ବିପଦସଙ୍କୁଳ ଛାତ୍ରୀନିବାସରେ ଶହେ ଅନ୍ତେବାସୀ

ଯାଜପୁର ଅଫିସ,୨୨ା୧: ରାଜ୍ୟ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟର ୧୦୦ଶର୍ଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଉଦ୍‌ଘାଟନର ୪ ବର୍ଷ ନ ପୂରୁଣୁ ଏହି ଛାତ୍ରୀ ନିବାସ ଅନ୍ତେବାସୀଙ୍କ ପାଇଁ ବିପଦସଙ୍କୁଳ ହୋଇ ପଡ଼ିଛି । ବିଭାଗୀୟ ଅଧିକାରୀ, ଯନ୍ତ୍ରୀ, ଠିକାଦାର ଓ ରାଜନେତାଙ୍କ ସଲାସୁତୁରାରେ ନିମ୍ନମାନର ନିର୍ମାଣ କାର୍ଯ୍ୟ କରାଯାଇ ଅନୁଦାନର ସିଂହଭାଗ ଅର୍ଥ ଆତ୍ମସାତ୍‌ କରାଯାଇ ଥିବା ପ୍ରମାଣ ଏବେ ଜଳଜଳ ହୋଇ ଦିଶୁଛି ବୋଲି ମତପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ପୂର୍ତ୍ତ, ଗ୍ରାମ୍ୟ ନିର୍ମାଣ, ଓଡ଼ିଶା ନିର୍ମାଣ ନିଗମ କିମ୍ବା ଓଡ଼ିଶା ପୋଲିସ ଗୃହ ନିର୍ମାଣ ନିଗମ ଭଳି ଅଭିଜ୍ଞ ଯାନ୍ତ୍ରିକ ବିଭାଗକୁ ଦାୟିତ୍ୱ ନ ଦେଇ ବଡ଼ଚଣା ପଞ୍ଚାୟତ ସମିତି ମାଧ୍ୟମରେ ଏହି ଛାତ୍ରୀ ନିବାସ ନିର୍ମାଣ ହୋଇଥିଲା। ନାମକୁ ମାତ୍ର ଟେଣ୍ଡର ଆହ୍ବାନ କରି ଯୋଜନାବଦ୍ଧ ଭାବେ ଧର୍ମଶାଳା ଅଞ୍ଚଳର ଜଣେ ଠିକାଦାରଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଥିଲା। ହେଲେ କେତେଜଣ ପେଟି କଣ୍ଟ୍ରାକ୍ଟରଙ୍କ ତତ୍ତ୍ବାବଧାନରେ ନିର୍ମାଣ କାମ ଶେଷ ହୋଇଥିଲା ବୋଲି କଲେଜର କେତେଜଣ କର୍ମଚାରୀ ସୂଚନା ଦେଇଛନ୍ତି। ୨୦୧୪ ମେ ୯ରେ ଉକ୍ତ ଛାତ୍ରୀ ନିବାସ ଶିଳାନ୍ୟାସ କରାଯିବା ପରେ ନିର୍ମାଣ କାମ ଆରମ୍ଭ ହୋଇ ୨୦୧୬ରେ ଶେଷ ହୋଇଥିଲା । ୨୦୧୬ ଅକ୍ଟୋବର ୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ଚଣା ବ୍ଲକ ଗସ୍ତରେ ଆସିଥିବା ସମୟରେ ଖଇରା ଖେଳ ପଡ଼ିଆଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉକ୍ତ ଛାତ୍ରୀ ନିବାସରକୁ ଉଦ୍‌ଘାଟନ କରିଥିଲେ। ଇତିମଧ୍ୟରେ ସେହି ଛାତ୍ରୀନିବାସର ରଙ୍ଗ ସବୁ ଧୋଇ ହୋଇଗଲାଣି, କାନ୍ଥ ଓ ଛାତରୁ ପଲସ୍ତରା ସବୁ ଖଣ୍ଡ ଖଣ୍ଡ ହୋଇ ଖସି ପଡୁଛି । ତଳେ ବିଛା ଯାଇଥିବା ଟାଇଲ ଉଠି ଯାଉଛି । ନିମ୍ନମାନର କବ୍‌ଜା ଲାଗିଥିବାରୁ ଆପଣାଛାଏଁ ଗୋଟିଏ ପରେ ଗୋଟିଏ ଝରକା ମଧ୍ୟ ବନ୍ଧରୁ ଖସି ତଳେ ପଡ଼ିଛି । ଏହି କାରଣରୁ ସେଠାରେ ରହିବା ମୃତ୍ୟୁକୁ ଆଲିଙ୍ଗନ କରିବା ସହ ସମାନ ବୋଲି କେତେଜଣ ଅନ୍ତେବାସୀ କହିଛନ୍ତି। କଲେଜ କର୍ତ୍ତୃପକ୍ଷ ଏଥିନେଇ କେବଳ ଥରେ ଅତିରିକ୍ତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ନୀରବରେ ବସିଛନ୍ତି । ଏନେଇ ପ୍ରତିକ୍ରିୟା ନେବାକୁ କଲେଜ ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?