ଶିଳ୍ପ ଗଡ଼ରେ ଭୋକ

ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ତଥା ଦାନଗଦି ଓ ସୁକିନ୍ଦା ବ୍ଲକରେ ଶିଳ୍ପ ଗଢ଼ିଉଠିଲେ ବିକାଶର ନୂତନ ଧାରା ସୃଷ୍ଟି ହେବ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ହେବ। ପାଠପଢୁୁଆ ଯୁବତୀ ଯୁବକମାନେ କର୍ମସଂସ୍ଥାନ ପାଇ ଆମତ୍ନିର୍ଭରଶୀଳ ହେବେ। ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନର ବ୍ୟାପକ ବ୍ୟବସ୍ଥା ହେବ। ଏହି ଆଶାରେ ଲୋକେ ନିଜ ଘରଡିହ, ଚାଷଜମି ଛାଡ଼ି ଦେଇଥିଲେ। ସେହି ଜମିରେ ପ୍ରାୟ ୩୦ ବର୍ଷ ଭିତରେ ସିମେଣ୍ଟ, ଷ୍ଟିଲ୍‌ ଭଳି ଅନେକ ଶିଳ୍ପ ଗଢ଼ିଉଠିଛି। ହେଲେ ଲୋକଙ୍କୁ ଶିଳ୍ପର ପ୍ରଦୂଷଣ, ପ୍ରତାରଣା, ଷଡ଼ଯନ୍ତ୍ର ଛଡ଼ା କିଛି ମିଳିପାରୁନାହିଁ। ସରକାର ସୁନେଲି ସ୍ବପ୍ନ ଦେଖାଇ ଶିଳ୍ପ ପାଇଁ ଲୋକଙ୍କଠାରୁ ଜମି ଅଧିଗ୍ରହଣ କରିବା ପରେ ନିଜ ଦାୟିତ୍ୱ ଶେଷ କରିଛନ୍ତି। ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ଦୁର୍ଦ୍ଦଶା ଓ ଅଭିଯୋଗକୁ ଅଣଦେଖା କରି ଶିଳ୍ପପତିଙ୍କ ସ୍ବାର୍ଥ ଜଗି ଚାଲିଛନ୍ତି। ଜନପ୍ରତିନିଧିମାନେ ପୂର୍ବରୁ ନିଜ ଫାଇଦା ପାଇଁ, ଏବେ ନିର୍ଦ୍ଦିଷ୍ଟ ଭୟରେ ଚୁପ୍‌। ଏସବୁର କୁପରିଣାମ ଦେଖିବାକୁ ମିଳୁଛି ଶିଳ୍ପଗଡ଼ରେ। ଏହା ଏବେ ପାଲଟିଛି ଭୋକର ଭୂଖଣ୍ଡ। ଦାନଗଦି ବ୍ଲକ ମନୋହରପୁର ଗ୍ରାମର ବେଣୁଧର ଦଳାଇଙ୍କ ପରିବାରର ଦୁର୍ଦ୍ଦଶା ଏହାକୁ ପ୍ରମାଣିତ କରୁଛି।

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୭।୧୨ :ସୁକିନ୍ଦା ବ୍ଲକର ଅତି ଅନୁନ୍ନତ ଅଞ୍ଚଳ ନଗଡ଼ାର ବାସିନ୍ଦା ଅତିଶୟ ଅପପୁଷ୍ଟିର ଶିକାର ହେବା ଘଟଣାକୁ ନେଇ ଓଡ଼ିଶା କିଛି ବର୍ଷ ତଳେ ସାରା ବିଶ୍ୱରେ ନିନ୍ଦିତ ହୋଇଥିଲା। ହେଲେ ଅପପୁଷ୍ଟିର ଭୂଖଣ୍ଡ କେବଳ ନଗଡ଼ାରେ ସୀମିତ ରହିନାହିଁ, ବରଂ ମନୋହରପୁର ଭଳି ଯାଜପୁର ଜିଲାର ଶତାଧିକ ଗ୍ରାମରେ ଦେଖିବାକୁ ମିଳୁଛି ଭୋକ ଓ ଦୁର୍ଦ୍ଦଶାର ଚିତ୍ର। ଛତୁ ଫୁଟିଲା ଭଳି ଶିଳ୍ପ, କାରଖାନା ଗଢ଼ିଉଠିଲେ ମଧ୍ୟ କ୍ଷୁଧା କମିପାରୁନାହିଁ। କେବଳ ସେତିକି ନୁହେଁ, ଉତ୍କଟ ବାୟୁ ଓ ଜଳ ପ୍ରଦୂଷଣ ଯୋଗୁ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ଅଞ୍ଚଳର ୨୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଲେଣି।
ଶିଳ୍ପ ଦ୍ୱାରା ପାରିପାର୍ଶ୍ୱିକ ଉନ୍ନୟନ ତ ଦୂରର କଥା ଯାଜପୁର ଜିଲାର ଅଧିକାଂଶ ଶିଳ୍ପାନୁଷ୍ଠାନ ସେମାନଙ୍କ ଅତି ଗୁରୁତ୍ୱପୂର୍ଣ୍ଣ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌)କୁ ଭୁଲି ଯାଇଛନ୍ତି। କଁା ଭଁା କେତେକ କମ୍ପାନୀକୁ ବାଦ୍‌ ଦେଲେ ଅଧିକାଂଶ ସଂସ୍ଥା ସିଏସ୍‌ଆରକୁ ହେୟଜ୍ଞାନ କରି ସରକାରଙ୍କୁ ଠକିବାରେ ଲାଗିଛନ୍ତି। ୨୦୧୮ ଜୁଲାଇ ୧ରେ ବିଧାନସଭା ଗୃହ କମିଟିର ସଦସ୍ୟମାନେ କଳିଙ୍ଗନଗର ଗସ୍ତ କରି ଶିଳ୍ପ କାରଖାନାର ଦୟାର ପାତ୍ର ନ ହୋଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ତାହା ବି ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ଏହାବାଦ୍‌ ଦାନଗଦି ଓ ସୁକିନ୍ଦା ଡାକ୍ତରଖାନାର ସର୍ବାଙ୍ଗୀନ ଉନ୍ନତି ପାଇଁ ଶିଳ୍ପ କମ୍ପାନୀକୁ ଦାୟିତ୍ୱ ଦିଆଯିବ ବୋଲି ପ୍ରସ୍ତାବ ଦିଆଯାଇଥିଲା। ଡୁବୁରୀସ୍ଥିତ ମେଡିକାରେ ମାଗଣାରେ ଚିକିତ୍ସା କରାଯିବ ବୋଲି କମିଟି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ସାରଙ୍ଗପୁର ଓ ତ୍ରିଜଙ୍ଗା ଗ୍ରାମରେ ତୁରନ୍ତ ଜଳଯୋଗାଣ, ସ୍କୁଲ ମରାମତି, ପୋଖରୀ ନିର୍ମାଣ ଆଦି ଜନହିତକର କାର୍ଯ୍ୟ ଜିଲା ପ୍ରଶାସନ କରିବ ବୋଲି ସେମାନେ ସୂଚନା ଦେଇଥିଲେ। ହେଲେ ଏହିସବୁ ପ୍ରତିଶ୍ରୁତି ପାଣିର ଗାର ହୋଇଛି। ଉପଯୁକ୍ତ ସ୍ବାସ୍ଥ୍ୟସେବା ଆରମ୍ଭରୁ ଶିଳ୍ପାଞ୍ଚଳର ଦାନଗଦି ବ୍ଲକ ମନୋହରପୁରର ଗ୍ରାମର ବେଣୁଧର ଦଳାଇଙ୍କ ପରିବାର ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ବେଣୁଧର ପେସାରେ ଗାଡ଼ି ଡ୍ରାଇଭର। ସ୍ତ୍ରୀ ମିନତି(୩୦), ଝିଅ ସୁକାନ୍ତି(୮), ପୁଅ ରୋହିତ(୫), ୩ ମାସର ଶିଶୁକନ୍ୟା ସହ ସେ ଭଙ୍ଗାଘରେ ପାଲ ପକାଇ ରହୁଛନ୍ତି। ମିନତି ଓ ପିଲାମାନଙ୍କ ଦେହରେ ଘା’ ସୃଷ୍ଟି ହୋଇଛି। ସେମାନଙ୍କ ଓଜନ ଚିନ୍ତାଜନକ ଭାବେ କମ୍‌ ରହିଛି। ମିନତି ଓ ତାଙ୍କ ୩ ପିଲାଙ୍କୁ ଦାନଗଦି ରାଷ୍ଟ୍ରୀୟ ବାଲ ସୁରକ୍ଷା କାର୍ଯ୍ୟକ୍ରମର ଫାର୍ମାସିଷ୍ଟ ମନୋଜ ପୃଷ୍ଟି ଓ ଆଶା କର୍ମୀ କବିତା ପାଇକ ବୁଧବାର ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଏମାନଙ୍କୁ ପୁଷ୍ଟି ସାଧନ କେନ୍ଦ୍ରରେ ରଖାଯାଇଛି। ଓଜନ କମ୍‌ ଥିବାରୁ ୧୫ ଦିନ ପର୍ଯ୍ୟନ୍ତ ଚିକିତ୍ସା କରାଯିବ ଏବଂ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଲା ପରେ ସେମାନଙ୍କୁ ଘରେ ଛଡ଼ାଯିବ ବୋଲି ଡାକ୍ତର ସନ୍ତୋଷ କୁମାର ପୃଷ୍ଟି କହିଛନ୍ତି। ଖବରପାଇ ଦାନଗଦି ବିଡିଓ, ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ପ୍ରମୁଖ ଅପପୁଷ୍ଟିର ଶିକାର ପରିବାରବର୍ଗଙ୍କୁ ଭେଟିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି।
ଯୁବ ସମାଜସେବୀ ରାଜେଶ କୁମାର ରାଉତ ଓ ବିଶ୍ୱଜିତ ମାଝି କୁହନ୍ତି, ଏହି ପରିବାରବର୍ଗଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳିନାହିଁ। କେବଳ ବେଣୁଧରଙ୍କ ପରିବାର ନୁହେଁ, ମନୋହରପୁର ଓ ଆଖପାଖ ଗ୍ରାମରେ ୧୦୦ରୁ ଊର୍ଦ୍ଧ୍ୱ ଗର୍ଭବତୀ, ପ୍ରସୂତି ଏବଂ ୫ ବର୍ଷରୁ କମ୍‌ ପିଲା ଅପପୁଷ୍ଟିର ଶିକାର ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଛତୁଆ ବଣ୍ଟନ କାର୍ଯ୍ୟକ୍ରମ ଏଠାରେ ପ୍ରହସନ ପାଲଟିଛି। ଶିଳ୍ପସଂସ୍ଥାଗୁଡ଼ିକର ସିଏସ୍‌ଆର୍‌ ଯୋଜନା ମଧ୍ୟ ଏଠାରେ କାର୍ଯ୍ୟକାରୀ ହେଉନାହିଁ। ଏହି ପରିବାରର ଦୁଃଖ ଦୁର୍ଦ୍ଦଶା ଦେଖିଲେ ଏଠାରେ ଶିଳ୍ପାୟନର ଆବଶ୍ୟକତା ନାହିଁ ବୋଲି କୁହାଯାଇପାରେ। କମ୍ପାନୀର ସ୍ବାର୍ଥ ପାଇଁ ସମର୍ପିତ ପ୍ରଶାସନ ଆଦିବାସୀ ଅଞ୍ଚଳର ଉନ୍ନୟନ କଥା ବି ଭୁଲିଯାଇଛି। ଫଳରେ ଶିଳ୍ପାଞ୍ଚଳ କଳିଙ୍ଗନଗରର ମୌଳିକ ସୁବିଧା ଯେଉଁ ତିମିରକୁ ସେହି ତିମିରରେ ରହିଯାଇଛି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ସରକାରଙ୍କ ଅନେକ ଯୋଜନା ସେଠାରେ କାର୍ଯ୍ୟକାରୀ ହେଉଛି। ଦାନଗଦି ବିଡିଓଙ୍କ ସହ ଆଲୋଚନା କରି ସେହି ପରିବାରବର୍ଗଙ୍କ ପାଇଁ ଯୋଜନା ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri