ସ୍ବର୍ଗରେ କ୍ଷୁଧା

ପରମ୍ପରାଗତ ବିଶ୍ୱାସରେ କେବଳ ଗୋଟିଏ ସ୍ବର୍ଗ ରହିଛି। ଗୋଟିଏ ସ୍ବର୍ଗର ଅବଧାରଣା ଅଦ୍ୱେତବାଦ ବା ଏକେଶ୍ୱରବାଦ ଧର୍ମରୁ ଆସିଛି। ଏଣୁ ଖ୍ରୀଷ୍ଟିଆନ, ଇସ୍‌ଲାମ ଏବଂ ଇହୁଦୀ ଧର୍ମ ଏକ ସ୍ବର୍ଗର କଥା କହେ । ଉକ୍ତ ଧର୍ମରେ ଜଣେ ବ୍ୟକ୍ତି ଈଶ୍ୱରଙ୍କୁ ଏକ ପଥ , ସତ୍ୟ ଓ ଜୀବନର ଉତ୍ସ ବୋଲି ଅନୁଭବ କଲେ ଦେହତ୍ୟାଗ ପରେ ଈଶ୍ୱରଙ୍କ ଇଚ୍ଛାରେ ବ୍ୟକ୍ତିର ଆମତ୍ା ସେହି ଏକ ମାତ୍ର ସ୍ବର୍ଗକୁ ଯାଇଥାଏ। କିନ୍ତୁ ହିନ୍ଦୁଧର୍ମରେ ତିନି ସ୍ବର୍ଗ ସମ୍ପର୍କରେ ଉଲ୍ଲେଖ ରହିଛି। ଇନ୍ଦ୍ରଙ୍କ ଦେବଲୋକ ହେଉଛି ଗୋଟିଏ ସ୍ବର୍ଗ । ଏଠାରେ ଇନ୍ଦ୍ର ବିରାଜମାନ। ଅନ୍ୟ ଏକ ସ୍ବର୍ଗ ହେଉଛି ବୈକୁଣ୍ଠ। ଏଠାରେ ଭଗବାନ୍‌ ବିଷ୍ଣୁ ବିରାଜିତ । ଆଉ ଏକ ସ୍ବଗର ନାମ କୈଳାସ; ଯାହା ଶିବ ବା ଶଙ୍କର ଭଗବାନ୍‌୍‌ଙ୍କ ଆବାସସ୍ଥଳୀ। ହୁନ୍ଦୁ ପୌରାଣିକ କଥାରେ ବର୍ଣ୍ଣିତ ଏହି ସବୁ ସ୍ବର୍ଗ ତିନୋଟି ଭିନ୍ନ ବିଚାର ବା ସିଦ୍ଧାନ୍ତକୁ ପ୍ରତିପାଦିତ କରେ। ଈଶ୍ୱରଙ୍କର କୌଣସି ନିୟମ ପାଳନ କଲେ ଏହି ସବୁ ସ୍ଥାନରୁ କୌଣସିଟି ଉପଲବ୍ଧ ହୋଇ ନ ଥାଏ। କାରଣ ଏକ ମାତ୍ର ସ୍ବର୍ଗ ପ୍ରାପ୍ତିକୁ ନେଇ ଈଶ୍ୱରଙ୍କ ଆଜ୍ଞାପତ୍ର ଏବଂ ଭଗବାନ୍‌ଙ୍କ ଇଚ୍ଛା ସମ୍ବନ୍ଧିତ ଆବ୍ରାହମିକ (ଇହୁଦୀ, ଖ୍ରୀଷ୍ଟିଆନ ଓ ଇସ୍‌ଲାମ) ଅବଧାରଣା ହିନ୍ଦୁ ଧର୍ମର ସିଦ୍ଧାନ୍ତରେ ନ ଥିବାରୁ ଏହା ହୋଇପାରେ ନାହିଁ। ଏହା ନିଜର କର୍ତ୍ତବ୍ୟ ଓ କର୍ମ ଉପରେ ନିର୍ଭର କରେ।
ହିନ୍ଦୁ ଧର୍ମର ପୁରାତନ ଶାସ୍ତ୍ର ବେଦ। ଏଥିରେ ବୈକୁଣ୍ଠ କିମ୍ବା କୈଳାସର କୌଣସି ଅବଧାରଣା ନାହିଁ। ଏସବୁର ବିଚାର ବେଦର ବହୁ ପରେ ଅର୍ଥାତ୍‌ ପୌରାଣିକ ପରମ୍ପରାରୁ ଉଦ୍‌ଭବ ହୋଇଛି। କର୍ତ୍ତବ୍ୟ ପ୍ରଦର୍ଶନ, ବିଶେଷକରି ଯଜ୍ଞକର୍ମ ଓ ଧର୍ମୀୟ ଅନୁଷ୍ଠାନ ବଳରେ ଜଣେ ସ୍ବର୍ଗ ପ୍ରବେଶ ଲାଗି ସକ୍ଷମ ହୋଇଥାଏ ବୋଲି ବେଦରେ ଉଲ୍ଲେଖ ରହିଛି। ବେଦ ପରବର୍ତ୍ତୀ ପୌରାଣିକ କାହାଣୀଗୁଡ଼ିକରେ ସ୍ବର୍ଗର ବର୍ଣ୍ଣନା ଦେଖିବାକୁ ମିଳେ। ପ୍ରଥମେ ମହାଭାରତରେ ସ୍ବର୍ଗର ବିଶ୍ୱାସକୁ ସୂଚିତ କରାଯାଇଛି। ସେଥିରେ କୁହାଯାଇଛି ଯେ,ସ୍ବର୍ଗରେ ପ୍ରତ୍ୟେକ ବେଳା ଅସ୍ଥାୟୀ ଏବଂ କେବେ ବି ସ୍ଥାୟୀ ନୁହେଁ। ସ୍ବର୍ଗ ପରେ ଆଉ ଏକ ଦେବଲୋକ ରହିଛି, ଯାହା ବୈକୁଣ୍ଠ ନାମରେ ଜଣାଶୁଣା। ଏହି ବୈକୁଣ୍ଠ ହେଉଛି ବିଷ୍ଣୁଙ୍କ ନିବାସ ସ୍ଥଳୀ। ସମାନ ପ୍ରକାର ସିଦ୍ଧାନ୍ତମାନ ଅନ୍ୟ ପୁରାଣଗୁଡ଼ିକରେ ମଧ୍ୟ ଦେଖାଯାଏ। ଏଗୁଡ଼ିକ ଅନୁଯାୟୀ ଯେଉଁମାନେ କୈଳାସ ଯିବାକୁ ପସନ୍ଦ କରନ୍ତି ସେମାନେ ଶିବଙ୍କୁ ପୂଜା କରନ୍ତି ଏବଂ ବୈକୁଣ୍ଠ ଯିବାକୁ ଚାହିଁଲେ ବିଷ୍ଣୁଙ୍କୁ ପୂଜା କରିଥାଆନ୍ତି।
ଜଣେ ଯଦି ହିନ୍ଦୁ ପୁରାଣ ବର୍ଣ୍ଣିତ ସ୍ବର୍ଗ, ବୈକୁଣ୍ଠ ଏବଂ କୈଳାସର ବର୍ଣ୍ଣନାକୁ ନିରୀକ୍ଷଣ କରିବେ, ତେବେ ସେଗୁଡ଼ିକ ଭିନ୍ନ ଭିନ୍ନ ମାନସିକ ସ୍ଥିତିକୁ ସୂଚିତ କରୁଥିବା ଅନୁଭବ କରିପାରିବେ। ଇନ୍ଦ୍ରଙ୍କ ସ୍ବର୍ଗଲୋକ ହେଉଛି ଏଭଳି ଏକ ସ୍ଥାନ ଯେଉଁଠି ସବୁ ଇଚ୍ଛା ପୂରଣ କରିପାରୁଥିବା କଳ୍ପତରୁ ବୃକ୍ଷ ରହିଛି। ସେଠାରେ ଅଭିଳାଷ ପୂର୍ଣ୍ଣ କରିପାରୁଥିବା ଗାଈ କାମଧନୁ ଅଛି। ଇନ୍ଦ୍ରଙ୍କ ସ୍ବର୍ଗରେ ଥିବା ଚିନ୍ତାମଣି ନାମକ ରନତ୍ ଏବଂ ଶସ୍ୟ ଓ ସୁନାର ଅକ୍ଷୟ ପାତ୍ର ମଧ୍ୟ ସଭିଙ୍କ ଇଚ୍ଛା ପୂରଣ କରିଥାଏ। ଅନ୍ୟ ଅର୍ଥରେ କହିବାକୁ ଗଲେ, ସ୍ବର୍ଗ ହେଉଛି ଏକ ସ୍ଥାନ ଯେଉଁଠି ସବୁ କ୍ଷୁଧାର ପରିତୃପ୍ତି ଘଟିଥାଏ ଏବଂ ସବୁ ଆଶା ପୂର୍ଣ୍ଣ ହୋଇଥାଏ। ଅନ୍ୟ ପକ୍ଷରେ ଶିବଙ୍କ ଆବାସ ସ୍ଥଳୀ କୈଳାସ ଏକ ପର୍ବତ। ଏହା ସମ୍ପୂର୍ଣ୍ଣ ବରଫାବୃତ୍ତ। ଏଠାରେ କିଛି ବି କଅଁଳେ ନାହିଁ। ଫଳରେ କୈଳାସରେ ଖାଦ୍ୟ ମିଳେ ନାହିଁ। ଏଣୁ ଯେଉର୍ଁମାନଙ୍କୁ ଜୀବନରେ କେବେ ବି ଭୋକ ଲାଗେ ନାହିଁ ସେମାନେ କେବଳ କୈଳାସରେ ହିଁ ରହିପାରିବେ । ଏହିପରି ଭାବେ କୈଳାସ ହେଉଛି କ୍ଷୁଧାକୁ ପାର କରିଯାଇଥିବା ତପସ୍ବୀମାନଙ୍କ ନିବାସ ସ୍ଥାନ। ତପସ୍ବୀମାନଙ୍କୁ କ୍ଷୁଧା ସ୍ପର୍ଶ କରିପାରେ ନାହିଁ, କାରଣ ସେମାନେ କ୍ଷୁଧାକୁ ଜୟ କରିଥାଆନ୍ତି। କୈଳାସରେ କ୍ଷୁଧା ନ ଥିବାରୁ ଖାଦ୍ୟ ଓ ଖାଦକଙ୍କ ମଧ୍ୟରେ ଭୟ ମଧ୍ୟ ନ ଥାଏ। ସେଠାରେ ଗଣେଶଙ୍କ ବାହନ ମୂଷା ଶିବଙ୍କ ସାପକୁ ଭୟ କରେନାହିଁ। ଅନ୍ୟ ପକ୍ଷରେ ସାପର ମଧ୍ୟ କାର୍ତ୍ତିକେୟଙ୍କ ମୟୂରକୁ ଭୟ ରହେନାହିଁ। ସେଠାରେ ଶକ୍ତି( ମା’ଙ୍କ) ବାଘ ନନ୍ଦୀକୁ ଖାଇବାକୁ ଆଗ୍ରହ ପ୍ରକାଶ କରେ ନାହିଁ। କୈଳାସ ପର୍ବତରେ ଘାସ ନ ଥିବାରୁ ନନ୍ଦୀ ବି ସେଥିପ୍ରତି ଆଗ୍ରହ ପ୍ରକାଶ କରି ନ ଥାଏ।
ଅନ୍ୟପକ୍ଷରେ ସ୍ବର୍ଗଲୋକ ବୈକୁଣ୍ଠ କ୍ଷୀର ସାଗରରେ ବିସ୍ତାରିତ। ସେଠାରେ ଭଗବାନ୍‌ ବିଷ୍ଣୁ ଆରାମରେ ବାସ କରିଥାନ୍ତି। ସେ ବାସୁକି ନାଗ ଗୁଡ଼ାଇହୋଇ ସୃଷ୍ଟି କରିଥିବା ଶଯ୍ୟା ଉପରେ ବିରାଜିତ । ତାଙ୍କ ପାଦ ତଳେ ସ୍ତ୍ରୀ ଶ୍ରୀଦେବୀ ବା ଲକ୍ଷ୍ମୀ ବସିିଥାନ୍ତି। ଏହା ସ୍ବର୍ଗ, ଭଳି ଦେଖାଯାଏ। ଶିବଙ୍କ ଭଳି ଏଠାରେ ମଧ୍ୟ ବିଷ୍ଣୁଙ୍କୁ କ୍ଷୁଧା ସ୍ପର୍ଶ କରି ନ ଥାଏ। କିନ୍ତୁ ସେ ଅନ୍ୟ ଲୋକଙ୍କ କ୍ଷୁଧା ନିବାରଣ ଉପରେ ଧ୍ୟାନ ରଖିଥାଆନ୍ତି। ଏଥିତ୍ପାଇଁ ବିଷ୍ଣୁ ସବୁଦିନ ଲାଗି ବୈକୁଣ୍ଠରେ ରହନ୍ତିନି। କିନ୍ତୁ ସମୟାନ୍ତରରେ ବିଭିନ୍ନ ଅବତାର ଧାରଣ କରି ଧରାରେ ଅବତୀର୍ଣ୍ଣ ହୁଅନ୍ତି। ପୃଥିବୀରେ ସମସ୍ୟା ସୁଧାରିବା ଲାଗି ସେ ରାମ ଓ କୃଷ୍ଣ ଅବତାର ଧାରଣ କରିଛନ୍ତି। ଏଥିପାଇଁ ସେ ଅନ୍ୟ ଲୋକଙ୍କ କ୍ଷୁଧା ଉପରେ ଚିନ୍ତା କରନ୍ତି ଓ ଏହା କିଭଳି ଦୂର ହୋଇପାରିବ ତା’ ଉପରେ ଗୁରୁତ୍ୱ ପ୍ରଦାନ କରିଥାଆନ୍ତି।
ହିନ୍ଦୁ ପୌରାଣିକ କଥାରେ ତିନୋଟି ସ୍ବର୍ଗ ସମ୍ପର୍କରେ ରହିଥିବା ବର୍ଣ୍ଣନା ଉପରେ ଆମେ ବିଶ୍ୱାସ କରୁଛୁ ଏବଂ ଏଗୁଡ଼ିକୁ ଭିନ୍ନ ଭାବେ ଗଠନ କରାଯାଇଥିବା ମଧ୍ୟ ଅନୁଭବ କରିପାରୁଛୁ। ଅପରପକ୍ଷେ ଅବ୍ରାହମିକ ଧର୍ମରେ ଗୋଟିଏ ସ୍ବର୍ଗର ବର୍ଣ୍ଣନା ରହିଛି। ଆବ୍ରାହମିକ ପୁରାଣରେ ଦର୍ଶିତ ଉକ୍ତ ସ୍ବର୍ଗଠାରୁ ହିନ୍ଦୁଧର୍ମର ପୁରାଣ ବର୍ଣ୍ଣିତ ସ୍ବର୍ଗ ଭିନ୍ନ। ହିନ୍ଦୁ ବିଶ୍ୱାସର ସ୍ବର୍ଗରେ କ୍ଷୁଧାର ଭୋଗ, ଆସକ୍ତି ତଥା ପରିତୃପ୍ତି ରହିଛି। କୈଳାସରେ କ୍ଷୁଧା ଉପରେ ଆଗ୍ରହ ନ ଥିତ୍ବାବେଳେ ବୈକୁଣ୍ଠରେ ଭୋକିଲାଙ୍କ ଯନତ୍ ନିଆଯାଉଛି। ଦୁର୍ଭାଗ୍ୟବଶତଃ, ଆମେ ଏହି ସବୁ ଅବଧାରଣାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛୁ ।
ଏପରି କି ବିଭିନ୍ନ ସଂସ୍କୃତିରେ ସ୍ବୀକାର କରୁଥିବା ବିଭିନ୍ନ ସ୍ବର୍ଗର ସିଦ୍ଧାନ୍ତକୁ ଗ୍ରହଣ କରିବାକୁ ଆମେ ମଧ୍ୟ ଅକ୍ଷମ।

– ଦେବଦତ୍ତ ପଟ୍ଟନାୟକ
devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri