କିପରି କମିବ କାର୍ବନ ନିର୍ଗମନ

ଓ୍ବାଶିଂଟନ୍‌, ୧୭ା୧୧: ପରିବେଶ ଉପରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ପ୍ରତି ବ୍ୟକ୍ତିଙ୍କ ପ୍ରଭାବ ପଡ଼ିଥାଏ। ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଥିବା ବିଭିନ୍ନ ସାମଗ୍ରୀ ମାଧ୍ୟମରେ କାର୍ବନ ଡାଇଅକ୍ସସାଇଡ୍‌ ବା ଅଙ୍ଗାରକାମ୍ଳ ନିର୍ଗମନ ହୋଇଥାଏ। ଶିଳ୍ପ ବିପ୍ଳବ ପୂର୍ବରୁ ମାନବର କାର୍ଯ୍ୟକଳାପ ଦ୍ୱାରା ସୃଷ୍ଟି ହୋଇଥିବା ଅଙ୍ଗାରକାମ୍ଲକୁୁ ଆମ ଜଙ୍ଗଲ ଶୋଷଣ କରିନେବାରେ ସକ୍ଷମ ଥିଲା। କିନ୍ତୁ ଶିଳ୍ପ ଯୁଗ ଆରମ୍ଭ ପରେ ଇନ୍ଧନର ବହୁଳ ବ୍ୟବହାର, ଜନସଂଖ୍ୟା ବୃଦ୍ଧି, ଜଙ୍ଗଲ ନଷ୍ଟ ଆଦି ପ୍ରମୁଖ କାରଣ ଯୋଗୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜଳବାୟୁରେ ବିପଜ୍ଜନକ ପରିବର୍ତ୍ତନ ରୋକିବାକୁ ପ୍ରତି ବ୍ୟକ୍ତି ଉଦ୍ୟମ କରିବାର ସମୟ ଉପନୀତ। ଛୋଟ ଛୋଟ ପ୍ରଚେଷ୍ଟାରେ ଏ ଦିଗରେ ସଫଳତା ମଧ୍ୟ ମିଳିପାରିବ। କେତେକ ଆବଶ୍ୟକ ପଦକ୍ଷେପ ଆମ ଘରକୁ ପରିବେଶ ଅନୁକୂଳ କରିବାରେ ଯଥେଷ୍ଟ ସାହାଯ୍ୟ କରିପାରିବ।
ପ୍ରଦୂଷଣରେ ଜୀବାଶ୍ମ ଇନ୍ଧନ ମୁଖ୍ୟ କାରକ। ତେଣୁ ନିତିଦିନିଆ ଜୀବନରେ ପ୍ରାକୃତିକ ଗ୍ୟାସ୍‌, ତୈଳ ଆଦି ଉପରେ ନିର୍ଭରଶୀଳତା କମାଇବାକୁ ପଡ଼ିବ। ଘରକୁ ସମ୍ପୂର୍ଣ୍ଣ ବିଦ୍ୟୁତ୍‌କରଣ ସହ ହିଟ୍‌ ପମ୍ପ ବ୍ୟବହାର କରିହେବ। ବିଦ୍ୟୁତ୍‌ ସୃଷ୍ଟି ନିମନ୍ତେ ସୋଲାର ପ୍ୟାନେଲ, ବ୍ୟାଟେରିର ଉପଯୋଗ ବଢ଼ାଇ ହେବ। ଶକ୍ତି ଖର୍ଚ୍ଚକୁ ନିୟନ୍ତ୍ରଣ ନିମନ୍ତେ ଆମେ ଘରେ ସ୍ମାର୍ଟ ମିଟର ବସାଇପାରିବା। ହିଟ୍‌ ପମ୍ପ ଯୋଗେ ଘରୁ ଗରମ ଏବଂ ଥଣ୍ଡା ବାୟୁକୁ ବାହାର କରି ତାପମାତ୍ରା ସନ୍ତୁଳିତ କରିହେବ। ହିଟ୍‌ ପମ୍ପ୍‌ର ବ୍ୟବହାର ଅଧିକାଂଶ ଲୋକଙ୍କ ପକେଟ୍‌କୁ ମଧ୍ୟ ସୁହାଇବ। ଅତ୍ୟଧିକ ଥଣ୍ଡା ପାଣିପାଗରେ ମଧ୍ୟ ଏହା କାର୍ଯ୍ୟ କରିବାରେ ସକ୍ଷମ। ତେବେ କମ୍‌ ତାପମାତ୍ରାରେ ଏହା ଅଧିକ ବିଦ୍ୟୁତ୍‌ଶକ୍ତି ଆବଶ୍ୟକ କରିଥାଏ। ଗ୍ୟାସ୍‌ ଚାଳିତ ଉପକରଣ ବଦଳରେ ଇଣ୍ଡକ୍ସନ ରେଞ୍ଜ୍‌କୁ ଗୁରୁତ୍ୱ ଦେଇପାରିବା। ଏହା ସିଧାସଳଖ ଭାବେ କୌଣସି ପାତ୍ରକୁ ଗରମ କରିବା ପାଇଁ ଚୁମ୍ବକ ବା ମାଗ୍ନନେଟ୍‌ ବ୍ୟବହାର କରେ। ଏହା ଗ୍ୟାସ୍‌ ରେଞ୍ଜ୍‌ଠାରୁ ସାମାନ୍ୟ ମହଙ୍ଗା। ଏଥିପାଇଁ ଅଲଗା ରୋଷେଇ ଶୈଳୀ ଏବଂ ସ୍ବତନ୍ତ୍ର ଉପକରଣ ଆବଶ୍ୟକ। ବିଦ୍ୟୁତ୍‌ଚାଳିତ ଯାନର ମାଲିକ ପ୍ରାୟତଃ ଘରେ ଚାର୍ଜର ଇନ୍‌ଷ୍ଟଲ କରୁଛନ୍ତି, ଯାହା ବାହାରେ ଗାଡ଼ି ଚାର୍ଜ କରିବା ଜନିତ ଖର୍ଚ୍ଚରୁ ବଞ୍ଚାଉଛି। ଏହାଦ୍ୱାରା ବ୍ୟାଟେରି ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁଛି।
ଦିଗରେ ଆମେ ଅଧିକରୁ ଅଧିକ ଟେକ୍ନୋଲୋଜିର ସହାୟତା ନେଇପାରିବା। ସ୍ମାର୍ଟ ମିଟର, ପ୍ୟାନେଲ, ଥର୍ମୋଷ୍ଟାଟ୍‌ ଆଦି କେଉଁ ଜିନିଷ କେତେ ବିଦ୍ୟୁତ୍‌ ଖର୍ଚ୍ଚ କରୁଛି ଏବଂ ଏ ବାବଦରେ ଘରର ମୋଟ ଖର୍ଚ୍ଚ ଆମକୁ ଜଣାଇପାରିବ। ଏହା ଦ୍ୱାରା ସମ୍ପୃକ୍ତ ବ୍ୟକ୍ତି କେଉଁ ସମୟରେ ଗାଡ଼ି ଚାର୍ଜ କରିବା ଭଳି କାର୍ଯ୍ୟରେ ବିଦ୍ୟୁତ୍‌ ଖର୍ଚ୍ଚ କରିପାରିବେ ତାହା ଜାଣିପାରିବେ। ପାଓ୍ବାରଗ୍ରୀଡ୍‌ରୁ ବିଦ୍ୟୁତ୍‌ କିଣିବା ପରିବର୍ତ୍ତେ ଘର ଛାତରେ ସୋଲାର ପ୍ୟାନେଲ ଇନ୍‌ଷ୍ଟଲ କରି ସେଥିରୁ ଉତ୍ପନ ଶକ୍ତି ଖର୍ଚ୍ଚ ହେବ।
ବଗିଚା ସୃଷ୍ଟି କରିବା ଏକ ସର୍ବୋତ୍ତମ ମାଧ୍ୟମ। ଘର ଭିତରେ ମଧ୍ୟ ସ୍ପାଇଡର ପ୍ଲାଣ୍ଟ, ଆଲୋଭେରା ଭଳି ଅମ୍ଳଜାନ ସୃଷ୍ଟିକାରୀ ଗଛ ଲଗାଇପାରିବା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଆପତ୍ତି ସତ୍ତ୍ୱେ ସୁଧୁରୁନି ଆମେରିକା, ପୁଣି କେଜ୍‌ରିଓ୍ବାଲଙ୍କ ଗିରଫକୁ ନେଇ ଏମିତି କହିଲା

ଓ୍ବାଶିଂଟନ୍‌,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଗିରଫଦାରୀ ଉପରେ ଆମେରିକା ପୁଣି ଥରେ ମନ୍ତବ୍ୟ ଦେଇଛି। ଭାରତ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଆମେରିକା ଏଥିରୁ ନିବୃତ୍ତ...

ରାଜକୁମାରୀଙ୍କୁ କ୍ୟାନସର, ତଥାପି ତୁଟୁନି ରାଜ ପରିବାର କଳି

ଲଣ୍ଡନ,୨୮।୩: ବ୍ରିଟିଶ ରାଜ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ମତଭେଦ ବଢିବାରେ ଲାଗିଛି। ରାଜକୁମାରୀ କେଟ ମିଡଲେଟନ କ୍ୟାନସର ରୋଗ ସହ ସଂଗ୍ରାମ କରୁଛନ୍ତି। ଏହି...

୭୦ ହଜାର ସରକାରୀ କର୍ମଚାରୀଙ୍କୁ ଛଟେଇ କରିବେ ସରକାର

ନୂଆଦିଲ୍ଲୀ,୨୭।୩: ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଆଗାମୀ ସମୟରେ ୭୦ ହଜାର କର୍ମଚାରୀଙ୍କୁ ଛଟେଇ କରିବେ ସରକାର। ମାର୍ଚ୍ଚ ୨୬ ରେ ଏକ କାର୍ୟ୍ୟକ୍ରମରେ ସମ୍ବୋଧନ...

ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ

ବ୍ୟାଙ୍କକ୍‌,୨୭ା୩:ଥାଇଲାଣ୍ଡ ପାର୍ଲାମେଣ୍ଟର ନିମ୍ନ ସଦନ ବୁଧବାର ସମଲିଙ୍ଗୀ ବିବାହ ସମ୍ପର୍କିତ ବିଲ୍‌କୁ ମଞ୍ଜୁରୀ ଦେଇଛି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସର ୪୧୫ ସଦସ୍ୟଙ୍କ ମଧ୍ୟରୁ ୪୦୦ ଜଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ ଭାରତ ଅସନ୍ତୋଷ, ଆମେରିକା କୂଟନୀତିଜ୍ଞଙ୍କୁ…

ନୂଆଦିଲ୍ଲୀ,୨7୭।୩: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଏହି ଖବର ଆମେରିକାରୁ ଜର୍ମାନୀ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ...

ଆମେରିକାର ବ୍ରିଜ୍‌ ଭୁଶୁଡିବା ଘଟଣା: ଜାହାଜ କ୍ରୁ ମେମ୍ବରଙ୍କୁ ମିଳିଲା ହିରୋ ଆଖ୍ୟା

ଓ୍ବାଶିଂଟନ୍‌,୨୭।୩: ଆମେରିକାର ମେରିଲ୍ୟାଣ୍ଡସ୍ଥିତ ବାଲଟିମୋର ସହରରେ ଏକ ନଦୀ ଉପରେ ନିର୍ମିତ ବ୍ରିଜ୍‌ ଏକ ଜାହାଜ ସହିତ ଧକ୍କା ହେତୁ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ...

ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ୫ ଚାଇନା ନାଗରିକଙ୍କ ମୃତ୍ୟୁ

ଇସଲାମାବାଦ,୨୬।୩: ପାକିସ୍ତାନରେ ମଙ୍ଗଳବାର ବଡ଼ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟିଛି। ଖେବର୍‌ ପାଖ୍‌ତୁନ୍‌ଖ୍ବାଠାରେ ହୋଇଥିବା ଏହି ଆକ୍ରମଣରେ ୫ ଚାଇନା ନାଗରିକଙ୍କ ସମେତ ୬ଜଣଙ୍କ ମୃତ୍ୟୁ...

ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ମୋଦି ସରକାରଙ୍କୁ ଏମିତି କ’ଣ କହିଲା ଆମେରିକା, ଯାହା ହେଉଛି ଭାଇରାଲ 

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୩: ବାଇଡେନ ପ୍ରଶାସନ ଭାରତର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରୁଛି। ନିକଟରେ ସିଏଏ ଉପରେ ମନ୍ତବ୍ୟ ଦେବା ପରେ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri