ବିପଦସଙ୍କୁଳ ଛାତ୍ରୀନିବାସରେ ଶହେ ଅନ୍ତେବାସୀ

ଯାଜପୁର ଅଫିସ,୨୨ା୧: ରାଜ୍ୟ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟର ୧୦୦ଶର୍ଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଉଦ୍‌ଘାଟନର ୪ ବର୍ଷ ନ ପୂରୁଣୁ ଏହି ଛାତ୍ରୀ ନିବାସ ଅନ୍ତେବାସୀଙ୍କ ପାଇଁ ବିପଦସଙ୍କୁଳ ହୋଇ ପଡ଼ିଛି । ବିଭାଗୀୟ ଅଧିକାରୀ, ଯନ୍ତ୍ରୀ, ଠିକାଦାର ଓ ରାଜନେତାଙ୍କ ସଲାସୁତୁରାରେ ନିମ୍ନମାନର ନିର୍ମାଣ କାର୍ଯ୍ୟ କରାଯାଇ ଅନୁଦାନର ସିଂହଭାଗ ଅର୍ଥ ଆତ୍ମସାତ୍‌ କରାଯାଇ ଥିବା ପ୍ରମାଣ ଏବେ ଜଳଜଳ ହୋଇ ଦିଶୁଛି ବୋଲି ମତପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ପୂର୍ତ୍ତ, ଗ୍ରାମ୍ୟ ନିର୍ମାଣ, ଓଡ଼ିଶା ନିର୍ମାଣ ନିଗମ କିମ୍ବା ଓଡ଼ିଶା ପୋଲିସ ଗୃହ ନିର୍ମାଣ ନିଗମ ଭଳି ଅଭିଜ୍ଞ ଯାନ୍ତ୍ରିକ ବିଭାଗକୁ ଦାୟିତ୍ୱ ନ ଦେଇ ବଡ଼ଚଣା ପଞ୍ଚାୟତ ସମିତି ମାଧ୍ୟମରେ ଏହି ଛାତ୍ରୀ ନିବାସ ନିର୍ମାଣ ହୋଇଥିଲା। ନାମକୁ ମାତ୍ର ଟେଣ୍ଡର ଆହ୍ବାନ କରି ଯୋଜନାବଦ୍ଧ ଭାବେ ଧର୍ମଶାଳା ଅଞ୍ଚଳର ଜଣେ ଠିକାଦାରଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଥିଲା। ହେଲେ କେତେଜଣ ପେଟି କଣ୍ଟ୍ରାକ୍ଟରଙ୍କ ତତ୍ତ୍ବାବଧାନରେ ନିର୍ମାଣ କାମ ଶେଷ ହୋଇଥିଲା ବୋଲି କଲେଜର କେତେଜଣ କର୍ମଚାରୀ ସୂଚନା ଦେଇଛନ୍ତି। ୨୦୧୪ ମେ ୯ରେ ଉକ୍ତ ଛାତ୍ରୀ ନିବାସ ଶିଳାନ୍ୟାସ କରାଯିବା ପରେ ନିର୍ମାଣ କାମ ଆରମ୍ଭ ହୋଇ ୨୦୧୬ରେ ଶେଷ ହୋଇଥିଲା । ୨୦୧୬ ଅକ୍ଟୋବର ୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ଚଣା ବ୍ଲକ ଗସ୍ତରେ ଆସିଥିବା ସମୟରେ ଖଇରା ଖେଳ ପଡ଼ିଆଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉକ୍ତ ଛାତ୍ରୀ ନିବାସରକୁ ଉଦ୍‌ଘାଟନ କରିଥିଲେ। ଇତିମଧ୍ୟରେ ସେହି ଛାତ୍ରୀନିବାସର ରଙ୍ଗ ସବୁ ଧୋଇ ହୋଇଗଲାଣି, କାନ୍ଥ ଓ ଛାତରୁ ପଲସ୍ତରା ସବୁ ଖଣ୍ଡ ଖଣ୍ଡ ହୋଇ ଖସି ପଡୁଛି । ତଳେ ବିଛା ଯାଇଥିବା ଟାଇଲ ଉଠି ଯାଉଛି । ନିମ୍ନମାନର କବ୍‌ଜା ଲାଗିଥିବାରୁ ଆପଣାଛାଏଁ ଗୋଟିଏ ପରେ ଗୋଟିଏ ଝରକା ମଧ୍ୟ ବନ୍ଧରୁ ଖସି ତଳେ ପଡ଼ିଛି । ଏହି କାରଣରୁ ସେଠାରେ ରହିବା ମୃତ୍ୟୁକୁ ଆଲିଙ୍ଗନ କରିବା ସହ ସମାନ ବୋଲି କେତେଜଣ ଅନ୍ତେବାସୀ କହିଛନ୍ତି। କଲେଜ କର୍ତ୍ତୃପକ୍ଷ ଏଥିନେଇ କେବଳ ଥରେ ଅତିରିକ୍ତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ନୀରବରେ ବସିଛନ୍ତି । ଏନେଇ ପ୍ରତିକ୍ରିୟା ନେବାକୁ କଲେଜ ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri