କାନ୍ଦିଲେ ହ୍ରିତିକ!

ମୁମ୍ବାଇ: ବଲିଉଡ୍‌ ନାୟିକା ଜାହ୍ନବୀ କପୁର ଓ ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ ‘ଗୁଞ୍ଜନ ସାକ୍ସେନା ଦ କାରଗିଲ ଗର୍ଲ’ ରିଲିଜ ହୋଇସାରିଛି। ଓଟିଟି ପ୍ଲାଟଫର୍ମରେ ଏହା ରିଲିଜ ହୋଇଛି। ଜାହ୍ନବୀ କପୁରଙ୍କ ଏହା ମୋଷ୍ଟ ଆଓ୍ବେଟେଡ ଫିଲ୍ମ। ଏହା ରିଲିଜ୍‌ ହେବା ପରେ ମିକ୍ସଡ ରିଭ୍ୟୁଜ ମିଳୁଥିବା ଦେଖାଯାଇଛି। ଏହାପରେ ବି ଦର୍ଶକେ ଜାହ୍ନବୀ ଓ ପଙ୍କଜଙ୍କର ପ୍ରଶଂସା କରୁଛନ୍ତି। ଏହାକୁ ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ଦେଖିବା ପରେ ଟୁଇଟର ମାଧ୍ୟମରେ ନିଜର ରିଆକ୍ସନ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ବୁଧବାର ରାତିରେ ସେ ‘ଗୁଞ୍ଜନ ସାକ୍ସେନା ଦ କାରଗିଲ ଗର୍ଲ’ ଫିଲ୍ମ ଦେଖିବା ପରେ ବହୁତ କାନ୍ଦିଛନ୍ତି ଓ ହସିଛନ୍ତି। ତେବେ ଫିଲ୍ମ ପାଇଁ ସେ ସମସ୍ତ ଟିମ୍‌ ମେମ୍ବରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଫିଲ୍ମରେ ଜାହ୍ନବୀ କପୁର ରିୟଲ ଲାଇଫ୍‌ ଓ୍ବାର ହିରୋ ଗୁଞ୍ଜନ ସାକ୍ସେନା ଭୂମିକାରେ ନଜର ଆସିଛନ୍ତି। ୧୯୯୯ କାରଗିଲ ଯୁଦ୍ଧରେ ଗୁଞ୍ଜନ କିପରି ନିଜ ଜୀବନକୁ ବାଜି ଲାଗଇ ଆହତ ସେନାଙ୍କୁ ସାହାଯ୍ୟ କରିବା ସହ ଯୁଦ୍ଧ କ୍ଷେତ୍ରରୁ ମେଡିକାଲ ପର୍ଯ୍ୟନ୍ତ ସାହାଯ୍ୟ କରିଥିଲେ ଏସବୁ କାହାଣୀ ଫିଲ୍ମରେ ଚିତ୍ରିତ କରାଯାଇଛି। ଏଥିରେ ଗୁଞ୍ଜନଙ୍କ ପିତା ଭୁମିକାରେ ନଜର ଆସିଛନ୍ତି ପଙ୍କଜ ତ୍ରିପାଠୀ। ଏହାସହ ଏଥିରେ ତାଙ୍କ ଭାଇ ଚରିତ୍ରରେ ନଜର ଆସିଛନ୍ତି ଆନନ୍ଦ ବେଦୀ। ଏହା ଜାହ୍ନବୀଙ୍କ କ୍ୟାରିୟରର ଦ୍ୱିତୀୟ ଫିଲ୍ମ। ଏହା ପୂର୍ବରୁ ସେ ‘ଧଡକ’ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ।ଏଥିରେ ଇସାନ ଖଟ୍ଟର ଥିଲେ ତାଙ୍କ ନାୟକ।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ଏହି କାରଣ ପାଇଁ ଭାଇଜାନ୍‌ଙ୍କୁ ପସନ୍ଦ କରନ୍ତିନି ଅମିର, ପୂରା ଘଟଣା ଜାଣିଲେ …

ବଲିଉଡ୍‌ ଅଭିନେତା ଅମିର ଖାଁ ଏବଂ ସଲମାନ ଖାଁ କେବଳ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତା ନୁହଁନ୍ତି ବରଂ ଭଲ ବନ୍ଧୁ। ଉଭୟ ପ୍ରାୟ ଏକ ସମୟରେ...

ଜାଣନ୍ତୁ ଆଲିିଆ-ରଣବୀରଙ୍କୁ କ’ଣ ଉପହାର ଦେଲେ ଏକ୍ସ ଗର୍ଲଫ୍ରେଣ୍ଡ

ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି।...

ସଲମାନଙ୍କ ସହ ‘ସ୍ଲୋ ମୋଶନ’ ଗୀତରେ ଦିଶା ପଟାନୀଙ୍କ ଲୁକ୍‌କୁ ନେଇ ବଢ଼ୁଛି ବିବାଦ

ମୁମ୍ବାଇ,୨୯।୪: ସଲମାନ ଖଁ।ଙ୍କ ଅପ୍‌ କମିଂ ଫିଲ୍ମ ଭାରତର ‘ସ୍ଲୋ ମୋଶନ’ ଗୀତକୁ ନେଇ ବିବାଦ ଦେଖାଦେଇଛି। ଏହି ଗୀତରେ ଦବଙ୍ଗ ସଲମାନଙ୍କ ସହ ଦିଶା...

ଆଜି ହାତକୁ ଦି’ହାତ ହେବେ ମୌନୀ

ମୁମ୍ବାଇ: ବିବାହ ବନ୍ଦନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ମୌନୀ ରୟ। ତାଙ୍କ ପ୍ରେମିକା ସୁରଜ ନାମ୍ବିଆରଙ୍କ ସହ ଆଜି ସମସ୍ତ ରୀତିନୀତି ଅନୁଯାୟୀ...

୭୬ ବର୍ଷରେ ବି ଝିଅମାନଙ୍କୁ ଟକ୍କର ଦେଉଛନ୍ତି ତନୁଜା

ବଲିଉଡ୍‌ର ୭୬ ବର୍ଷିୟା ଭେଟେରାନ ଅଭିନେତ୍ରୀ ତନୁଜାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନୀଳ ରଙ୍ଗର ଏକ...

୧୫ କୋଟିର ହିସାବ: ପୁଣି ଇଡ଼ିରେ ହାଜର ହେଲେ ରିଆ

ମୁମ୍ବାଇ, ୧୦।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ରହସ୍ୟର ପର୍ଦ୍ଦାଫାଶ୍‌ ପାଇଁ ଉଦ୍ୟମ ଜାରି ରହିଛି। ଏହା ଅନ୍ତର୍ଗତ ସୁଶାନ୍ତଙ୍କ ଗର୍ଲ ଫ୍ରେଣ୍ଡ୍‌...

ଦୀପିକାଙ୍କ ହ୍ୟାଣ୍ଡବ୍ୟାଗ୍‌ ଦାମ୍‌ ବଦଳରେ କିଣି ହେବ ଦୁଇ ଆଇଫୋନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ସ୍ବାମୀ ରଣବୀର ସିଂ ନିଜ ଫ୍ୟାଶନ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏଥର ମଧ୍ୟ ଏକ ହ୍ୟାଣ୍ଡବ୍ୟାଗ୍‌କୁ...

ଆଉ ହୋଷ୍ଟ କରିବିନି କହିଲେ ଆଦିତ୍ୟ, ଜାଣିଲେ…

ମୁମ୍ବାଇ: ଇଣ୍ଡିଆନ ଆଇଡଲ -୧୨ର ହୋଷ୍ଟ ଏବଂ ଲୋକପ୍ରିୟ ଗାୟକ ଆଦିତ୍ୟ ନାରାୟଣ ହୋଷ୍ଟିଂରୁ ଛୁଟି ନେବେ। ଏକଥା ଆମେ କହୁନୁ। ଆଦିତ୍ୟ ନିଜେ କହିଛନ୍ତି।...

Advertisement
Archives

Model This Week