ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ଅଫିସ,୨୫।୧: ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ମଙ୍ଗଳବାର ଜବତ କରାଯାଇଛି। ରାଜ୍ୟ ଅବକାରୀ ଫ୍ଲାଇଂସ୍କ୍ବାଡ୍‌ କଟକ ଅଧ୍ୟୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ସାମନ୍ତରାପୁରର ରାଜେନ୍ଦ୍ର ପୃଷ୍ଟିଙ୍କ ଘର ଓ ପ୍ରାଣୀଧନ ଚିକିତ୍ସାଳୟ ନିକଟ ପରିବା ଦୋକାନରୁ ଅବକାରୀ ପୋଲିସ ଏହି ବ୍ରାଉନସୁଗାର ଜବତ କରିଛି। ଅବକାରୀ ବିଭାଗ ତାଙ୍କୁ ଗିରଫ ପରେ ଅଧିକ ପଚରାଉଚରା ପାଇଁ
ଖୋର୍ଦ୍ଧାସ୍ଥିତ ଅବକାରୀ କାର୍ଯ୍ୟାଳୟକୁ ନେଇଛନ୍ତି। ଏ ନେଇ ଅବକାରୀ ଅଧ୍ୟୀକ୍ଷକ ପଟେଲ କୁହନ୍ତି, ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ସାମନ୍ତରାପୁରସ୍ଥିତ ରାଜେନ୍ଦ୍ରଙ୍କ ଘରେ ଚଢ଼ାଉ କରାଯାଇଥିଲା। ପରେ ତାଙ୍କୁ ଧରି ପ୍ରାଣୀଧନ ଚିକିତ୍ସାଳୟ ନିକଟ ତାଙ୍କ ପରିବା ଦୋକାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି। ଏହି ବ୍ରାଉନସୁଗାର କୋଲକାତାରୁ ବାଲେଶ୍ବର ଜଳେଶ୍ବର ଦେଇ ଖୋର୍ଦ୍ଧା ଆସିଥିଲା। ଏଠାରୁ ବିଭିନ୍ନ ସ୍ଥାନକୁ ସପ୍ଲାଏ କରାଯାଉଛି। ହେଲେ ଖୋର୍ଦ୍ଧାକୁ ନିଶାମୁକ୍ତ ପାଇଁ ଅଭିଯାନ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଲମାଳରେ ପଡ଼ିଛି ଶିଶୁପୁତ୍ରର ମୃତଦେହ

ବଇଣ୍ଡା,୨୫।୫(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତ କଳାପାଟନାଳୀ ନିକଟସ୍ଥ ଅର୍ପତ ଘାଇ ବିଲମାଳରେ ଶନିବାର ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।...

ବନ ବିଭାଗର ନାଲିଆଖିରେ ମତ୍ସ୍ୟଜୀବୀ ଅତିଷ୍ଠ

ଅନୁଗୋଳ ଅଫିସ, ୨୩।୧୨:  ଅନୁଗୋଳ ଜିଲା ସାତକୋଶିଆ ମହାନଦୀ ଗଣ୍ଡ ଅଞ୍ଚଳରେ ମାଛଧରି ପରିବାର ପ୍ରତିପୋଷଣ କରୁଥିବା ମତ୍ସ୍ୟଜୀବୀଙ୍କୁ ବନ ବିଭାଗର ବାରମ୍ବାର ନାଲିଆଖି ଅତିଷ୍ଠ କରୁଛି।...

ମରାମତି ଦାବିରେ ରାଜପଥ ଅବରୋଧ

ବଅଁରପାଳ,୨୬।୧୧(ଡି.ଏନ.ଏ.) – ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୟ ରାଜପଥର ବହୁ ସ୍ଥାନ ଶୋଚନୀୟ ହୋଇପଡିଛି। ଅନୁଗୋଳ ଠାରୁ ଜୋରଗଡ଼ିଆ ପର୍ଯ୍ୟନ୍ତ ଅନେକ ସ୍ଥାନରେ...

ପ୍ରଭାବଶାଳୀଙ୍କ ଜବରଦଖଲରେ ଡ୍ରେନ୍‌

ଜଗତ୍‌ସିଂହପୁର ଅଫିସ, ୨୬ା୨: ନିୟମ ରହିଛି ପ୍ରାକୃତିକ ନାଳ କିମ୍ବା ଡ୍ରେନ୍‌ ରୋକାଯାଇ ପାରିବନାହିଁ। ଏହାର ଗତି ବଦଳାଯିବନି। କେହି ଜବରଦଖଲ କଲେ ଆଇନ ଅନୁଯାୟୀ...

ଜିଆଇ ଟ୍ୟାଗ୍‌ ଅପେକ୍ଷାରେ କାଇଁଚ ଶିଳ୍ପ

କେନ୍ଦ୍ରାପଡ଼ା ଅଫିସ, ୧୦।୪: କେନ୍ଦ୍ରାପଡ଼ା ଜିଲାର କାଇଁଚ ହସ୍ତଶିଳ୍ପ ଜିଆଇ (ଜୋଗ୍ରାଫିକାଲ ଇଣ୍ଡିକେଶନ) ଟ୍ୟାଗ୍‌ ହେବାକୁ ଯାଉଛି। ଏନେଇ ଚେନ୍ନାଇସ୍ଥିତ ଜିଆଇ ପଞ୍ଜୀକରଣ କାର୍ଯ୍ୟାଳୟ ସହିତ...

ହାତୀ ଉପଦ୍ରବ ବଢୁଛି

ଢେଙ୍କାନାଳ ଅଫିସ,୧୨।୬: ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ରୋକିବାରେ ବିଫଳ ହୋଇଛି ବନ ବିଭାଗ। ଏହାକୁ ନେଇ ଅସନ୍ତୋଷ ତୀବ୍ର ରୂପ ଧାରଣ କଲାଣି। ବାରମ୍ବାର...

ଗରିବଙ୍କୁ ଅବହେଳା ପ୍ରତିବାଦରେ ପଦଯାତ୍ରା

ବ୍ରହ୍ମପୁର ଅଫିସ,୬ା୬- କରୋନା ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନରେ ଗରିବ ଓ ପ୍ରବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କ ପ୍ରତି ଉଭୟ ରାଜ୍ୟ...

ଜାଲରେ ପଡ଼ିଲା ଯୁବତୀଙ୍କ ମୃତଦେହ

ବାଲିଆପାଳ/ଲଙ୍ଗଳେଶ୍ୱର, ୩ା୯(ସ୍ବ.ପ୍ର./ଡି.ଏନ.ଏ.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଧୀନ ଜାମକୁଣ୍ଡା ପଞ୍ଚାୟତ ବଡ଼ତାଳପଦା ଗ୍ରାମ ଦେଇ ପ୍ରବାହିତ ଖାଳରୁ ଶୁକ୍ରବାର ମାଛ ଧରିବା ପାଇଁ ବସାଯାଇଥିବା...

Advertisement
Archives

Model This Week