କେନାଲରୁ ମଣିଷ ଖପୁରି ଜବତ

ଜଗତ୍‌ସିଂହପୁର ଅଫିସ,୪।୪: ଜଗତ୍‌ସିଂହପୁର ଥାନା ମାର୍କଣପୁର ଅନ୍ତର୍ଗତ ବଡ଼ବାଗ ନିକଟ ଶୁଖିଲା ମାଛଗଁା କେନାଲରୁ ଶନିବାର ଗୋଟିଏ ମଣିଷ ଖପୁରି ଜବତ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ମାମଲା (ନଂ. ୧୮/୨୨) ରୁଜୁ କରାଯାଇଛି। ଉକ୍ତ ଖପୁରିକୁ ପରୀକ୍ଷା ପାଇଁ କଟକସ୍ଥିତ ଫୋରେନ୍‌ସିକ ଲାବରେଟାରିକୁ ପଠାଯାଇଛିି। ଖପୁରିଟି ବଡ଼ବାଗ ଅଞ୍ଚଳର ରାମଚନ୍ଦ୍ର ସାହୁଙ୍କର ବୋଲି ଆଶଙ୍କା କରାଯାଉଛି। ବ୍ରାଉନ୍‌ସୁଗାର କାରବାରକୁ ନେଇ ଗତ ଅକ୍ଟୋବରରେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହାପରେ ଏକ ଅଖାରେ ତାଙ୍କୁ ଭର୍ତ୍ତି କରି ଅଭିଯୁକ୍ତମାନେ ଉକ୍ତ କେନାଲରେ ପିଙ୍ଗି ଦେଇଥିଲେ। ସେତେବେଳେ କେନାଲରେ ପାଣି ଥିଲା। ଦଳଯୋଗୁ ଅଖାଟି ଭାସି ପାରି ନ ଥିଲା। ପରବର୍ତ୍ତୀ ସମୟରେ ଅଖା ସହ ରାମଚନ୍ଦ୍ରଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା। ମାତ୍ର ତାଙ୍କ ମୁଣ୍ଡ ମିଳି ନ ଥିଲା। ଏବେ କେନାଳ ପାଣି ଶୁଖିବା ପରେ ମିଳିଥିବା ଖପୁରିକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନ୍ୟତା ଅପେକ୍ଷାରେ କାଇଁଝରୀ ଜଳପ୍ରପାତ

କେନ୍ଦୁଝର, ୬ା୧(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ଭରି ରହିଛି ବହୁ ଅନାଲୋଚିତ ପ୍ରାକୃତିକ ଜଳପ୍ରପାତ । ସେଥି ମଧ୍ୟରୁ ବାଂଶପାଳ ବ୍ଲକ ଅନ୍ତର୍ଗତ ତଳବାଲି ନିକଟରେ ବିଲାରୀଗୋଠ ପାହାଡ଼ରେ...

ସୁରକ୍ଷା ଦେଇପାରୁନାହାନ୍ତି ସରକାର

ବଇଣ୍ଡା,୧୨।୬(ଡି.ଏନ.ଏ.) ଗଛ କଟା ବିରୋଧରେ ଏବେ ସବୁଠି ଶାଣିତ ହେଉଛି ସ୍ବର। ପରିବେଶ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ସମସ୍ତେ କରୁଛନ୍ତି ଦାବି। ଚାରା ରୋପଣରେ ଅଟକି...

କରୋନା ମୁକାବିଲା: ୩ ସ୍ବାସ୍ଥ୍ୟ କେନ୍ଦ୍ରକୁ ୫ ଲକ୍ଷ ଦେଲେ ନୀଳଗିରି ବିଧାୟକ

ସଜନାଗଡ଼, ୭।୪( ଡି.ଏନ୍‌.ଏ): ମହାମାରୀ କରୋନା ମୁକାବିଲା ଲାଗି ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀର ବିଧାୟକ ଇଂ.ସୁକାନ୍ତ କୁମାର ନାୟକ ୩ ସ୍ବାସ୍ଥ୍ୟ କେନ୍ଦ୍ରକୁ ୩...

ଜନଧନ ଟଙ୍କା ପାଇଁ ଖଟିଆରେ ଟଣା ହେଲେ ଶତାୟୁ ମହିଳା

ନୂଆପଡ଼ା ଅଫିସ,୧୩ା୬-ଜନଧନ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଜଣେ ଶତାୟୁ ମହିଳାଙ୍କୁ ଖଟିଆରେ ଶୁଆଇ ଟାଣି ଟାଣି ବ୍ୟାଙ୍କ ସମ୍ମୁଖକୁ ଅଣାଯିବା ଘଟଣା ଏଠାରେ ତୀବ୍ର ପ୍ରତିକ୍ରିୟା...

ବ୍ଲାକ୍‌ରୋଜରେ ପିଟିହୋଇ ବୁଡ଼ିଲା ବୋଟ୍‌ ୫ ମତ୍ସ୍ୟଜୀବୀ ଉଦ୍ଧାର, ୨ ନିଖୋଜ

ପାରାଦୀପ,୨୬ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ସଂଲଗ୍ନ ସମୁଦ୍ର ଆଙ୍କରେଜରେ ବୁଡିରହିଥିବା ବ୍ଲାକ୍‌ରୋଜ ଜାହାଜ ଯୋଗୁ ସୋମବାର ଦୁର୍ଘଟଣା ଘଟିଛି। ମା’ ମିନୁ ନାମକ ମାଛଧରା ବୋଟ୍‌ ମାଛଧରା...

ପରୀ ହତ୍ୟା ମାମଲା: ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ ଅଫିସ, ୧୬।୧୨: ନୟାଗଡ଼ ଜିଲାର କୁନି ଝିଅ ପରୀ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ବୁଧବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି।...

ମାଟ୍ରିକ ପରୀକ୍ଷା ଫଳ: କେନ୍ଦୁଝର ଜିଲାରେ ପାସ ହାର ୭୧.୪୬%

କେନ୍ଦୁଝର, ୨୧ା୫(ସ୍ବ.ପ୍ର.): ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲାରେ ପାସ ହାର ୭୧.୪୬% ରହିଥିବା ଜିଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର...

ଦାରିଙ୍ଗବାଡ଼ିରେ ମୃଦୁ ଭୂମିକମ୍ପ

ଦାରିଙ୍ଗବାଡ଼ି,୪।୬(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଗୁରୁବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଅପରାହ୍ନ ପ୍ରାୟ ୨ଟା ୫୭ ମିନିଟ୍‌ରେ ଶବ୍ଦ ହେବା ସହ ଭୂମି ଥରି...

Advertisement
Archives

Model This Week