୨୦୨୨ରେ ଏହି ୪ ରାଶିର ବ୍ୟକ୍ତିଙ୍କୁ ଧନୀ କରିବ ଶୁକ୍ର; ମିଥୁନ-କନ୍ୟାଙ୍କ ପାଇଁ କଷ୍ଟକର…

ଜନ୍ମକୁଣ୍ଡଳୀରେ ଶୁକ୍ରଙ୍କ ସ୍ଥିତି ମଜଭୂତ ଥିଲେ ଯେକେହି ଜୀବନ ସୁଖସ୍ବାଚ୍ଛନ୍ଦ୍ୟରେ ଅତିବାହିତ କରେ। ବୃଷ ଏବଂ ତୁଳା ରାଶିର ସ୍ବାମୀ ଶୁକ୍ର ଭୌତିକ ସୁଖର କାରକ। ତେବେ ଆସୁଥିବା ନୂତନ ବର୍ଷ ୨୦୨୨ରେ ଶୁକ୍ର ମୋଟ ୧୫ ଥର ରାଶି ପରିବର୍ତ୍ତନ କରିବେ। ଏହାର ଆରମ୍ଭ ଜାନୁୟାରୀ ୪ରୁ ହେବ। ଏହି ଦିନ ଶୁକ୍ର ଧନୁ ରାଶିରେ ପ୍ରବେଶ କରିବେ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏପରି ଚଳନ ଯୋଗୁ ମେଷ, ବୃଷ, ଧନୁ, ମକର ରାଶିର ଜାତକଧାରୀ ମାଲାମାଲ ହେବେ।

ମେଷ ରାଶି: ଆର୍ଥିକ ସ୍ଥିତି ଭଲ ରହିବ। ସମ୍ପତ୍ତି ଲାଭ ଯୋଗ ରହିଛି। ଜମିଜମାରେ ନିବେଶ କଲେ ଲାଭ ମିଳିବ। କରଜ ମୁକ୍ତ ହେବେ।

ବୃଷ ରାଶି: ଧନର ଆଗମନ ନିରନ୍ତର ରହିବ। ବର୍ଷର ମଧ୍ୟଭାଗରେ ସମ୍ପତ୍ତି ଲାଭର ଯୋଗ ରହିଛି। ନିଜ ଖର୍ଚ୍ଚ ଏବଂ କରଜ ଦେବା ଉପରେ ଧ୍ୟାନ ଦେବାକୁ ହେବ।

ମିଥୁନ ରାଶି: ଆର୍ଥିକ ସ୍ଥିତି ମଧ୍ୟମ ରହିବ। ଜୀବନର ସାମାନ୍ୟ ଆବଶ୍ୟକତା ପୂରଣ ହେବ। ଟଙ୍କାପଇସା ନିବେଶ ଏବଂ ସମ୍ପତ୍ତି ମାମଲାରେ ସାବଧାନ ରହିବେ। ଧନ ଲାଭ କଲେ ହେଁ ନିୟମିତ ଭାବେ କିଛି ନା କିଛି ଦାନ କରନ୍ତୁ।

କର୍କଟ ରାଶି: ଆର୍ଥିକ ସ୍ଥିତିରେ ଧିରେ ଧିରେ ସୁଧାର ଆସି । ଏହି ବର୍ଷ ସମ୍ପତ୍ତି ଲାଭର ଯୋଗ ରହିଛି। ଅଟକି ଥିବା ଅର୍ଥ ପ୍ରାପ୍ତ ହେବ।

ସିଂହ ରାଶି: ଆରମ୍ଭରୁ ଧନକୁ ନେଇ ସମସ୍ୟା ଉପୁଜିପାରେ। ହେଲେ ଧିରେ ଧିରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସମ୍ପତ୍ତିରେ ନିର୍ମାଣ ଏବଂ କ୍ରୟର ଯୋଗ ରହିଛି।

କନ୍ୟା ରାଶି: ଏହି ବର୍ଷ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ହେଲେ ଖର୍ଚ୍ଚ ପରିମାଣ ବଢ଼ିବ। ଏଥିନେଇ ଜୁଆ, ଲଟେରୀ ଆଦିରୁ ନିବୃତ୍ତ ରୁହନ୍ତୁ।

ତୁଳା ରାଶି: ଆର୍ଥିକ ସ୍ଥିତିକୁ ନେଇ ପ୍ରାରମ୍ଭରୁ କଠିନ ସମସ୍ୟା ଦେଖାଦେଇପାରେ। ହେଲେ ଆବଶ୍ୟକତା ପୂରଣ ହୋଇଯିବ। ସମ୍ପତ୍ତି କିଣାବିକା ସମୟରେ ସାବଧାନତା ଅବଲମ୍ବନ କରିବେ।

ବିଛା ରାଶି: ନିୟମିତ ଧନଆଗମନ ହେବ। ଅଟକିଥିବା ଧନ ପ୍ରାପ୍ତ ହେବ।ହେଲେ ଏହି ବର୍ଷ ଦେଖାଣଆ ଭାବେ ଧନ ବରବାଦ କରନ୍ତୁ ନାହିଁ।

ଧନୁ ରାଶି: ଆର୍ଥିକ ସ୍ଥିତି ଭଲ ରହିବ। ସମ୍ପତ୍ତି ଲାଭର ଯୋଗ ରହିଛି। ଋଣ ପରିଶୋଧ କରିବା ଏବଂ ଟଙ୍କାପଇସା ନେଣଦେଣ ଉପରେ ଧ୍ୟାନ ଦେବେ।
ମକର ରାଶି: ଚାକିରି ଏବଂ କାରୋବାର ଉଭୟରେ ଉନ୍ନତି ପରିଲକ୍ଷିତ ହେବ। ସମ୍ପତ୍ତି କିଣାବିକାର ଯୋଗ ରହିଛି। ପୁରୁଣା ଉଧାର ସୁଝିବେ।

କୁମ୍ଭ ରାଶି: ଆର୍ଥିକ ସ୍ଥିତି ଭଲ ରହିବ। ଧନ ଯେତେ ଆସିବ, ଖର୍ଚ୍ଚ ସେହି ମାତ୍ରାରେ ବଢ଼ିବ। ଏଣୁ ଦେଖିଚାହିଁ ଖର୍ଚ୍ଚ କରିବେ।

ମୀନ ରାଶି: ଆର୍ଥିକ ସ୍ଥିତି କେବେ ଭଲ କେବେ ଖରାପ ରହିବ। ହେଲେ ଆବଶ୍ୟକତା ପୂରଣ ହୋଇଯିବ। ଏହି ବର୍ଷ ଧନ ସଞ୍ଚୟ ଉପରେ ବିଶେଷଭାବେ ଧ୍ୟାନ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri