ମଦ ବିକ୍ରି ବନ୍ଦ ନେଇ ଅବକାରୀ ଅଫିସ ଘେରିଲେ ଶତାଧିକ ମହିଳା, ଦେଲେ ଏଭଳି ଚେତାବନୀ

ବଲାଙ୍ଗୀର,୬।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଦର ଥାନା ଅନ୍ତର୍ଗତ ରତାଖଣ୍ଡି (ଭାନପୁର )ଗ୍ରାମର ୪ ଏସଏଚଜି ଗ୍ରୁପର ଶତାଧିକ ମହିଳାମାନେ ଗ୍ରାମରେ ଚୋରା ମଦ କାରବାର କରୁଥିବା ଲୋକଙ୍କୁ ଗିରଫ କରିବା ସହ ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ ଭାବରେ ବନ୍ଦ କରିବାକୁ ଦାବି କରିଛନ୍ତି। ଏପରିକି ସୋମବାର ଅପରାହ୍ନରେ ଅବକାରୀ ଅଧୀକ୍ଷକଙ୍କ ଅଫିସକୁ ଆସି ଘେରାଓ କରିଛନ୍ତି । ଗ୍ରାମରେ ମଦ ବିକ୍ରି ବନ୍ଦ ନ କଲେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଗ୍ରାମରେ କିଛି ଲୋକ ଚୋରା ମଦ କାରବାର ରୀତିମତ ଭାବେ କରୁଥିବା ବେଳେ ଗାଁରେ ଯୁବପିଢ଼ି ଏହାକୁ ପିଇ ବିଶୃଙ୍ଖଳିତ ହେଉଛନ୍ତି । ଗ୍ରାମରେ ମହିଳାମାନେ ରାସ୍ତାରେ ସୁରକ୍ଷିତ ଭାବରେ ଯିବା ଆସିବା କରିପାରୁ ନ ଥିବା କହିଛନ୍ତି । ଏପରିକି ଗ୍ରାମରେ ମଦ ବିକ୍ରି ଯୋଗୁ ପୁରୁଷମାନେ ମଦ ପିଇ ଘରେ ଝଗଡା କରୁଥିବା ଯୋଗୁ ଘରେ ସବୁବେଳେ ମହିଳାମାନେ ଆଶାନ୍ତିରେ ରହୁଥିବା କହିଛନ୍ତି। ଏପରିକି ତାଙ୍କର ପିଲାମାନଙ୍କର ପାଠ ପଢ଼ାରେ ମଧ୍ୟ ପ୍ରଭାବ ପଡୁଥିବା କହିଛନ୍ତି। ଏହାର ସମାଧାନ ପାଇଁ ଗାଁରେ ବୈଠକ କରାଯାଇ ଚୋରାମଦ କାରବାର ନ କରିବାକୁ ମଦ ବେପାରୀଙ୍କୁ ଗ୍ରାମର ମହିଳାମାନେ ବାରମ୍ବାର ମନା କରିବା ସତ୍ତ୍ୱେ ମଦ ବେପାରୀମାନେ ମାନୁ ନାହାନ୍ତି। ଓଲଟା ସେମାନଙ୍କୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି । ମଦ ବନ୍ଦ ନ କରି ପୂର୍ବଭଳି ମଦ ବ୍ୟବସାୟ ଗ୍ରାମରେ ଜାରି ରଖି ଥିବାରୁ ଗ୍ରାମର ୪ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଏକତ୍ରିତ ହୋଇ ଚୋରାମଦ କାରବାର ବନ୍ଦ କରିବା ଓ ବ୍ୟବସାୟୀଙ୍କୁ ଗିରଫ ଦାବି ନେଇ ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମରେ ଚୋରା ମଦ କାରବାର କରୁଥିବା ଅଭିଯୋଗକୁ ନେଇ ବ୍ୟବସାୟୀଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନିଆଯିବ । ସେମାନଙ୍କୁ ସାତ ଦିନ ଭିତରେ ଧରା ଯିବ ବୋଲି ରତାଖଣ୍ଡି (ଭାନପୁର) ଗ୍ରାମବାସୀ ମହିଳାମାନଙ୍କୁ ଅବକାରୀ ଉପ ଆୟୁକ୍ତ (ଭାରପ୍ରାପ୍ତ ଅଧୀକ୍ଷକ ) ସୀତାକାନ୍ତ ମୁଦୁଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, କଚାଡ଼ି କଚାଡ଼ି ମାରିଲା ଦନ୍ତା

ଆନନ୍ଦପୁର/ବଞ୍ଚୋ,୬ା୬(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ନିଜ ଆମ୍ବତୋଟାରେ ଶନିବାର ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧା। ଆନନ୍ଦପୁର ଥାନା ଫକୀରପୁର…

ଜଳାଶୟ ମାଟି କାମକୁ ନେଇ କଂଗ୍ରେସ – ବିଜେଡି ମୁହାଁମୁହିଁ: ପୌର ପରିଷଦ ଅଧ୍ୟକ୍ଷା, କାଉନସିଲର ପହଞ୍ଚିବା ପରେ ହଙ୍ଗାମା

ବଲାଙ୍ଗୀର, ୬।୬( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର କରଙ୍ଗାକଟା ଓ ନରସିଂହ ବନ୍ଧ ଆଡିରେ ଶନିବାର ସକାଳେ କଂଗ୍ରେସ ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେଡି…

ଭୟଙ୍କର ଦୁର୍ଘଟଣା :ବସ୍ ସହ ଲୁହାପଥର ବୋଝେଇ ଟ୍ରେଲର ଧକ୍କା

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଯୋଡା ଥାନା ଅନ୍ତର୍ଗତ ଏନ୍‌ଏଚ୍–୫୨୦ର ଲହଣ୍ଡା ନିକଟସ୍ଥ ରେଳୱେ ଅଣ୍ଡରପାସ୍‌ରେ ଏକ ଟ୍ରେଲର ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା…

କେବଳ ବୈଭବ ସୂର୍ଯ୍ୟବଂଶୀ ନୁହଁନ୍ତି; ଏହି ଖେଳାଳି ବି ପ୍ରଥମ ଥର ପାଇଁ ଭାରତର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି

ନୂଆଦିଲ୍ଲୀ,୬।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଚୟନ କରାଯାଇଛି। ଶନିବାର ବିସିସିଆଇ ଏହି ଦୁଇଟି ସିରିଜ ଏବଂ ଏସୀୟ କ୍ରୀଡା…

୭୯ ଥର ରକ୍ତଦାନ କରି ସୃଷ୍ଟି କଲେ ରେକର୍ଡ: ଜନ୍ମଦିନରେ ବଞ୍ଚାଇଲେ ଶିଶୁର ଜୀବନ

ଭଞ୍ଜନଗର, ୬।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳର ଜଣାଶୁଣା ରକ୍ତଦାତା ତଥା ସାମାଜିକ କର୍ମୀ ଜୟକୃଷ୍ଣ ପଟ୍ଟନାୟକ ୭୯ ଥର ରକ୍ତଦାନ କରି ଭଞ୍ଜନଗର…

SBI ପକ୍ଷରୁ ଟଙ୍କା ବଦଳ ମେଳା, ଚିରାଫଟା ନୋଟ୍‌ ଦେଇ ନେଇପାରିବେ ଏତିକି ଟଙ୍କା…

ଭଞ୍ଜନଗର,୬ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଷ୍ଟେଟ୍‌ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଶନିବାର ବ୍ୟାଙ୍କ ସମ୍ମୁଖରେ କଏନ୍‌ ଏବଂ କାଗଜ ଟଙ୍କା ବଦଳ ମେଳା ଅନୁଷ୍ଠିତ ହୋଇଛି।…

ଭାଙ୍ଗିଲା ତେନ୍ଦୁଲକରଙ୍କ ୩୭ ବର୍ଷର ରେକର୍ଡ, ସ୍କୁଲ ଯିବା ବୟସରେ ଟିମ ଇଣ୍ଡିଆରେ ଡେବ୍ୟୁକଲେ ବୈଭବ!

ନୂଆଦିଲ୍ଲୀ,୬।୬: ଆଜି ଅର୍ଥାତ୍‌ ଜୁନ ୬ ଶନିବାର ଭାରତୀୟ କ୍ରିକେଟ ଇତିହାସରେ ଏକ ନୂତନ ଅଧ୍ୟାୟ ଲେଖାଯାଇଛି। ମାତ୍ର ୧୫ ବର୍ଷ ବୟସର ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଗାମୀ…

ବିହାରରେ ସୁରକ୍ଷାକୁ ନେଇ ରାଜନୈତିକ ବିବାଦ: ଲାଲୁ-ରାବ୍ରିଙ୍କ ପାଇଁ Z+ ସୁରକ୍ଷା ପ୍ରତ୍ୟାହାର କରିବା ପରେ ଏମିତି କଲେ ତେଜସ୍ବୀ

ପାଟନା,୬।୬: ବିହାର ରାଜନୀତିରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri