ବିରାଟ ଆହ୍ବାନ

ଉପେନ୍ଦ୍ର ବିଶ୍ୱାଳ

 

ପ୍ରେମ କରୁଥିବା ପୁରୁଷ ବନ୍ଧୁ ସହିତ ମୁମ୍ବାଇରେ ଲିଭ୍‌ ଇନ୍‌ ରିଲେଶନଶିପରେ ରହୁଥିଲା ସୁନ୍ଦରଗଡ଼ର ଜଣେ ଯୁବତୀ। ଦୁର୍ଭାଗ୍ୟବଶତଃ ବୀଭତ୍ସ ହତ୍ୟାର ଶିକାର ହୁଏ ପୁରୁଷ ବନ୍ଧୁ ଦ୍ୱାରା। ଗିରଫ ଯୁବକର ସ୍ବୀକାରୋକ୍ତି ଅନୁଯାୟୀ ଅନ୍ୟମାନଙ୍କ ସହିତ ସମ୍ପର୍କକୁ ସନ୍ଦେହ କରି ହତ୍ୟା କରିବାକୁ ନିଷ୍ପତ୍ତି ନେଲା ସେ। ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ସୁଟକେସ୍‌ ଭିତରେ ଭର୍ତ୍ତିକରି ଫିଙ୍ଗି ଦେଇଥିଲା ମୁମ୍ବାଇର କୁର୍ଲା ରେଳ ଷ୍ଟେଶନ ରୋଡ଼ର ଏକ ଗଳିରେ। ଏହା ହିଁ ହେଉଛି ଆଜିର ଲିଭ୍‌ ଇନ୍‌ ରିଲେଶନଶିପର କରୁଣ ପରିସ୍ଥିତି। ଲିଭ୍‌ ଇନ୍‌ ରିଲେଶନଶିପରେ ରହୁଥିବା ଅନେକ ଯୁବତୀ କେତେବେଳେ ଏହିଭଳି ନୃଶଂସ ହତ୍ୟାର ଶିକାର ହେଲେଣି ତ ଆଉ କେବେ ଭିଡିଓ ଭାଇରାଲ, ଶାରୀରିକ ନିର୍ଯାତନା ଓ ଆର୍ଥିକ ଶୋଷଣ ଆଦି ଶଠତାର ଶିକାର ହେଲେଣି। ତଥାପି ଚେତା ପଶୁନାହିଁ। ଆଜି ଲିଭ୍‌ ଇନ୍‌ ରିଲେଶନଶିପ ମାମୁଲି ଘଟଣା। ପ୍ରେମ ବିବାହ ତ ଅତି ସାଧାରଣ କଥା ଆଜି। ତଥ୍ୟାନୁଯାୟୀ ସହରାଞ୍ଚଳରେ ପ୍ରେମ ବିବାହ ଶତକଡ଼ା ୮୦ ଭାଗରୁ ଅଧିକ ହେଉଥିବା ବେଳେ ବ୍ୟବସ୍ଥିତ (ଆରେଞ୍ଜ୍‌ଡ) ବିବାହର ପରିମାଣ ମାତ୍ର ୨୦ ଭାଗ। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ଯେଉଁ ହାରରେ ବଢୁଛି ପ୍ରେମ ବିବାହ, ସେହି ହାରରେ ବି ବଢ଼ି ବଢ଼ି ଚାଲିଛି ଦାମ୍ପତ୍ୟ କଳହ, ଅଶାନ୍ତି ଓ ଛାଡ଼ପତ୍ର ସଂଖ୍ୟା। ବିବାହ ବିଚ୍ଛେଦ ବି ହେଲାଣି ସାମାନ୍ୟ ଘଟଣା। ଜୀବନରେ ପ୍ରେମ କରିବା ସତେଯେମିତି ବଡ଼ ବାହାଦୁରି, ବୀରତ୍ୱର ବିରାଟପଣ, ଜୀବନର ସବୁଠୁ କୃତିତ୍ୱର ପାଠ! ସ୍କୁଲ, କଲେଜରୁ ଆରମ୍ଭ ହେଲା ଡେଟିଂ। ଡେଟିଂ ପରେ ଅନ୍ଧମୁହାଣୀ ହୁଏ ଦାମ୍ପତ୍ୟ ଜୀବନ, ଯାହାକି ସମାଜ ପାଇଁ ବ୍ୟଥା,ବେଦନାର କାରଣ ସାଜେ। ଏଭଳିସ୍ଥଳେ ବିବାହର ସ୍ଥାୟିତ୍ୱ ଆମ ପାଇଁ ଆଜି ଏକ ବିରାଟ ଆହ୍ବାନ। ବିବାହର ସ୍ଥାୟିତ୍ୱ ଉପରେ ନିର୍ଭର କରେ ପାରିବାରିକ ସୁଖ, ଶାନ୍ତି, ଶୃଙ୍ଖଳା, ସ୍ବାସ୍ଥ୍ୟ। ନିର୍ଭର କରେ ଭବିଷ୍ୟତ ବଂଶଧରଙ୍କ ଭାଗ୍ୟ। ଶୃଙ୍ଖଳିତ ପରିବାର, ସୁସ୍ଥ ଓ ସୁନ୍ଦର ସମାଜ ଉପରେ ନିର୍ଭର କରେ ଗୋଟେ ଦେଶର ଭାଗ୍ୟ ଓ ଭବିଷ୍ୟତ।
ବଢୁଥିବା ବିବାହ ବିଚ୍ଛେଦ ଓ ଲିଭ୍‌ ଇନ୍‌ ରିଲେଶନଶିପ ଘଟଣା ଯୋଗୁ ଭାରତର ଭବିଷ୍ୟତ ବି ଅନ୍ଧକାରମୁହାଁ। ଲିଭ୍‌ ଇନ୍‌ ରିଲେଶନଶିପ, ବିବାହ ବିଚ୍ଛେଦ ଏବଂ ପିଲା ଜନ୍ମ କରିବାକୁ ଝିଅଙ୍କ ଅମଙ୍ଗ ଆଦି କାରଣ ଯୋଗୁ ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି ଜନ୍ମହାର। ପରିଣତିରେ ଆଜିର ‘ଯୁବା ଦେଶ’ ପରିଣତ ହେବାକୁ ଯାଉଛି ‘ବୟସ୍କଙ୍କ ଦେଶ’ରେ। ଉପଯୁକ୍ତ କାରଣ ଯୋଗୁ ତ ଭୀଷଣ ସମସ୍ୟାରେ ସୋଭିଏଟ୍‌ ରୁଷ୍‌, ଚାଇନା, ଜାପାନ, ଦକ୍ଷିଣ କୋରିଆ ଆଦି ଅନ୍ୟାନ୍ୟ ଦେଶ ସମେତ ସମଗ୍ର ୟୁରୋପ ଜଗତ। ୧୯୯୦ରୁ କ୍ରମାଗତ ଭାବେ ଲୋକସଂଖ୍ୟା ହ୍ରାସ ପାଇ ଚାଲିଥିବାରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆବେଗିକ ଭାବେ ଯୁବସମାଜକୁ ନିବେଦନ କରିଛନ୍ତି ଅନୂ୍ୟନ ୫/୬ ଟିରୁ ଅଧିକ ସନ୍ତାନ ଜନ୍ମ କରିବାକୁ। ଏପରିକି ଯେଉଁ ଦମ୍ପତି ଦେଶ ପାଇଁ ୮ଟିରୁ ଅଧିକ ପିଲା ଜନ୍ମଦେବେ ସେମାନଙ୍କୁ ’ଦେଶପ୍ରେମୀ ଦମ୍ପତି’ ଭାବେ ସମ୍ବର୍ଦ୍ଧିତ କରାଯିବ ବୋଲି ନିକଟରେ ଘୋଷଣା କରିଛନ୍ତି। ଏହିସବୁ ଦୃଷ୍ଟିକୋଣରୁ ଏକାଠି ସହାବସ୍ଥାନ ସମ୍ପର୍କକୁ ଛି କରି ଯୁବାବର୍ଗଙ୍କ ପାଇଁ ବିବାହ କରିବା ଅପରିହାର୍ଯ୍ୟ ଆଜି। ଅନ୍ୟଥା ଅନେକ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବ ଆମକୁ।
ଜନ୍ମହାର ହ୍ରାସ ଯୋଗୁ ଆଗାମୀ ଦିନରେ ଯୁବାବର୍ଗଙ୍କ ସଂଖ୍ୟା ହ୍ରାସ ପାଇବା ସହିତ ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ଖୁବ୍‌ ବୃଦ୍ଧି ପାଇବ। ଯୁବସଂଖ୍ୟାର ହ୍ରାସ ଫଳରେ ଶ୍ରମଶକ୍ତିର ହ୍ରାସ ଘଟିବ। ଯା’ଫଳରେ ଦେଶର ଆର୍ଥିକ ସ୍ଥିତି ଉପରେ କୁପ୍ରଭାବ ପଡ଼ିବ। ଆହୁରି ବି ବିସ୍ଫୋରକ ସଂଖ୍ୟାରେ ଥିବା ବୃଦ୍ଧାବୃଦ୍ଧଙ୍କ ସେବା ପାଇଁ ଲୋକଶକ୍ତିର ଘୋର ଅଭାବ ଦେଖାଦେବ। ସେ ତ ଦୂରର କଥା, ସେମାନଙ୍କ ଡାକହାକ ଶୁଣିବାକୁ ବି ତାଙ୍କ ପାଖରେ ହୁଏତ କେହି ନ ଥିବେ। ରାଷ୍ଟ୍ରର ଆବଶ୍ୟକତାକୁ ହୃଦୟଙ୍ଗମ କରି ସେଦିନ ଜର୍ମାନୀ ଯୁବକମାନେ ଯେମିତି ଆଗେଇ ଆସିଥିଲେ, ଠିକ୍‌ ସେମିତି ଭାରତୀୟ ଯୁବସମାଜ ମଧ୍ୟ ଦାୟିତ୍ୱକୁ ହୃଦୟଙ୍ଗମ କରି ଦେଶଭକ୍ତିର ପରିଚୟ ଦେବା ଉଚିତ। ଦିତୀୟ ବିଶ୍ୱ ଯୁଦ୍ଧରେ ଜର୍ମାନୀର ଲକ୍ଷ ଲକ୍ଷ ଯୁବକ ଦେଶ ପାଇଁ ଲଢ଼ି ପ୍ରାଣବଳି ଦେଇଥିଲେ। ସଭିଙ୍କୁ ଘାରିଲା ଆଗାମୀ ପିଢ଼ି ପାଇଁ ଚିନ୍ତା। ଏଣୁ ରାଷ୍ଟ୍ରପତି ହିଟ୍‌ଲରଙ୍କ କଡ଼ା ନିର୍ଦ୍ଦେଶ ଥିଲା- ଜର୍ମାନୀର ପ୍ରତ୍ୟେକ ଯୁବକ ଜଣେ ଯୁବତୀ ପାଇଁ ଜନ୍ମିତ। ଜନସଂଖ୍ୟା ହ୍ରାସ ଜନିତ ସମସ୍ୟା ଦୂରୀକରଣ ମଧ୍ୟ ପ୍ରତିଟି ଯୁବାପ୍ରାଣର ଦାୟିତ୍ୱ। ଦେଶର କୌଣସି ଯୁବତୀଯୁବକ ଯେମିତି ଅବିବାହିତ ନ ରହିବେ, ସେଥିପାଇଁ କଡ଼ା ନିର୍ଦ୍ଦେଶ ଥିଲା ହିଟ୍‌ଲରଙ୍କର। ଜର୍ମାନୀର ଯୁବକମାନେ ସେତେବେଳେ ଏହି ଆହ୍ବାନକୁ ଗ୍ରହଣ କରିଥିଲେ ବୋଲି ୟୁରୋପର ସର୍ବାଧିକ ଦ୍ୱିତୀୟ ବୃହତ୍ତମ ଜନସଂଖ୍ୟାର ଦେଶ ଏବଂ ବିଶ୍ୱର ଅନ୍ୟ ଏକ ବିକଶିତ ଭୂଖଣ୍ଡ ସେ ଦେଶ ଆଜି।
ଦାମ୍ପତ୍ୟ ଜୀବନରେ ଉଭୟ ପକ୍ଷ ମାତାପିତାଙ୍କ ମାତ୍ରାଧିକ ହସ୍ତକ୍ଷେପ ଆଜି। ନବ ଦମ୍ପତିଙ୍କ କଳହକୁ ପ୍ରଶମିତ କରିବା ବଦଳରେ ଏମାନେ ଆହୁରି ଜଟିଳ କରିଥାନ୍ତି। କନ୍ୟା ପାଇଁ ଶ୍ୱଶୁରାଳୟ ହେଉଛି ବାସ୍ତବରେ ବିଶ୍ୱବିଦ୍ୟାଳୟ ସମ। ପିଣ୍ଡଦାନ କରି ପିତ୍ରାଳୟକୁ ପଛ କରି ଆସିଥିବା କନ୍ୟା ପାଇଁ ଶ୍ୱଶୁରାଳୟ ହେଉଛି ବୈକୁଣ୍ଠପୁର ଭଳି। ମାତାପିତା ଯେମିତି ତାଙ୍କ ଦାମ୍ପତ୍ୟ ଜୀବନରେ ହସ୍ତକ୍ଷେପ କରିବାକୁ ସୁଯୋଗ ନ ପାଆନ୍ତି, ସେଥିପ୍ରତି କନ୍ୟାମାନେ ଯତ୍ନବାନ ହେବା ଉଚିତ। ସେମିତି ବି ଘର, ଗୋଷ୍ଠୀ, ଆତ୍ମୀୟସ୍ବଜନ, ଜନ୍ମକଲା ମାଆବାପାଙ୍କୁ ଛାଡ଼ି ସ୍ବାମୀଙ୍କ ଉପରେ ବହୁ ଆଶା ଭରସା ରଖି ନୂଆ ଘରକୁ ଆପଣାଇ ନେଇଥିବା କନ୍ୟାରତ୍ନଟିକୁ ଆତ୍ମୀୟ ପଣରେ ଆଦରି ନେବାରେ କୁଣ୍ଠାବୋଧ କାହିଁକି? ନିଜର ବଡ଼ିମାପଣ ଅବା କର୍ତ୍ତୃତ୍ୱ ଜାହିର କରିବାର ମାନସିକତା ପାଇଁ ଦୁଇଟି ଅମୂଲ୍ୟ ଜୀବନକୁ ବିପର୍ଯ୍ୟସ୍ତ କରିବା ଉଚିତ କି? ଏହି ପରିପ୍ରେକ୍ଷୀରେ ଏପ୍ରିଲ ୨୦୧୮ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରଦତ୍ତ ପରାମର୍ଶ ମଧ୍ୟ ବେଶ୍‌ ପ୍ରଣିଧାନଯୋଗ୍ୟ। ବିବାହ ପରେ ନବ ଦମ୍ପତିଙ୍କୁ କଦାପି ବାଧ୍ୟ କରନ୍ତୁ ନାହିଁ ପରିବାରର ସମସ୍ତଙ୍କ ସହିତ ଏକାଠି ରହିବାକୁ। ଅନ୍ତତଃ କିଛିଦିନ ପାଇଁ ସେମାନେ ସ୍ବାଧୀନ ଭାବେ ଏକାଠି ଯେମିତି ରହିବେ ସେଥିପାଇଁ ତାଙ୍କୁ ପ୍ରୋତ୍ସାହିତ କରିବା ଉଚିତ। ଫଳରେ ସୁଦୃଢ଼ ହେବ ସେମାନଙ୍କ ବନ୍ଧନ। ବନ୍ଧନ ଯେତେ ଦୃଢ଼ ରହିବ, ସେତେ ସୁଖମୟ ହେବ ତାଙ୍କ ଦାମ୍ପତ୍ୟ ଜୀବନ। ନବ ବିବାହିତା ବୋହୂଟିର ମନ ଭିତରେ ଥାଏ ଅନେକ ଶଙ୍କା ଓ ସଂଶୟ। ତା’କୁ ଦୂରକରିବା ଆମ ଦାୟିତ୍ୱ।
ମୋ:୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri