୨୦୨୨ରେ ଏହି ୪ ରାଶିର ବ୍ୟକ୍ତିଙ୍କୁ ଧନୀ କରିବ ଶୁକ୍ର; ମିଥୁନ-କନ୍ୟାଙ୍କ ପାଇଁ କଷ୍ଟକର…

ଜନ୍ମକୁଣ୍ଡଳୀରେ ଶୁକ୍ରଙ୍କ ସ୍ଥିତି ମଜଭୂତ ଥିଲେ ଯେକେହି ଜୀବନ ସୁଖସ୍ବାଚ୍ଛନ୍ଦ୍ୟରେ ଅତିବାହିତ କରେ। ବୃଷ ଏବଂ ତୁଳା ରାଶିର ସ୍ବାମୀ ଶୁକ୍ର ଭୌତିକ ସୁଖର କାରକ। ତେବେ ଆସୁଥିବା ନୂତନ ବର୍ଷ ୨୦୨୨ରେ ଶୁକ୍ର ମୋଟ ୧୫ ଥର ରାଶି ପରିବର୍ତ୍ତନ କରିବେ। ଏହାର ଆରମ୍ଭ ଜାନୁୟାରୀ ୪ରୁ ହେବ। ଏହି ଦିନ ଶୁକ୍ର ଧନୁ ରାଶିରେ ପ୍ରବେଶ କରିବେ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏପରି ଚଳନ ଯୋଗୁ ମେଷ, ବୃଷ, ଧନୁ, ମକର ରାଶିର ଜାତକଧାରୀ ମାଲାମାଲ ହେବେ।

ମେଷ ରାଶି: ଆର୍ଥିକ ସ୍ଥିତି ଭଲ ରହିବ। ସମ୍ପତ୍ତି ଲାଭ ଯୋଗ ରହିଛି। ଜମିଜମାରେ ନିବେଶ କଲେ ଲାଭ ମିଳିବ। କରଜ ମୁକ୍ତ ହେବେ।

ବୃଷ ରାଶି: ଧନର ଆଗମନ ନିରନ୍ତର ରହିବ। ବର୍ଷର ମଧ୍ୟଭାଗରେ ସମ୍ପତ୍ତି ଲାଭର ଯୋଗ ରହିଛି। ନିଜ ଖର୍ଚ୍ଚ ଏବଂ କରଜ ଦେବା ଉପରେ ଧ୍ୟାନ ଦେବାକୁ ହେବ।

ମିଥୁନ ରାଶି: ଆର୍ଥିକ ସ୍ଥିତି ମଧ୍ୟମ ରହିବ। ଜୀବନର ସାମାନ୍ୟ ଆବଶ୍ୟକତା ପୂରଣ ହେବ। ଟଙ୍କାପଇସା ନିବେଶ ଏବଂ ସମ୍ପତ୍ତି ମାମଲାରେ ସାବଧାନ ରହିବେ। ଧନ ଲାଭ କଲେ ହେଁ ନିୟମିତ ଭାବେ କିଛି ନା କିଛି ଦାନ କରନ୍ତୁ।

କର୍କଟ ରାଶି: ଆର୍ଥିକ ସ୍ଥିତିରେ ଧିରେ ଧିରେ ସୁଧାର ଆସି । ଏହି ବର୍ଷ ସମ୍ପତ୍ତି ଲାଭର ଯୋଗ ରହିଛି। ଅଟକି ଥିବା ଅର୍ଥ ପ୍ରାପ୍ତ ହେବ।

ସିଂହ ରାଶି: ଆରମ୍ଭରୁ ଧନକୁ ନେଇ ସମସ୍ୟା ଉପୁଜିପାରେ। ହେଲେ ଧିରେ ଧିରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସମ୍ପତ୍ତିରେ ନିର୍ମାଣ ଏବଂ କ୍ରୟର ଯୋଗ ରହିଛି।

କନ୍ୟା ରାଶି: ଏହି ବର୍ଷ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ହେଲେ ଖର୍ଚ୍ଚ ପରିମାଣ ବଢ଼ିବ। ଏଥିନେଇ ଜୁଆ, ଲଟେରୀ ଆଦିରୁ ନିବୃତ୍ତ ରୁହନ୍ତୁ।

ତୁଳା ରାଶି: ଆର୍ଥିକ ସ୍ଥିତିକୁ ନେଇ ପ୍ରାରମ୍ଭରୁ କଠିନ ସମସ୍ୟା ଦେଖାଦେଇପାରେ। ହେଲେ ଆବଶ୍ୟକତା ପୂରଣ ହୋଇଯିବ। ସମ୍ପତ୍ତି କିଣାବିକା ସମୟରେ ସାବଧାନତା ଅବଲମ୍ବନ କରିବେ।

ବିଛା ରାଶି: ନିୟମିତ ଧନଆଗମନ ହେବ। ଅଟକିଥିବା ଧନ ପ୍ରାପ୍ତ ହେବ।ହେଲେ ଏହି ବର୍ଷ ଦେଖାଣଆ ଭାବେ ଧନ ବରବାଦ କରନ୍ତୁ ନାହିଁ।

ଧନୁ ରାଶି: ଆର୍ଥିକ ସ୍ଥିତି ଭଲ ରହିବ। ସମ୍ପତ୍ତି ଲାଭର ଯୋଗ ରହିଛି। ଋଣ ପରିଶୋଧ କରିବା ଏବଂ ଟଙ୍କାପଇସା ନେଣଦେଣ ଉପରେ ଧ୍ୟାନ ଦେବେ।
ମକର ରାଶି: ଚାକିରି ଏବଂ କାରୋବାର ଉଭୟରେ ଉନ୍ନତି ପରିଲକ୍ଷିତ ହେବ। ସମ୍ପତ୍ତି କିଣାବିକାର ଯୋଗ ରହିଛି। ପୁରୁଣା ଉଧାର ସୁଝିବେ।

କୁମ୍ଭ ରାଶି: ଆର୍ଥିକ ସ୍ଥିତି ଭଲ ରହିବ। ଧନ ଯେତେ ଆସିବ, ଖର୍ଚ୍ଚ ସେହି ମାତ୍ରାରେ ବଢ଼ିବ। ଏଣୁ ଦେଖିଚାହିଁ ଖର୍ଚ୍ଚ କରିବେ।

ମୀନ ରାଶି: ଆର୍ଥିକ ସ୍ଥିତି କେବେ ଭଲ କେବେ ଖରାପ ରହିବ। ହେଲେ ଆବଶ୍ୟକତା ପୂରଣ ହୋଇଯିବ। ଏହି ବର୍ଷ ଧନ ସଞ୍ଚୟ ଉପରେ ବିଶେଷଭାବେ ଧ୍ୟାନ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି: ୧୧ ଡିସେମ୍ୱର ପର୍ଯ୍ୟନ୍ତ ରହିବାକୁ ହେବ ସତର୍କ, ଆରମ୍ଭ ହେଲା ଘୋର ଶନିଦଶା!

ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ଏବେ ୧୧ ଡିସେମ୍ୱରରେ ଶନି ମାର୍ଗୀ ହେବେ। ଏହି ସମୟ ମଧ୍ୟରେ ଶନିଙ୍କର ବକ୍ରୀ ଚଳନ ୫ଟି…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?