Posted inଖେଳ

ହମ୍ପି ଜିତିଲେ ବିବିିସି ପୁରସ୍କାର

ନୂଆଦିଲ୍ଲୀ, ୯ା୩ (ପି.ଟି.)-ବିବିସି ଇଣ୍ଡିଆନ ସ୍ପୋଟର୍‌ସଓମ୍ୟାନ ଅଫ୍‌ ଦି ଇୟର ପୁରସ୍କାରର ଦ୍ୱିତୀୟ ସଂସ୍କରଣ ଫଳାଫଳ ସୋମବାର ପ୍ରକାଶ ପାଇଛନ୍ତି। ବର୍ତ୍ତମାନ ରାପିଡ୍‌ ଫର୍ମାଟରେ ରହିଥିବା ବିଶ୍ୱ ଚାମ୍ପିୟନ କୋନେରୁ ହମ୍ପି ଏହି ପୁରସ୍କାର ଜିତିଛନ୍ତି। ମାତ୍ର ୧୫ବର୍ଷ ବୟସରେ ସର୍ବ କନିଷ୍ଠ ଖେଳାଳି ଭାବେ ଚେସ୍‌ ଗ୍ରାଣ୍ଡମାଷ୍ଟର ହୋଇଥିବା ହମ୍ପି ତାଙ୍କ ସମର୍ଥକଙ୍କଠାରୁ ସବୁଠାରୁ ଅଧିକ ଭୋଟ ପାଇଥିଲେ। ଏହି ସମ୍ମାନଜନକ ପୁରସ୍କାର ପାଇଁ ୪୦ଜଣିଆ ବିଚାରକମଣ୍ଡଳୀ ଗତ ମାସରେ ରେସ୍‌ଲର ଭିନେଶ ଫୋଗତ, ସ୍ପ୍ରିଣ୍ଟର ଓଡ଼ିଶାର ଦୂତୀ ଚାନ୍ଦ, ଶୁଟର ମନୁ ଭାକର ଏବଂ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲଙ୍କ ନାମ ସୁପାରିସ କରିଥିଲେ। ପୁରସ୍କାର ଜିତିବା ପରେ ହମ୍ପି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଏହି ପୁରସ୍କାର କେବଳ ତାଙ୍କ ପାଇଁ ନୁହେଁ ଚେସ୍‌ ସମୁଦାୟ ପାଇଁ ବହୁ ମୂଲ୍ୟବାନ। ଚେସ୍‌ ଏକ ଇନ୍‌ଡୋର ଗେମ୍‌। ଭାରତରେ କ୍ରିକେଟ ତୁଳନାରେ ଏହାର ଲୋକପ୍ରିୟତା ଅତ୍ୟନ୍ତ ନଗଣ୍ୟ। ଦୃଢ଼ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ସେ ଚେସ୍‌ରେ ବହୁ ବାଟ ଆଗେଇ ପାରିଛନ୍ତି। ଜଣେ ମହିଳା ଖେଳାଳି ହିସାବରେ ସେ ବର୍ତ୍ତମାନ ଖେଳ ଛାଡ଼ିବା କଥା ଚିନ୍ତା କରିନାହାନ୍ତି। ବିବାହ ଓ ମାତୃତ୍ୱ ଲାଭ କରିବା ଜୀବନକାଳର ଏକ ଅଂଶବିଶେଷ। ଏହା ଜୀବନର ଗତିପଥ ବଦଳାଇ ଦେବ ବୋଲି ମନେ କରିବା ଉଚିତ ନୁହେଁ ବୋଲି ୪ବର୍ଷୀୟା ଶିଶୁକନ୍ୟାର ମା’ ୩୩ ବର୍ଷୀୟା ହମ୍ପି ପ୍ରକାଶ କରିଛନ୍ତି। ବିବିସି ମହାନିର୍ଦ୍ଦେଶକ ଟିମ୍‌ ଡେଭ୍‌ ଭର୍ଚୁଆଲ ପୁରସ୍କାର ଉତ୍ସବରେ ଅଧ୍ୟକ୍ଷତା କରିବା ସହ ବିଜେତାଙ୍କ ନାମ ଘୋଷଣା କରିଥିଲେ। ଚଳିତ ବର୍ଷର ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ଭେଟେରାନ ଆଥଲେଟ ଅଞ୍ଜୁ ବବି ଜର୍ଜଙ୍କୁ ମିଳିଥିଲା। ସେ ହେଉଛନ୍ତି ଭାରତର ଏକମାତ୍ର ଆଥାଲେଟ୍‌, ଯିଏକି ୨୦୦୩ ବିଶ୍ୱ ଚାମ୍ପିୟନଶିପ୍‌ ଲଙ୍ଗ ଜମ୍ପରେ ଏକ ପଦକ ଲାଭ କରିଥିଲେ। ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଯୁବ ଶୁଟର ମନୁ ଭାକରଙ୍କୁ ଇମର୍ଜିଂ ପ୍ଲେୟର ଅଫ୍‌ ଦି ଇୟର ଘୋଷଣା କରିଥିଲେ। ଚଳିତବର୍ଷ ବିବିସି ପୁରସ୍କାରରେ ପ୍ରଥମ ଥର ଏହି କାଟେଗୋରିକୁ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri