ବିଦ୍ୟୁତ୍‌ ଦେଖିନାହାନ୍ତି ଶତାଧିକ ଜୁଆଙ୍ଗ ପରିବାର

କେନ୍ଦୁଝର,୨୨।୨: କେନ୍ଦୁଝର ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୪୦ କି.ମି. ଦୂର କାଞ୍ଜିପାଣି ଘାଟି ଉପରେ ଟାଙ୍ଗରପଡ଼ା ଗ୍ରାମ ରହିଛି। ବଣପାହାଡ଼ ଘେରା ଅଞ୍ଚଳରେ ବହୁ ବର୍ଷ ଧରି ଗ୍ରାମରେ ଜୁଆଙ୍ଗ ଜନଜାତିମାନେ ବସବାସ କରି ଆସୁଛନ୍ତି। ଲୋକମାନଙ୍କ ଜମିଜମା ନ ଥିବା ବେଳେ ପାହାଡ଼ରେ ତଇଳା କାଟି ଚାଷକରି ପରିବାର ପ୍ରତିପୋଷଣ କରିଥାଆନ୍ତି। କେତେକ ବାହାରକୁ ଦାଦନ ଖଟିବାକୁ ଯାଇଥାଆନ୍ତି। ଆଜି ପର୍ଯ୍ୟନ୍ତ ଉକ୍ତ ଗ୍ରାମବାସୀ ବିଦ୍ୟୁତ୍‌ ଆଲୋକ, ପାନୀୟ ଜଳ ଓ ଶିକ୍ଷା ଭଳି ମୌଳିକ ଅଧିକାରରୁ ବଞ୍ଚତ୍ତ ରହିଛନ୍ତି। ଏନେଇ ପଞ୍ଚାୟତ, ବ୍ଲକ୍‌ସ୍ତରରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।
ସୂଚନା ଅନୁଯାୟୀ, ଗ୍ରାମର ତିନୋଟି ସାହିରେ ୧୦୦ରୁ ଊର୍ଦ୍ଧ୍ୱ ଜୁଆଙ୍ଗ ପରିବାର ରହୁଥିତ୍ବା ବେଳେ ଅନେକ ଭଙ୍ଗା ଦଦରା ଛପର ଘରେ ରହୁଛନ୍ତି। ଆବାସ ଯୋଜନାରେ ଘର ଖଣ୍ଡେ ମିଳିନାହିଁ। ବୃଦ୍ଧା/ବୃଦ୍ଧ ତଥା ଦିବ୍ୟାଙ୍ଗ ଲୋକ ଭତ୍ତା ପାଉ ନ ଥିବାରୁ ଦୁର୍ଦ୍ଦଶାରେ ରହୁଥିବା ଗ୍ରାମର ହାଡ଼ିଆ ପ୍ରଧାନଙ୍କ ସମେତ ଅନ୍ୟମାନେ କହିଛନ୍ତି। ଅନ୍ୟପକ୍ଷରେ ସଚେତନତା ଅଭାବ ଏବଂ ଏକାଧିକ ସନ୍ତାନ କାରଣରୁ ପରିବାର ପ୍ରତିପୋଷଣ କରି ନ ପାରି ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି। ଗ୍ରାମବାସୀ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଆଲୋକ ଦେଖିପାରି ନାହାନ୍ତି। ପ୍ରଶାସନ ପକ୍ଷରୁ ପ୍ରତି ସାହିରେ ସୋଲାର ଲାଇଟ ବ୍ୟବସ୍ଥା କରାଯାଇଥିଲେ ହେଁ ଅନେକ ଅଚଳ ହୋଇ ପଡ଼ିଥିବାରୁ ବହୁ ପରିବାର ଅନ୍ଧାରରେ ରାତି କାଟୁଛନ୍ତି। ବଣପାହାଡ଼ ଘେରା ଅଞ୍ଚଳ ହୋଇଥିବାରୁ ସବୁବେଳେ ଜୀବଜନ୍ତୁଙ୍କ ଭୟ ଲାଗିରହୁଛି। ଦୀର୍ଘ ବର୍ଷ ହେବ ନଳକୂପ ଅଚଳ ହୋଇ ପଡ଼ିଥିବା ବେଳେ ମରାମତି କରାଯାଉ ନାହିଁ। ଫଳରେ ପିଇବା ପାଣି ପାଇଁ ପାହାଡ଼ିଆ ନାଳ ଉପରେ ଗ୍ରାମବାସୀ ନିର୍ଭର କରନ୍ତି। ଦୀର୍ଘ ବର୍ଷ ହେଲା ଏକ ଜଳ ଯୋଗାଣ ପ୍ରକଳ୍ପ କାମ ଅଧାପନ୍ତରିଆ ଭାବେ ଛାଡ଼ି ଠିକା ସଂସ୍ଥା ପଳାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପିଲାଙ୍କ ପାଠପଢ଼ା ପାଇଁ ପ୍ରାଥମିକ ବିଦ୍ୟାଳୟ ରହିଛି। ତିନି ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। କିନ୍ତୁ ଶିକ୍ଷା ବିଭାଗର ତଦାରଖ ଅଭାବରୁ ସେମାନେ ନିୟମିତ ଆସୁ ନ ଥିବାରୁ ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ଘଟୁଛି। ଉକ୍ତ ଗ୍ରାମକୁ ଓମ୍‌ବାଡସି (ଓଡ଼ିଶା ମିନେରାଲ ବିୟରିଂ ଏରିୟା ଡେଭଲପ୍‌ମେଣ୍ଟ କର୍ପୋରେସନ) ଅର୍ଥରେ ରାସ୍ତା ନିର୍ମାଣ ହୋଇଥିଲେ ହେଁ ଉପଯୁକ୍ତ ତଦାରଖ ଅଭାବରୁ ସଠିକ ମାନର କାମ ହୋଇ ନ ଥିବାରୁ ନଷ୍ଟ ହେବାକୁ ବସିଛି। ରାଶନ ସାମଗ୍ରୀ ପାଇଁ ଦୁର୍ଗମ ଅଞ୍ଚଳ କୁଆଁର ଯିବାକୁ ପଡୁଥିବାରୁ ଦଶ ଟଙ୍କା ବଦଳରେ କୋଡିଏ ଟଙ୍କା ଖର୍ଚ୍ଚ ହେଉଛି। ଅଟୋ ଭଡ଼ାରେ ଚାଉଳ ମୂଲ୍ୟଠାରୁ ଅଧିକ ଖର୍ଚ୍ଚ ହେଉଛି ବୋଲି ରଞ୍ଜନ ଦେହୁରୀ ସମେତ ଅନ୍ୟମାନେ କହିଛନ୍ତି। ଏନେଇ ପ୍ରକଳ୍ପ ପ୍ରଶାସକ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ତପନ ନାୟକ କହିଛନ୍ତି, ସମସ୍ୟା ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ ବିଡିଓ ଜଣାଇବେ। ନିଜେ ଯାଇ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବେ।

 

ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri