‘ତଦନ୍ତ କମିଶନ ସତ୍ତ୍ୱେ ପଦୋନ୍ନତି କେମିତି’

ଭୁବନେଶ୍ବର,୮ା୧୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛତା ଓ ସାଧୁତାର ଆହ୍ବାନକୁ ଗୃହ ବିଭାଗର ଉଚ୍ଚପଦସ୍ଥ ଅଫିସର ବେଖାତିର କରୁଛନ୍ତି। ଏ ବାବଦରେ ସରକାରଙ୍କ ପାଖରେ ତଥ୍ୟ ରହିଛି ନା ଜାଣିଶୁଣି ସରକାର ଏହାକୁ ଏଡ଼େଇ ଯାଉଛନ୍ତି ବୋଲି ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅଖିଳେଶ ଯାଦବ ପ୍ରଶ୍ନ କରିଛନ୍ତି। ଅଖିଳେଶ ସୋମବାର କଂଗ୍ରେସ ଭବନରେ ଏକ ଖବରଦାତା ସମ୍ମିଳନୀ ଜରିଆରେ କହିଛନ୍ତି, ଦୀପ୍ତେଶ ପଟ୍ଟନାୟକ ଯିଏକି ଜଣେ ଆଇପିଏସ ଅଫିସର ସେ ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ। ସେ ସାଧାରଣ ଜନତାଙ୍କ ସେବକ। ଲୋକଙ୍କ ଟିକସ ଅର୍ଥରେ ଦରମାପ୍ରାପ୍ତ ହୁଅନ୍ତି। ମାତ୍ର ତାଙ୍କ କାର୍ଯ୍ୟକ୍ରମକୁ ଯଦି ଅନୁଧ୍ୟାନ କରାଯାଏ, ତେବେ ରାଜ୍ୟର ସାଧାରଣ ଜନତା ଏଥିରେ ଆଶ୍ଚର୍ଯ୍ୟାନ୍ବିତ ହେବେ। ସେ ରାଉରକେଲା ଏସ୍‌ପି ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କ ବିରୋଧରେ ତଦନ୍ତ କମିଶନ ବିସିଥିବା ସତ୍ତ୍ୱେ ତାଙ୍କୁ କିପରି ପଦୋନ୍ନତି ମିଳିଲା। ତାଙ୍କ ପଦୋନ୍ନତିକୁ ଆମ୍ଭେ ନୁହେଁ ରାଜ୍ୟ ଓକିଲ ସଂଘ ମଧ୍ୟ ନିନ୍ଦା କରିଛି। ସେ ଜଣେ ବିଶୃଙ୍ଖଳିତ ଅଫିସର ବୋଲି ପ୍ରମାଣିତ ହୋଇଛି। ତାଙ୍କ ବିରୋଧରେ ନାଇଡ଼ୁ କମିଶନ ତଦନ୍ତ କରୁଥିଲେ। ସରକାରୀ ନିୟମ ଉଲ୍ଲଂଘନ କରି ସେ ବାରମ୍ବାର ବିଦେଶରେ ଅୟେସ କରିଛନ୍ତି। ଏହାର ତଦନ୍ତ ନିତାନ୍ତ ହେବା ଜରୁରୀ। ଏହିସବୁ ବ୍ୟୟବହୁଳ ଜୀବନଶୈଳୀ ଉପରେ ରାଜ୍ୟ ଭିଜିଲାନ୍ସ ଓ କେନ୍ଦ୍ରର ଇଡି ବିଭାଗର ନଜର ଅଛି ନା ନାହିଁ। ତାହା ଜାଣିବା ଦରକାର। ସରକାରୀ ନିୟମ ଅନୁସାରେ ସେ ତାଙ୍କର ସମ୍ପତ୍ତି ତଥ୍ୟ ଏପର୍ଯ୍ୟନ୍ତ ସରକାରଙ୍କୁ କାହିଁକି ଦେଇ ନାହାନ୍ତି। ସରକାର ମଧ୍ୟ ଏହି ଘଟଣାରେ ନୀରବ ରହୁଛନ୍ତି। ଦୀପ୍ତେଶ ପଟ୍ଟନାୟକ ଏକ ଉଦାହରଣ ମାତ୍ର। ଏପରି ଅନେକ ଆଇପିଏସ ଓ ଆଇଏଏସ୍‌ ଅଫିସର ଯିଏକି ଆମ ଟିକସ ପଇସାରେ ଦରମାପ୍ରାପ୍ତ ହୁଅନ୍ତି ସେମାନେ ନିଜ ଦାୟିତ୍ୱ ତୁଲାଇବାରେ ଚରମ ଅବହେଳା ପ୍ରଦର୍ଶନ କରୁଥିବା ବେଳେ ସରକାର ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ଯାଦବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri