‘ତଦନ୍ତ କମିଶନ ସତ୍ତ୍ୱେ ପଦୋନ୍ନତି କେମିତି’

ଭୁବନେଶ୍ବର,୮ା୧୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛତା ଓ ସାଧୁତାର ଆହ୍ବାନକୁ ଗୃହ ବିଭାଗର ଉଚ୍ଚପଦସ୍ଥ ଅଫିସର ବେଖାତିର କରୁଛନ୍ତି। ଏ ବାବଦରେ ସରକାରଙ୍କ ପାଖରେ ତଥ୍ୟ ରହିଛି ନା ଜାଣିଶୁଣି ସରକାର ଏହାକୁ ଏଡ଼େଇ ଯାଉଛନ୍ତି ବୋଲି ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅଖିଳେଶ ଯାଦବ ପ୍ରଶ୍ନ କରିଛନ୍ତି। ଅଖିଳେଶ ସୋମବାର କଂଗ୍ରେସ ଭବନରେ ଏକ ଖବରଦାତା ସମ୍ମିଳନୀ ଜରିଆରେ କହିଛନ୍ତି, ଦୀପ୍ତେଶ ପଟ୍ଟନାୟକ ଯିଏକି ଜଣେ ଆଇପିଏସ ଅଫିସର ସେ ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ। ସେ ସାଧାରଣ ଜନତାଙ୍କ ସେବକ। ଲୋକଙ୍କ ଟିକସ ଅର୍ଥରେ ଦରମାପ୍ରାପ୍ତ ହୁଅନ୍ତି। ମାତ୍ର ତାଙ୍କ କାର୍ଯ୍ୟକ୍ରମକୁ ଯଦି ଅନୁଧ୍ୟାନ କରାଯାଏ, ତେବେ ରାଜ୍ୟର ସାଧାରଣ ଜନତା ଏଥିରେ ଆଶ୍ଚର୍ଯ୍ୟାନ୍ବିତ ହେବେ। ସେ ରାଉରକେଲା ଏସ୍‌ପି ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କ ବିରୋଧରେ ତଦନ୍ତ କମିଶନ ବିସିଥିବା ସତ୍ତ୍ୱେ ତାଙ୍କୁ କିପରି ପଦୋନ୍ନତି ମିଳିଲା। ତାଙ୍କ ପଦୋନ୍ନତିକୁ ଆମ୍ଭେ ନୁହେଁ ରାଜ୍ୟ ଓକିଲ ସଂଘ ମଧ୍ୟ ନିନ୍ଦା କରିଛି। ସେ ଜଣେ ବିଶୃଙ୍ଖଳିତ ଅଫିସର ବୋଲି ପ୍ରମାଣିତ ହୋଇଛି। ତାଙ୍କ ବିରୋଧରେ ନାଇଡ଼ୁ କମିଶନ ତଦନ୍ତ କରୁଥିଲେ। ସରକାରୀ ନିୟମ ଉଲ୍ଲଂଘନ କରି ସେ ବାରମ୍ବାର ବିଦେଶରେ ଅୟେସ କରିଛନ୍ତି। ଏହାର ତଦନ୍ତ ନିତାନ୍ତ ହେବା ଜରୁରୀ। ଏହିସବୁ ବ୍ୟୟବହୁଳ ଜୀବନଶୈଳୀ ଉପରେ ରାଜ୍ୟ ଭିଜିଲାନ୍ସ ଓ କେନ୍ଦ୍ରର ଇଡି ବିଭାଗର ନଜର ଅଛି ନା ନାହିଁ। ତାହା ଜାଣିବା ଦରକାର। ସରକାରୀ ନିୟମ ଅନୁସାରେ ସେ ତାଙ୍କର ସମ୍ପତ୍ତି ତଥ୍ୟ ଏପର୍ଯ୍ୟନ୍ତ ସରକାରଙ୍କୁ କାହିଁକି ଦେଇ ନାହାନ୍ତି। ସରକାର ମଧ୍ୟ ଏହି ଘଟଣାରେ ନୀରବ ରହୁଛନ୍ତି। ଦୀପ୍ତେଶ ପଟ୍ଟନାୟକ ଏକ ଉଦାହରଣ ମାତ୍ର। ଏପରି ଅନେକ ଆଇପିଏସ ଓ ଆଇଏଏସ୍‌ ଅଫିସର ଯିଏକି ଆମ ଟିକସ ପଇସାରେ ଦରମାପ୍ରାପ୍ତ ହୁଅନ୍ତି ସେମାନେ ନିଜ ଦାୟିତ୍ୱ ତୁଲାଇବାରେ ଚରମ ଅବହେଳା ପ୍ରଦର୍ଶନ କରୁଥିବା ବେଳେ ସରକାର ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ଯାଦବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri