ଶହଶହ ବୋଦା ବଳିରେ ସୁନାଦେଇ ପୀଠ ରକ୍ତରଞ୍ଜିତ

ନୂଆପଡ଼ା,୨୯।୧୦ (ମକାରୁ ବେମାଲ)ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଚକୋଟିଆ ଭୂଞ୍ଜିଆ ଆଦିବାସୀ ସମ୍ପ୍ରଦାୟର ଇଷ୍ଟଦେବୀ ମା’ ସୁନାଦେଇଙ୍କ ନବରାତ୍ରି ପୂଜା ଅନୁଷ୍ଠିତ ହୋଇଯାଇଛି। ଆଶ୍ୱିନ ଅମାବାସ୍ୟାଠାରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ଦିନ ଶେଷ ହୋଇଛି। ଶେଷ ଦିନରେ ଛତର ଯାତ୍ରା ଅନୁଷ୍ଠିତ ହୋଇ ଦେବୀ ଗ୍ରାମ ପରିକ୍ରମା କରିଥିଲେ। ସୁନାଦେଇ ମୁଖ୍ୟ ମନ୍ଦିରରୁ ଛତର ଲିଙ୍ଗଭଟାକୁ ଯାଇଥିଲା। ସେଠାରେ ମା’ଙ୍କ ପ୍ରଥମ ପୂଜା, ବୋଦା ବଳି ଦେଲା ପରେ ଚାରି ଦିଗର ୮୪ ଖଣ୍ଡ ଗାଁର ଲୋକେ ଆଣିଥିବା ବୋଦା ବଳି ଦିଆଯାଇଥିଲା। ବରୁଆମାନଙ୍କ ଶରୀରରେ କାଳିସି ଆସି ଛତର ଧରି ଗ୍ରାମ ପରିକ୍ରମା କରିଥାନ୍ତି। ମା’ଙ୍କ ଠାରେ ଅଧିଆ ପଡିଲେ ସବୁ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ପୂର୍ବରୁ ବିଶ୍ୱାସ ରହିଛି। ଦେବୀ ଛତର ଧରି ଗ୍ରାମ ପରିକ୍ରମା କରୁଥିବା ସମୟରେ ଭକ୍ତମାନେ ଅଧିଆ ପଡିଥାନ୍ତି। ଯେଉଁ ଭକ୍ତମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ସେ ଯାତ୍ରା ସମୟରେ କିମ୍ବା ଅନ୍ୟ ସମୟରେ ମା’ଙ୍କଠାରେ ବୋଦା ବଳି ଦେଇଥାନ୍ତି। ଛତର ଧରି ଗ୍ରାମ ପରିକ୍ରମା କରୁଥିବା ସମୟରେ ମଧ୍ୟ ଶହ ଶହ ବୋଦା ବଳିରେ ସୁନାବେଡା ଓ ସୁନାଦେଇ ପୀଠ ରକ୍ତରଞ୍ଜିତ ହୋଇଛି। ମା’ ସୁନାଦେଇଙ୍କ ଛତର ଯାତ୍ରା ଦର୍ଶନ ପାଇଁ ନୂଆପଡ଼ା ଜିଲା ସମେତ କଳାହାଣ୍ଡି, ବରଗଡ, ବଲାଙ୍ଗିର ଓ ପଡୋଶୀ ରାଜ୍ୟ ଛତିଶଗଡର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି। ଶ୍ରଦ୍ଧାଳୁ ଭକ୍ତଙ୍କ ମନୋରଞ୍ଜନ ପାଇଁ ରାତ୍ରି ସମୟରେ ଦଣ୍ଡନାଚ, ଓଡିଆ ପୌରାଣିକ ନାଟକ, ସାମାଜିକ ନାଟକ ଓ ଛତିଶଗଡି ନାଚ ଭଳି ନାଟକ ଅନୁଷ୍ଠିତ ହୋଇଥାଏ। ଏହି ନାଟକ ପାର୍ଟିମାନେ ମା’ଙ୍କ ଆଶୀର୍ବାଦ ନେବା ପାଇଁ ବିନା ଖର୍ଚ୍ଚରେ ଆସି ନାଟକ ପରିବେଷଣ କରି ଯାଇଥାନ୍ତି ା

ଚଳିତବର୍ଷ ମଧ୍ୟ ମା’ ସୁନାଦେଇଙ୍କ ଛତର ଯାତ୍ରା ଅନୁଷ୍ଠିତ ହେଉଛି। ଏହା ଗୋଟିଏ ଭାଇଚାରାର ପର୍ବ ବୋଲି ଆମେ ଭାବିଥାଉ। କାହିକି ନା ଏହି ପର୍ବ ଦିନ ଅନେକ ଲୋକଙ୍କ ସହିତ ମିଳାମିଶା ହୋଇଥାଏ। ଅନେକ ବନ୍ଧୁବାନ୍ଧବ କୁଣିଆ ଆକାରରେ ଆସି ମା’ଙ୍କ ଆଶୀର୍ବାଦ ଭିକ୍ଷା ନେଇଥାନ୍ତି।
ରଜନି ଜଗତ, ସୁନାବେଡା ସରପଞ୍ଚ

ମା’ ସୁନାଦେଇଙ୍କ ଛତର ଯାତ୍ରାରେ ବହୁତ ଲୋକ ଆସନ୍ତି ଓ ମା’ଙ୍କ ଆଶୀର୍ବାଦ ନେଇଥାନ୍ତି ବୋଲି ଆମେ ଶୁଣିଥିଲୁ ା ହେଲେ ଏହି ବର୍ଷ ପ୍ରଥମ କରି ପରିବାର ସହିତ ଆସିଛୁ ଆମକୁ ବହୁତ ଖୁସି ଓ ଆନନ୍ଦ ଲାଗୁଛି ା
କମଲା ମାଝି, ବରଗଡ ଜିଲା ଜାମସେଟ ଗାଁର ଶ୍ରଦ୍ଧାଳୁ

ଅନ୍ୟ ବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ମା’ଙ୍କ ଛତର ଯାତ୍ରା ବିଧି ବିଧାନରେ ଧୂମଧାମରେ ପାଳିତ ହେଉଛି ା ମା’ଙ୍କ ପୂଜା ପାଇଁ ଆଶ୍ୱିନ ମାସ ଅମାବାସ୍ୟା ଦିନ ଠାରୁ ନବରାତ୍ର ପୂଜା ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ଦିନ ଛତର ଯାତ୍ରା ହେଲା ପରେ ମା’ଙ୍କ ଯାତ୍ରା ସମ୍ପନ୍ନ ହୋଇଥାଏ ା
ଯୁବରାଜ ସିଂ ଛତ୍ରିଆ, ସୁନାବେଡା ସୁନାଦେଇ ପୂଝାରୀ

ଅତି ଦୁଃଖର ବିଷୟ ଜିଲା ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନ ଥିବାରୁ ମା’ଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପୋଲିସ ସୁରକ୍ଷା ନ ଥିବାରୁ ଟ୍ରାଫିକ ଜାମ ଭଳି ପରିସ୍ଥିତି ରହୁଥିଲା ା ଲୋକେ ଯେଉଁ ସ୍ଥାନକୁ ଯିବା କଥା ଯାଇ ପାରୁ ନାହାନ୍ତି।
ପ୍ରସନ୍ନ କୁମାର ପାଢୀ, ଜିଲା ଓକିଲ ସଂଘ ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?