ମଣିଷ ଏକତ୍ର ମନ ଛିନ୍‌ଛତ୍ର

ଶୁଭନାରାୟଣ ଶତପଥୀ

 

 

ଜେଜେମାଆ ହୁଅନ୍ତୁ ବା ଆଈ ମା’ଗପର ପେଡ଼ି ଖୋଲିଲେ ତାଙ୍କ ଚାରିପାଖରେ ବସିଯାଆନ୍ତି ନାତିନାତୁଣୀ ଓ ସାହିପଡ଼ୋଶୀର ପିଲାମାନେ। ପୁଣି ଯେତେବେଳେ ସ୍ଥାନୀୟ, ରାଜ୍ୟ, ଦେଶ ଓ ଅନ୍ତର୍ଜାତୀୟ ରାଜନୀତି ଚର୍ଚ୍ଚା ହୁଏ, ସେତେବେଳେ ଜେଜେବାପା, ବାପା, କାକା, ଦାଦା, ସାହିପଡ଼ୋଶୀର ଭଦ୍ରବ୍ୟକ୍ତି ଆଲୋଚନାରେ ଅଂଶଗ୍ରହଣ କରିବାର ଦେଖିବାକୁ ମିଳୁଥିଲା। ଏମିତିକି ଘରକୁ ବନ୍ଧୁବାନ୍ଧବ ଆସିଲେ ମଧ୍ୟ ବ୍ୟକ୍ତିଗତ ବିଷୟ ସମେତ ମାତୃଭୂମି, ରାଜନୀତି, ସେବା ସମ୍ବନ୍ଧରେ ଅଲୋଚନା ହୁଏ। ଏ ଆଲୋଚନାରୁ କେବଳ ଖବରର ଅପଡେଟ୍‌ସ ଜାଣନ୍ତିି ତାହା ନୁହେଁ ବରଂ ଏହାର ବିଶ୍ଳେଷଣ, ଭଲମନ୍ଦ, ଭୁଲ୍‌ଠିକ୍‌ ଜାଣିହୁଏ। ସବୁଠାରୁ ବଡ଼କଥା ହେଉଛି ଏ ସମ୍ବନ୍ଧରେ ନିଜର ବ୍ୟକ୍ତିଗତ ଭୂମିକା, ଜ୍ଞାନ ବୃଦ୍ଧି ହେବା ସହିତ ଦେଶ, ରାଜ୍ୟ, ଦୁନିଆ ପାଇଁ ନିଜର କର୍ତ୍ତବ୍ୟ, ମତ, ବ୍ୟକ୍ତିତ୍ୱ ସୁନ୍ଦର ଓ ସ୍ପଷ୍ଟ ହୁଏ। ଜେଜେମାଆ, ଜେଜେବାପା ଯେତେବେଳେ ଧର୍ମଚର୍ଚ୍ଚା କରନ୍ତି ସତେବେଳେ ପୌରାଣିକ କଥାବସ୍ତୁର ମହତ୍ତ୍ୱ, ତା’ ଭିତରେ ଲୁଚି ରହିଥିବା ନୈତିକତା, ଶିକ୍ଷା ଆଦିରୁ ଅନେକ କଥା ଶିଖିଥାଆନ୍ତି ଉତ୍ତରାଧିକାରୀମାନେ। ସାମାଜିକ ଚଳଣି, ସଂସ୍କୃତି, ଯାନିଯାତ୍ରା, ସୁଖଦୁଃଖ, ଶୃଙ୍ଖଳା, ବିଶୃଙ୍ଖଳା ସବୁ ଆଲୋଚନା ହୁଏ ପରିବାରର ମହିଳାମାନଙ୍କ ମଧ୍ୟରେ ଓ ପଡ଼ୋଶୀଙ୍କ ସହ। ମତାମତ ନେଇ ପରସ୍ପର ପରସ୍ପରକୁ ସଜାଡନ୍ତି, ପୁଣି ଜୀବନ ଡଙ୍ଗା ପଥ ହୁଡୁଥିଲେ ବାଟକୁ ଆସେ। ବାସ୍ତବରେ ଜୀବନର ମୂଲ୍ୟବୋଧ, ଦର୍ଶନକୁ ସଜାଡ଼ିବା ଓ ସତେଜ କରିବା ପାଇଁ ଏସବୁ ଆଲୋଚନା, କଥୋପକଥନ, ପରାମର୍ଶର ଆବଶ୍ୟକତା ଢେର ବେଶି। ଏସବୁ ସହିତ ପରସ୍ପରର ଆତ୍ମୀୟତା ମଧ୍ୟ ବଢ଼େ।
ଜଣେ ବ୍ୟକ୍ତି ଯେ ସବୁକ୍ଷେତ୍ରରେ ଦକ୍ଷ, ତା’ର ଜ୍ଞାନ ସବୁଥିରେ ଅଛି, ସେ ଜମାରୁ ଭୁଲ୍‌ କରେନାହିଁ କିମ୍ବା କୁହେନାହିଁ ଭାବିବା ଭୁଲ୍‌। ଜୀବନରେ ପ୍ରତ୍ୟେକ ଗତିରେ ଆବଶ୍ୟକତା ପଡ଼େ ସମାଲୋଚନା, ନିଷ୍କର୍ଷ, ମତାମତ, ପରାମର୍ଶ, ଦିଗ୍‌ଦର୍ଶନ ଓ ନିର୍ଯାସର। ବିନା କଥୋପକଥନରେ ବା ଆଲୋଚନାରେ ଏହା ମିଳିବା ସମ୍ଭବ ନୁହେଁ। ନିତିଦିନିଆ କାର୍ଯ୍ୟଖସଡାରେ ଏହି ବିଷୟକୁ ଅନ୍ତର୍ଭୁକ୍ତ ନ କଲେ ଅର୍ଥାତ୍‌ ପିଲାଠାରୁ ବୟୋଜ୍ୟେଷ୍ଠ ସମସ୍ତେ ଏହି ବାର୍ତ୍ତାଳାପର ଅଂଶବିଶେଷ ନ ପାଲଟିଲେ ସମାଜ ଦିଗଭ୍ରଷ୍ଟ ହେବା ସାର ହେବ। କାରଣ ନିତିଦିନିଆ ଚଳଣିରେ ସୁବିଧା ଅସୁବିଧା, ବାଧାବିଘ୍ନ ବିଷୟରେ ଜଣାଇଲେ ହିଁ ମୂଳରୁ ଏହାର ସମାଧାନର ବାଟ ଫିଟିବ। ଜଣେ ଆତ୍ମୀୟ ଏହାର ପ୍ରତିଷେଧକ, ନିରାକରଣର ବାଟ ଦେଖାଇପାରିବ। ଏଣୁ ଦଳଗତ ଆଲୋଚନା, ସାମ୍ନାସାମ୍ନି ଆବେଗଭରା କଥାବାର୍ତ୍ତା କେବଳ ସମ୍ପର୍କକୁ ମଜଭୁତ କରେ, ତାହା ନୁହେଁ ବରଂ ଅନେକ ସମସ୍ୟା ସମାଧାନର ମାର୍ଗ ଊନ୍ମୁକ୍ତ କରେ।
ଅଧୁନା ଗଁାଠୁ ସହର, ପରିବାର, ସାହିପଡ଼ୋଶୀ ଯାହା ଉପରେ ନଜର ପକାଇବା ସେ କର୍ମବ୍ୟସ୍ତ। ବ୍ୟସ୍ତତା ଭିତରେ ଓ ବାହାରେ ତା’ର ଅନ୍ତରଙ୍ଗ ସାଥୀ ହେଉଛି ମୋବାଇଲ ବା ସ୍ମାର୍ଟଫୋନ୍‌। କହିବାକୁ ଗଲେ ବ୍ୟସ୍ତତା ଓ ମୋବାଇଲ ଯେମିତି ପରସ୍ପର ଯୋଡ଼ା। ସବୁଠାରୁ ବଡ଼କଥା ହେଉଛି ପିଲାଛୁଆମାନେ ଯେତେ ବଡ଼ ହେଉଛନ୍ତିି ମାତାପିତାଙ୍କଠାରୁ ଦୂରେଇଯାଇ ମୋବାଇଲର ନିକଟତର ହେଉଛନ୍ତି। ସତେଯେମିତି ଏ ଦଳଗତ ଓ ବ୍ୟକ୍ତିଗତ ଆଲୋଚନା ଅନ୍ତର୍ନିବିଷ୍ଟ ହୋଇଛି ମୋବାଇଲର ଫ୍ରେମ୍‌ ଭିତରେ। ସବୁ ସମସ୍ୟାର ସମାଧାନ କ’ଣ ମୋବାଇଲ ଦ୍ୱାରା ହେଉଛି? ନା ବରଂ ଏହା ଆମ ଭିତରେ ଥିବା ସମ୍ପର୍କକୁ ଛିନ୍ନ କରୁଛି ଓ ଅନ୍ତରଙ୍ଗ ଆଳାପଠାରୁୁ ଦୂରେଇଯାଇ ଆମେ ହରାଉଛୁ ଅନେକ ମୂଲ୍ୟବାନ ଉପଦେଶ, ମାନସିକ ଶିକ୍ଷା ପ୍ରଦାନ କରୁଥିବା ସ୍ନେହଭରା ଅଭିବ୍ୟକ୍ତି। ମୋବାଇଲର ଖୁବ୍‌ ନିକଟତର ହେବା କାରଣରୁ ପଢ଼ିବା, ଲେଖିବା, ବୁଝିବା, ହେଜିବା ସହିତ ବିଶ୍ଳେଷଣାତ୍ମକ ଦକ୍ଷତା ହରାଉଛୁ। ଏକ ଖବରରୁ ଜଣାଯାଏ, ମୋବାଇଲର ଅତ୍ୟଧିକ ବ୍ୟବହାର ଫଳରେ ଇଣ୍ଟରନେଟ ଆଡିକ୍ସନ ରୋଗର ଶିକାର ହେଉଛୁ। ଦିଲ୍ଲୀ ଏମ୍ସର ସର୍ଭେ ୨୦୨୧ ଅନୁଯାୟୀ ୧୬ ପ୍ରତିଶତ ପିଲାଙ୍କ ପାଖରେ ମାନସିକ ରୋଗ ଦେଖିବାକୁ ମିଳୁଛି। ପିଲାଙ୍କ ହାତରୁ ମୋବାଇଲ ଛଡ଼ାଇନେଲେ ଅସ୍ବାଭାବିକ ବ୍ୟବହାର କରୁଛନ୍ତି, ବ୍ୟସ୍ତ ହୋଇପଡୁଛନ୍ତି, ଶରୀର ଦୁର୍ବଳ ଲାଗୁଛି, ଚିଡ୍‌ଚିଡାପଣ ବୃଦ୍ଧି ପାଉଛି ଇତ୍ୟାଦି।
ନିକଟ ଅତୀତରେ ମୁଁ ଗୋଟିଏ ଗଁାକୁ ବୁଲିବାକୁ ଯାଇଥାଏ। ସେହି ଗଁାରେ ପ୍ରବେଶ ମାତ୍ରକେ ବିଦ୍ୟାଳୟ, ସବୁଜ ସୁନ୍ଦର ପରିବେଶ ମୋତେ ମୋହିତ କରୁଥାଏ। କିନ୍ତୁ ହଠାତ ନଜର ପଡ଼ିଲା ସେହି ବିଦ୍ୟାଳୟ ବାରଣ୍ଡାରେ ବସିଥିବା ୨୫ରୁ ୩୦ଜଣ ଯୁବକଙ୍କ ଉପରେ। ପ୍ରତ୍ୟେକଙ୍କ ହାତରେ ଥାଏ ମୋବାଇଲ। ସେମାନେ ସମସ୍ତେ ମୋବାଇଲ ଭିତରେ ଏମିତି ହଜିଯାଇଥାନ୍ତି ଯେ ତାଙ୍କ ପାଖରେ କିଏ ବସିଛି, କିଏ ଉଠି ଚାଲିଯାଉଛି ତାହା ଜାଣି ପାରୁନଥାନ୍ତି। କି ଦୟନୀୟ ଅବସ୍ଥା ସତେ! ଏତେ ଏକାଗ୍ରତା ଯଦି ଆମେ ସକାରାତ୍ମକ ଦିଗରେ ଉପଯୋଗ କରିଥାନ୍ତେ, ତେବେ ସଫଳତା ନିଶ୍ଚୟ ମିଳିଥାନ୍ତା।
ମୋବାଇଲ ଧରି ଧରି ଚୁଲିରେ କ୍ଷୀର ଉତୁରିପଶିଲେ ମାଆ ଜାଣୁନି। ଏପଟେ ଅନ୍‌ଲାଇନ ପାଠପଢ଼ା, ମୋବାଇଲ ଗେମ୍‌, କାର୍ଟୁନ ନିଶାରେ ଚୂର ହୋଇଥିବା ପିଲାଙ୍କ ବିଷୟରେ ଜାଣି ପଦକ୍ଷେପ ନେଲାବେଳକୁ ସୁଇସାଇଡ କରିବାର ଧମକ। ଆଉ ବାପାଙ୍କର ଇଣ୍ଟରନେଟ କଥା ଛାଡନ୍ତୁ ଫୋନ୍‌କଲ୍‌ ଆଟେଣ୍ଡ କରୁକରୁ ଦିନରାତି ଶେଷ। ଘରେ ଥିବା ଅଭିଜ୍ଞତାସମ୍ପନ୍ନ ବୟୋଜ୍ୟେଷ୍ଠ ଏଠି ଯେମିତି ଅଲୋଡା। ଏମାନେ ନା ମୋବାଇଲର ହେଲେ ନା ନିଜ ପରିବାର ଲୋକଙ୍କର। ପରିବାରରେ ବୃଦ୍ଧ ମାତାପିତାଙ୍କ ଦେଖାଶୁଣାରେ ଘଟୁଛି ଅବହେଳା। ସେମାନେ ଆଉ ଏକତ୍ର ହେବାର ନଁା ଧରୁନାହାନ୍ତିି। ସମ୍ମିଳିତ ପ୍ରୟାସଠାରୁ ଦୂରେଇଯାଉଛନ୍ତି। ଫଳରେ ସାମାଜିକ ବନ୍ଧନରେ ବନ୍ଧିତ ପରିବାର, ସାହିସାଙ୍ଗଙ୍କ ଭିତରେ ସମ୍ପର୍କ ରହୁନି। ଏଠି ମଣିଷ ଏକତ୍ର କିନ୍ତୁ ମନ ଛିନ୍‌ଛତ୍ର। ଏଥିପାଇଁ ଦୋଷ କାହାର? କ’ଣ ମୋବାଇଲର? ନା, ମୋବାଇଲ ଓ ଇଣ୍ଟରନେଟରେ ଅନେକ ଭଲକଥା ଉପଲବ୍ଧ ରହିଛି। ସେଥିରୁ ଜ୍ଞାନବିଜ୍ଞାନ, ଜଣାଅଜଣା, ଦେଶବିଦେଶର କଥା, ନୂତନ ଉଦ୍ଭାବନ ଇତ୍ୟାଦି ମଧ୍ୟ ଜାଣି ହେବ। ଇନ୍ଦ୍ରିୟ ନିୟନ୍ତ୍ରଣ ସହ ମୋବାଇଲ ସୁପରିଚାଳନାର ଦକ୍ଷତା ଆବଶ୍ୟକ। ବିଳାସସାମଗ୍ରୀ ଭାବରେ କେବଳ ମନୋରଞ୍ଜନ ବା ସମୟ କାଟିବା ପାଇଁ ଏହାର ମାତ୍ରାଧିକ ବ୍ୟବହାର ବ୍ୟକ୍ତି ଓ ଜାତି ପାଇଁ କାଳ ହେଉଛି। ଉତ୍ତରାଧିକାରୀମାନଙ୍କୁ ମୋବାଇଲର ନକାରାତ୍ମକ ପ୍ରଭାବଠାରୁ ଦୂରେଇ ନ ରଖିଲେ ଭବିଷ୍ୟତରେ ଆମେ ଓ ଆମ ଦେଶ ପଛୁଆ ହେବା ସହ ଆମ ଉତ୍ତରାଧିକାରୀଙ୍କ ଭବିଷ୍ୟତ ଅସ୍ବାସ୍ଥ୍ୟ, ଅଜ୍ଞାନତାରୂପୀ ଅନ୍ଧାରକୁ ଠେଲି ହୋଇଯିବ ଏଥିରେ ସନ୍ଦେହ ନାହିଁ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ- ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri