୫ ବର୍ଷରେ ଶତାଧିକ ଦୁର୍ଘଟଣା: ୬୦ ମୃତ

ପାରାଦୀପ,୯ା୪(ସ୍ବ.ପ୍ର.): ପାରାଦୀପର ସବୁଠାରୁ ଚଳଚଞ୍ଚଳ ସ୍ଥାନ ହେଲା ଅଠରବାଙ୍କିଠାରୁ ଦୋଛକି ପର୍ଯ୍ୟନ୍ତ ୪.୫ କିମି ରାସ୍ତା। ଏହି ରାସ୍ତା ୫୩ ନଂ. ଜାତୀୟ ରାଜପଥ ଓ ୧୨ ନଂ. ରାଜ୍ୟ ରାଜପଥର ସମିଶ୍ରଣ ଅଞ୍ଚଳ। ଏତିକି ରାସ୍ତା ସହ ସଂଯୋଗ ରହିଛି ପିପିଏଲ, ଇଫ୍‌କୋ, ଆର୍ସେଲର ମିତ୍ତଲ ନିପ୍ପନଷ୍ଟିଲ୍‌, ୪ ଟି ତୈଳ ଟର୍ମିନାଲ, ଆଦାନୀ ୱିଲମାର, ଗୋଆ କାର୍ବନ, ପାରାଦୀପ କାର୍ବନ, ତୈଳ ବିଶୋଧନାଗାର ଏବଂ ପାରାଦୀପ ବନ୍ଦର। ଉକ୍ତ ରାସ୍ତାରେ ପ୍ରତିଦିନ ହଜାରରୁ ଅଧିକ ଭାରୀଯାନ ଚଳାଚଳ କରୁଛି। ଏହି ରାସ୍ତାର ଟର୍ମିନାଲ ଓ ଇଫ୍‌କୋ ଛକ ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ। ଗତ ୫ ବର୍ଷରେ ଏତିକି ରାସ୍ତା ମଧ୍ୟରେ ଶତାଧିକ ଦୁର୍ଘଟଣା ଘଟିଲାଣି। ଯେଉଁଥିରେ ୬୦ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନେକ ଆହତ ହୋଇଛନ୍ତି। ଏତେ ଦୁର୍ଘଟଣା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଟ୍ରାଫିକ ପୋଷ୍ଟ ଗୋଟିଏ କରାଯାଇନାହିଁ। ଅପରପକ୍ଷେ ଉକ୍ତ ରାସ୍ତାର ଇଫ୍‌କୋ ଛକ ନିକଟରେ ଟ୍ରାଫିକ ଗୋଲେଇ ଛକ କରିବାକୁ ୨୦୧୬ରୁ ଏ ପର୍ଯ୍ୟନ୍ତ ଏହି କମ୍ପାନୀ ଆବେଦନ କରିଥିଲେ ହେଁ ରାଜ୍ୟ ପ୍ରଶାସନ ଓ ଜାତୀୟ ରାଜପଥ ପକ୍ଷରୁ କ୍ଲିୟରାନ୍ସ ମିଳିନାହିଁ। ଏପରିକି ଜଗତ୍‌ସିଂହପୁର ଜିଲାପାଳଙ୍କଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟ ଶାସନ ସଚିବ ଏ ସମ୍ପର୍କରେ ଦୁଇ ଥର ସମୀକ୍ଷା କରି ସାରିଛନ୍ତି। ତଥାପି ଟ୍ରାଫିକ ପୋଷ୍ଟ ପାଇଁ କୌଣସି ସକରାତ୍ମକ ପରିବେଶ ହୋଇନାହିଁ ବୋଲି ଇଫ୍‌କୋ ପକ୍ଷରୁ ସୂଚନା ମିଳିଛି। ଇଫ୍‌କୋ ସମ୍ମୁଖ ରାଜପଥ ଉପରେ ଏହି କମ୍ପାନୀ ନିଜସ୍ବ ଖର୍ଚ୍ଚରେ ବିଶ୍ୱସ୍ତରୀୟ ଟ୍ରାଫିକ ପୋଷ୍ଟ କରିବା ସହ ତା’ର ମେଣ୍ଟେନାନ୍ସ ଓ ପରିଚାଳନା ପାଇଁ ମାନବସମ୍ବଳ ଦେବାକୁ ରାଜି ଅଛି। କାରଣ ଇଫ୍‌କୋ କାରଖାନାଠାରୁ ରଙ୍ଗିଆଗଡ ରେଳ ଷ୍ଟେଶନ ପର୍ଯ୍ୟନ୍ତ ସାର ପରିବହନ ଅନବରତ ହେଉଛି। ଟ୍ରାଫିକ୍‌ ପୋଷ୍ଟ ନ ଥିବାରୁ ଇଫ୍‌କୋର ଗାଡି ପ୍ରତି ଭଡାରେ ଅଧିକ ୮ କିମି ଯାତାୟାତ କରୁଛି। ଯାହା ଦ୍ୱାରା କମ୍ପାନୀର ସମୟ ଓ ଅର୍ଥ ଅଧିକ ଅପଚୟ ହେଉଛି। ଏଭଳି ଅବସ୍ଥା ଅନ୍ୟ କମ୍ପାନୀର ମଧ୍ୟ ହେଉଛି। ଅନ୍ୟ ଏକ ପ୍ରସଙ୍ଗ ହେଲା ଏତିକି ରାସ୍ତା ସୀମା ଅଞ୍ଚଳରେ ବିଶାଳ ଜନବସତି ହୋଇଗଲାଣି। ଭାରୀଯାନ ଓ ସାଧାରଣଯାନ ଚଳାଚଳ, ଟ୍ରକ ପାର୍କିଂ ଏବଂ ପ୍ରଦୂଷଣ ଯୋଗୁ ଧୂଳି ବଳୟ ସୃଷ୍ଟି ହେଉଛି। ଏହାଦ୍ୱାରା ସ୍ଥାନୀୟ ଲୋକ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛୁ ବୋଲି କୁହନ୍ତି ତାରିଣୀଗଡା ବାସିନ୍ଦା ଦିପ୍ତିପ୍ରକାଶ ପଟ୍ଟନାୟକ। ଏ ସମ୍ପର୍କରେ ପରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀରଙ୍କୁ ପଚାରିବାରେ ଆମେ ଜାତୀୟ ରାଜପଥ ବିଭାଗୀୟ ଅଧିକାରୀଙ୍କୁ ଅନେକ ଥର ଲେଖିବା ସତ୍ତ୍ୱେ ସେଠାରୁ କ୍ଲିୟରାନ୍ସ ମିଳୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri