ବିଦ୍ୟୁତ୍‌ ଦେଖିନାହାନ୍ତି ଶତାଧିକ ଜୁଆଙ୍ଗ ପରିବାର

କେନ୍ଦୁଝର,୨୨।୨: କେନ୍ଦୁଝର ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୪୦ କି.ମି. ଦୂର କାଞ୍ଜିପାଣି ଘାଟି ଉପରେ ଟାଙ୍ଗରପଡ଼ା ଗ୍ରାମ ରହିଛି। ବଣପାହାଡ଼ ଘେରା ଅଞ୍ଚଳରେ ବହୁ ବର୍ଷ ଧରି ଗ୍ରାମରେ ଜୁଆଙ୍ଗ ଜନଜାତିମାନେ ବସବାସ କରି ଆସୁଛନ୍ତି। ଲୋକମାନଙ୍କ ଜମିଜମା ନ ଥିବା ବେଳେ ପାହାଡ଼ରେ ତଇଳା କାଟି ଚାଷକରି ପରିବାର ପ୍ରତିପୋଷଣ କରିଥାଆନ୍ତି। କେତେକ ବାହାରକୁ ଦାଦନ ଖଟିବାକୁ ଯାଇଥାଆନ୍ତି। ଆଜି ପର୍ଯ୍ୟନ୍ତ ଉକ୍ତ ଗ୍ରାମବାସୀ ବିଦ୍ୟୁତ୍‌ ଆଲୋକ, ପାନୀୟ ଜଳ ଓ ଶିକ୍ଷା ଭଳି ମୌଳିକ ଅଧିକାରରୁ ବଞ୍ଚତ୍ତ ରହିଛନ୍ତି। ଏନେଇ ପଞ୍ଚାୟତ, ବ୍ଲକ୍‌ସ୍ତରରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।
ସୂଚନା ଅନୁଯାୟୀ, ଗ୍ରାମର ତିନୋଟି ସାହିରେ ୧୦୦ରୁ ଊର୍ଦ୍ଧ୍ୱ ଜୁଆଙ୍ଗ ପରିବାର ରହୁଥିତ୍ବା ବେଳେ ଅନେକ ଭଙ୍ଗା ଦଦରା ଛପର ଘରେ ରହୁଛନ୍ତି। ଆବାସ ଯୋଜନାରେ ଘର ଖଣ୍ଡେ ମିଳିନାହିଁ। ବୃଦ୍ଧା/ବୃଦ୍ଧ ତଥା ଦିବ୍ୟାଙ୍ଗ ଲୋକ ଭତ୍ତା ପାଉ ନ ଥିବାରୁ ଦୁର୍ଦ୍ଦଶାରେ ରହୁଥିବା ଗ୍ରାମର ହାଡ଼ିଆ ପ୍ରଧାନଙ୍କ ସମେତ ଅନ୍ୟମାନେ କହିଛନ୍ତି। ଅନ୍ୟପକ୍ଷରେ ସଚେତନତା ଅଭାବ ଏବଂ ଏକାଧିକ ସନ୍ତାନ କାରଣରୁ ପରିବାର ପ୍ରତିପୋଷଣ କରି ନ ପାରି ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି। ଗ୍ରାମବାସୀ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଆଲୋକ ଦେଖିପାରି ନାହାନ୍ତି। ପ୍ରଶାସନ ପକ୍ଷରୁ ପ୍ରତି ସାହିରେ ସୋଲାର ଲାଇଟ ବ୍ୟବସ୍ଥା କରାଯାଇଥିଲେ ହେଁ ଅନେକ ଅଚଳ ହୋଇ ପଡ଼ିଥିବାରୁ ବହୁ ପରିବାର ଅନ୍ଧାରରେ ରାତି କାଟୁଛନ୍ତି। ବଣପାହାଡ଼ ଘେରା ଅଞ୍ଚଳ ହୋଇଥିବାରୁ ସବୁବେଳେ ଜୀବଜନ୍ତୁଙ୍କ ଭୟ ଲାଗିରହୁଛି। ଦୀର୍ଘ ବର୍ଷ ହେବ ନଳକୂପ ଅଚଳ ହୋଇ ପଡ଼ିଥିବା ବେଳେ ମରାମତି କରାଯାଉ ନାହିଁ। ଫଳରେ ପିଇବା ପାଣି ପାଇଁ ପାହାଡ଼ିଆ ନାଳ ଉପରେ ଗ୍ରାମବାସୀ ନିର୍ଭର କରନ୍ତି। ଦୀର୍ଘ ବର୍ଷ ହେଲା ଏକ ଜଳ ଯୋଗାଣ ପ୍ରକଳ୍ପ କାମ ଅଧାପନ୍ତରିଆ ଭାବେ ଛାଡ଼ି ଠିକା ସଂସ୍ଥା ପଳାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପିଲାଙ୍କ ପାଠପଢ଼ା ପାଇଁ ପ୍ରାଥମିକ ବିଦ୍ୟାଳୟ ରହିଛି। ତିନି ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। କିନ୍ତୁ ଶିକ୍ଷା ବିଭାଗର ତଦାରଖ ଅଭାବରୁ ସେମାନେ ନିୟମିତ ଆସୁ ନ ଥିବାରୁ ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ଘଟୁଛି। ଉକ୍ତ ଗ୍ରାମକୁ ଓମ୍‌ବାଡସି (ଓଡ଼ିଶା ମିନେରାଲ ବିୟରିଂ ଏରିୟା ଡେଭଲପ୍‌ମେଣ୍ଟ କର୍ପୋରେସନ) ଅର୍ଥରେ ରାସ୍ତା ନିର୍ମାଣ ହୋଇଥିଲେ ହେଁ ଉପଯୁକ୍ତ ତଦାରଖ ଅଭାବରୁ ସଠିକ ମାନର କାମ ହୋଇ ନ ଥିବାରୁ ନଷ୍ଟ ହେବାକୁ ବସିଛି। ରାଶନ ସାମଗ୍ରୀ ପାଇଁ ଦୁର୍ଗମ ଅଞ୍ଚଳ କୁଆଁର ଯିବାକୁ ପଡୁଥିବାରୁ ଦଶ ଟଙ୍କା ବଦଳରେ କୋଡିଏ ଟଙ୍କା ଖର୍ଚ୍ଚ ହେଉଛି। ଅଟୋ ଭଡ଼ାରେ ଚାଉଳ ମୂଲ୍ୟଠାରୁ ଅଧିକ ଖର୍ଚ୍ଚ ହେଉଛି ବୋଲି ରଞ୍ଜନ ଦେହୁରୀ ସମେତ ଅନ୍ୟମାନେ କହିଛନ୍ତି। ଏନେଇ ପ୍ରକଳ୍ପ ପ୍ରଶାସକ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ତପନ ନାୟକ କହିଛନ୍ତି, ସମସ୍ୟା ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ ବିଡିଓ ଜଣାଇବେ। ନିଜେ ଯାଇ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବେ।

 

ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri