବେ ମଧ୍ୟ କେତେକ ଏପରି କରୁଥିବାର...

ଶିବ-ପାର୍ବତୀ ଭୂମିକାରେ କରୁଥିଲେ ଅଭିନୟ, ଏହି ବେଶରେ ହିଁ ବିବାହ ବନ୍ଧନରେ ବାନ୍ଧିହେଲେ

ଲକ୍ଷ୍ନୌ,୧।୪: କାନପୁର ଅଞ୍ଚଳରେ ଏକ ବିବାହ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି। ବରକନ୍ୟା ଶିବ-ପାର୍ବତୀ ବେଶ ଧାରଣ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହିଁଙ୍କ...

ବିଶ୍ୱର ସର୍ବୋଚ୍ଚ ରେଲଓ୍ବେ ବ୍ରିଜ୍‌, ଆଇଫେଲ୍‌ ଟାଓ୍ବାରଠାରୁ ବି ଅଧିକ ଉଚ୍ଚ

ଶ୍ରୀନଗର,୧୪।୩: ଭାରତର ଜମ୍ମୁ-କଶ୍ମୀର ରାଜ୍ୟରେ ବିଶ୍ୱର ସବୁଠୁ ଉଚ୍ଚା ରେଲ୍‌ଓ୍ବେ ଆର୍କ ବ୍ରିଜ୍‌ (Railway Arch Bridge) ତିଆରି କରାଯାଉଛି। ଏହି ରେଲ୍‌ଓ୍ବେ ବ୍ରିଜ୍‌ ପ୍ୟାରିସର...

ଜାଣନ୍ତି ରାସ୍ତାପାର୍ଶ୍ୱ ଗଛରେ କାହିଁକି ଲଗାଯାଇଥାଏ ଧଳାରଙ୍ଗ

ଗାଡ଼ିମୋଟରରେ ଗଲାବେଳେ ଦେଖିଥିବେ ରାସ୍ତାକଡ଼ରେ ଥିବା ଗଛରେ ଧଳା ରଙ୍ଗ ଦିଆଯାଇଥାଏ। ଗଛକୁ ଏପରି ପେଣ୍ଟିଂ କରାଯିବା ବହୁ ପୁରୁଣା କଥା। କିନ୍ତୁ ଜାଣନ୍ତି ଏହା...

ଟୁଇଟରରେ ଆଇପିଏସ୍‌ ଅରୁଣ ବୋଥ୍ରାଙ୍କୁ ଜୋକ୍‌ ଶୁଣାଇବାକୁ କହିଲେ ୟୁଜର, ଆଉ ତା’ପରେ

ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ। ସେ ଅନେକ ସମୟରେ ମଜାଳିଆ ଜୋକ୍‌ସ ଏବଂ ଭିଡିଓ ଶେୟାର କରନ୍ତି, ଯାହାକୁ ଲୋକେ...

ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ ସମୟରେ ଆକାଶ ଲାଲ୍‌ ଦିଶିବା ପଛର କଥା…

ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ସୂର୍ଯ୍ୟଙ୍କ ରଙ୍ଗ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ବଦଳି ଯାଇଥାଏ। ଏହି ସମୟରେ ଆକାଶ କମଳା, ଗାଢ୍‌ ଲାଲ କିମ୍ବା...

ଡାକ୍ତରଙ୍କୁ ରାଗରେ ଚାହିଁଲା ନବଜାତ ଶିଶୁ

ରିୟୋ ଡି ଜେନେରିୟୋ,୨୩।୨: ନବଜାତ ଶିଶୁ ପୁଣି ରାଗିବା ଶୁଣିଲେ କାହାକୁ ବି ବିଶ୍ୱାସ ହେବ ନାହିଁ। ତେବେ ବ୍ରାଜିଲ୍‌ରେ ଏଭଳି ଏକ ଘଟଣା ଘଟିଛି।...

ଅର୍ଦ୍ଧେନ୍ଦୁଙ୍କ ନୂଆ ଅବତାର

ଓଡ଼ିଆ ଚଳଚ୍ଚିତ୍ର ‘ଅ ଆ ହର୍ଷେଇ’ରୁ ସେ ଆରମ୍ଭ କରିଥିଲେ ନିଜର ଓଲିଉଡ୍‌ ଯାତ୍ରା। ତା’ପରେ ‘ଟପୋରି’, ସସ୍‌ପେନ୍ସ ଥ୍ରୀଲର ‘ବ୍ଲାକ୍‌ମେଲ୍‌’ ଏବଂ ରୋମାଣ୍ଟିକ୍‌ ଚିତ୍ର...

Advertisement


Archives

Model This Week