ଶହଶହ ବୋଦା ବଳିରେ ସୁନାଦେଇ ପୀଠ ରକ୍ତରଞ୍ଜିତ

ନୂଆପଡ଼ା,୨୯।୧୦ (ମକାରୁ ବେମାଲ)ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଚକୋଟିଆ ଭୂଞ୍ଜିଆ ଆଦିବାସୀ ସମ୍ପ୍ରଦାୟର ଇଷ୍ଟଦେବୀ ମା’ ସୁନାଦେଇଙ୍କ ନବରାତ୍ରି ପୂଜା ଅନୁଷ୍ଠିତ ହୋଇଯାଇଛି। ଆଶ୍ୱିନ ଅମାବାସ୍ୟାଠାରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ଦିନ ଶେଷ ହୋଇଛି। ଶେଷ ଦିନରେ ଛତର ଯାତ୍ରା ଅନୁଷ୍ଠିତ ହୋଇ ଦେବୀ ଗ୍ରାମ ପରିକ୍ରମା କରିଥିଲେ। ସୁନାଦେଇ ମୁଖ୍ୟ ମନ୍ଦିରରୁ ଛତର ଲିଙ୍ଗଭଟାକୁ ଯାଇଥିଲା। ସେଠାରେ ମା’ଙ୍କ ପ୍ରଥମ ପୂଜା, ବୋଦା ବଳି ଦେଲା ପରେ ଚାରି ଦିଗର ୮୪ ଖଣ୍ଡ ଗାଁର ଲୋକେ ଆଣିଥିବା ବୋଦା ବଳି ଦିଆଯାଇଥିଲା। ବରୁଆମାନଙ୍କ ଶରୀରରେ କାଳିସି ଆସି ଛତର ଧରି ଗ୍ରାମ ପରିକ୍ରମା କରିଥାନ୍ତି। ମା’ଙ୍କ ଠାରେ ଅଧିଆ ପଡିଲେ ସବୁ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ପୂର୍ବରୁ ବିଶ୍ୱାସ ରହିଛି। ଦେବୀ ଛତର ଧରି ଗ୍ରାମ ପରିକ୍ରମା କରୁଥିବା ସମୟରେ ଭକ୍ତମାନେ ଅଧିଆ ପଡିଥାନ୍ତି। ଯେଉଁ ଭକ୍ତମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ସେ ଯାତ୍ରା ସମୟରେ କିମ୍ବା ଅନ୍ୟ ସମୟରେ ମା’ଙ୍କଠାରେ ବୋଦା ବଳି ଦେଇଥାନ୍ତି। ଛତର ଧରି ଗ୍ରାମ ପରିକ୍ରମା କରୁଥିବା ସମୟରେ ମଧ୍ୟ ଶହ ଶହ ବୋଦା ବଳିରେ ସୁନାବେଡା ଓ ସୁନାଦେଇ ପୀଠ ରକ୍ତରଞ୍ଜିତ ହୋଇଛି। ମା’ ସୁନାଦେଇଙ୍କ ଛତର ଯାତ୍ରା ଦର୍ଶନ ପାଇଁ ନୂଆପଡ଼ା ଜିଲା ସମେତ କଳାହାଣ୍ଡି, ବରଗଡ, ବଲାଙ୍ଗିର ଓ ପଡୋଶୀ ରାଜ୍ୟ ଛତିଶଗଡର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି। ଶ୍ରଦ୍ଧାଳୁ ଭକ୍ତଙ୍କ ମନୋରଞ୍ଜନ ପାଇଁ ରାତ୍ରି ସମୟରେ ଦଣ୍ଡନାଚ, ଓଡିଆ ପୌରାଣିକ ନାଟକ, ସାମାଜିକ ନାଟକ ଓ ଛତିଶଗଡି ନାଚ ଭଳି ନାଟକ ଅନୁଷ୍ଠିତ ହୋଇଥାଏ। ଏହି ନାଟକ ପାର୍ଟିମାନେ ମା’ଙ୍କ ଆଶୀର୍ବାଦ ନେବା ପାଇଁ ବିନା ଖର୍ଚ୍ଚରେ ଆସି ନାଟକ ପରିବେଷଣ କରି ଯାଇଥାନ୍ତି ା

ଚଳିତବର୍ଷ ମଧ୍ୟ ମା’ ସୁନାଦେଇଙ୍କ ଛତର ଯାତ୍ରା ଅନୁଷ୍ଠିତ ହେଉଛି। ଏହା ଗୋଟିଏ ଭାଇଚାରାର ପର୍ବ ବୋଲି ଆମେ ଭାବିଥାଉ। କାହିକି ନା ଏହି ପର୍ବ ଦିନ ଅନେକ ଲୋକଙ୍କ ସହିତ ମିଳାମିଶା ହୋଇଥାଏ। ଅନେକ ବନ୍ଧୁବାନ୍ଧବ କୁଣିଆ ଆକାରରେ ଆସି ମା’ଙ୍କ ଆଶୀର୍ବାଦ ଭିକ୍ଷା ନେଇଥାନ୍ତି।
ରଜନି ଜଗତ, ସୁନାବେଡା ସରପଞ୍ଚ

ମା’ ସୁନାଦେଇଙ୍କ ଛତର ଯାତ୍ରାରେ ବହୁତ ଲୋକ ଆସନ୍ତି ଓ ମା’ଙ୍କ ଆଶୀର୍ବାଦ ନେଇଥାନ୍ତି ବୋଲି ଆମେ ଶୁଣିଥିଲୁ ା ହେଲେ ଏହି ବର୍ଷ ପ୍ରଥମ କରି ପରିବାର ସହିତ ଆସିଛୁ ଆମକୁ ବହୁତ ଖୁସି ଓ ଆନନ୍ଦ ଲାଗୁଛି ା
କମଲା ମାଝି, ବରଗଡ ଜିଲା ଜାମସେଟ ଗାଁର ଶ୍ରଦ୍ଧାଳୁ

ଅନ୍ୟ ବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ମା’ଙ୍କ ଛତର ଯାତ୍ରା ବିଧି ବିଧାନରେ ଧୂମଧାମରେ ପାଳିତ ହେଉଛି ା ମା’ଙ୍କ ପୂଜା ପାଇଁ ଆଶ୍ୱିନ ମାସ ଅମାବାସ୍ୟା ଦିନ ଠାରୁ ନବରାତ୍ର ପୂଜା ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ଦିନ ଛତର ଯାତ୍ରା ହେଲା ପରେ ମା’ଙ୍କ ଯାତ୍ରା ସମ୍ପନ୍ନ ହୋଇଥାଏ ା
ଯୁବରାଜ ସିଂ ଛତ୍ରିଆ, ସୁନାବେଡା ସୁନାଦେଇ ପୂଝାରୀ

ଅତି ଦୁଃଖର ବିଷୟ ଜିଲା ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନ ଥିବାରୁ ମା’ଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପୋଲିସ ସୁରକ୍ଷା ନ ଥିବାରୁ ଟ୍ରାଫିକ ଜାମ ଭଳି ପରିସ୍ଥିତି ରହୁଥିଲା ା ଲୋକେ ଯେଉଁ ସ୍ଥାନକୁ ଯିବା କଥା ଯାଇ ପାରୁ ନାହାନ୍ତି।
ପ୍ରସନ୍ନ କୁମାର ପାଢୀ, ଜିଲା ଓକିଲ ସଂଘ ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ଯାଉଥିଲେ ଜିଲା ପରିଷଦ: ବାଟରେ ଧକ୍କା ଦେଲା ଟ୍ରକ୍‌

କେନ୍ଦୁଝର,୧୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ୍‌ ୨୦ ନମ୍ବର ଜାତୀୟ ରାଜପଥ ଟାଙ୍ଗରାଣୀ ଛକ ନିକଟରେ ଟ୍ରକ୍‌ ଧକ୍କାରେ ୪ ନମ୍ବର ଜୋନ୍‌ ଜିଲା...

ସୁଭଦ୍ରା ଯୋଜନା ଫର୍ମ ପାଇଁ ଟଙ୍କା ନେଉଥିଲେ ,ସ୍ବାମୀଙ୍କ ସ୍ତ୍ରୀଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୧୨ା୯(ସୂର୍ଯ୍ୟକାନ୍ତ ବେହେରା): ସୁଭଦ୍ରା ଯୋଜନା ଓ ଅନଲାଇନରେ ଜମା କରିବା ପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ...

ଚିଖିଲି ଗାଁକୁ ଛୁଇଁଲା ବନ୍ୟାଜଳ

ବରଗଡ଼,୧୨।୯(ପ୍ରେମାନନ୍ଦ ଖମାରୀ): ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ସାଙ୍ଗକୁ ଛତିଶଗଡ଼ର ଗାଙ୍ଗରେଲ, ସରଗୁଜା ଓ ସାରାଡିହି ଆଦି ଡ୍ୟାମରୁ ମହାନଦୀକୁ ମାତ୍ରାଧିକ ବର୍ଷାଜଳ ନିଷ୍କାସନ...

ଗଣେଶ ପୂଜା ଭସାଣୀରେ ବନ୍ଧୁକ ଧରି ନାଚିଲେ କର୍ପୋରେଟର: ବନ୍ଧୁକ ସହ ହାଜର ହେବାକୁ ଡିସିପିଙ୍କ ନୋଟିସ

ଭୁବନେଶ୍ୱର,୧୨ା୯(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀର ରାସ୍ତା ଉପରେ ଭସାଣି ବେଳେ ବନ୍ଧୁକ ଧରି ଜଣେ ରାଜନେତା ନାଚିଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଏବେ ଲାଗିଛି। ସର୍ବସାଧାରଣରେ ବନ୍ଧୁକ...

ରୋଗୀ ମୃତ୍ୟୁ ପରେ ଟଙ୍କା ଦାବି କରିବାରୁ ଉତ୍ତେଜନା

ଗୋପାଳପୁର,୧୨ା୯(ନବିନ ରାଜ ଆଚାରୀ): ଗଞ୍ଜାମ ଜିଲା ଶିତଲାପଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗୁରୁବାର ଜଣେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ବିଲ...

ଗଣେଶ ବିସର୍ଜନ ବେଳେ ସଂଘର୍ଷ

ଗୋପାଳପୁର,୧୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ସଂଘର୍ଷ ଘଟି ୭ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହି...

ପାରଳା ମହାରାଜା ଇଂଜିନିୟରିଂ କଲେଜରେ ହିନ୍ଦୁ ଛାତ୍ରଙ୍କୁ ଗୋମାଂସ ଖୁଆଇଦେବା ଅଭିଯୋଗ

ଵ୍ରହ୍ମପୁର,୧୨ା୯(ସୁବାସ ଚନ୍ଦ୍ର ପାଢ଼ୀ/ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ଶିତଳାପଲ୍ଲୀଠାରେ ଥିବା ପାରଳା ମହାରାଜା ଇଂଜିନିୟରିଂ ମହାବିଦ୍ୟାଳୟର ହଷ୍ଟେଲ କୋଠରୀରେ କିଛି...

ବରଗଡ଼ରେ ସ୍କ୍ରବ୍‌ ଟାଇଫସ୍‌: ଦିନକ ପରେ ମତ ବଦଳାଇଲେ ସିଡିଏମ୍‌ଓ

ବରଗଡ଼,୧୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍‌ ଟାଇଫସ୍‌ ରୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଜିଲାରେ ଏହି ରୋଗରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri