ବଲାଙ୍ଗୀର,୫ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତର ବହୁ ଗ୍ରାମବାସୀ ଶୁକ୍ରବାର ବଲାଙ୍ଗୀର ଆସି ଆରଡବ୍ଲ୍ୟୁଏସ୍ଏସ୍ ଅଧୀକ୍ଷଣ ଯନ୍ତ୍ରୀ ଅଫିସ ଏବଂ ଟାଟା ପାଓ୍ବାର ଅଫିସ ଘେରାଉ କରିଥିଲେ।

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବ୍ଲକ ଚେୟାରମେନ ଲକ୍ଷ୍ମଣ କୁମାର ମେହେରଙ୍କ ନେତୃତ୍ୱରେ ଦେଓଗାଁ ବ୍ଲକର ଶତାଧିକ ମହିଳା ଓ ପୁରୁଷ ଟାଟା ପାଓ୍ବାର ଅଫିସ ଓ ଆରଡବ୍ଲ୍ୟୁଏସ୍ଏସ୍ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଫିସ ଘେରାଉ କରିଥିଲେ। ମହିଳାମାନେ ଅଭିଯୋଗ କରିଥିଲେ ଯେ, ଗାଁରେ ପାଇପ୍ ଲାଗିଛି ମାତ୍ର ପାଣି ଆସୁନାହିଁ। ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ବିଜେଡି ନେତା ଲକ୍ଷ୍ମଣ କହିଥିଲେ ଯେ, ନାମକୁ ଲୋକଙ୍କ ସରକାର କୁହାଯାଉଛି ମାତ୍ର ଲୋକମାନଙ୍କ ସମସ୍ୟାର ସମାଧାନ କରାଯାଉନାହିଁ। ବିକ୍ଷୋଭକାରୀ ମାନେ ସମସ୍ୟାର ସମାଧାନ ନହେଲେ ଆଗକୁ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

