ବାସ୍ତୁ ଅନୁସାରେ କେମିତି ହେବା ଦରକାର ଶୋଇବା ଘର; ଜାଣନ୍ତୁ…

ସ୍ବାସ୍ଥ୍ୟ ପାଇଁ ବହୁତ ଆବଶ୍ୟକ ଶୋଇବା। ଶୋଇବା ଘର ଏପରି ଏକ ସ୍ଥାନ, ଯେଉଁଠି ପାଦଦେବା ମାତ୍ରେ ଲାଗେ ଦୁନିଆର ସବୁ ସୁଖ ଗୋଟିଏ ପାଖରେ ତ ଶୋଇବା ଘର ଗୋଟିଏ ପାଖରେ, ତେଣିକି ସେ ଘର କୁଡିଆ ହେଉ କି ମହଲ। ଏପରିକି ଯେତେବେଳେ ସୁଖୀ ଦାମ୍ପତ୍ୟ କଥା ଉଠେ ସେତେବେଳେ ମଧ୍ୟ ଶୋଇବା ଘରର ଭୂମିକା କିଛି କମ୍‌ ନୁହେଁ ବୋଲି କୁହାଯାଇପାରେ। ତେବେ ବାସ୍ତୁ ଅନୁସାରେ ଶୋଇବା ଘର କେମିତି ହେବା ଦରକାର ଆସନ୍ତୁ ଜାଣିବା ସେ ସମ୍ପର୍କରେ…

*ଦାମ୍ପତ୍ୟ ସୁଖ ପାଇଁ ଶୋଇବା ଘର ଦକ୍ଷିଣ ପଶ୍ଚିମ କୋଣରେ କରିବା ଦରକାର।
*ଏହି ଘରେ ସୁମଧୂର ସଙ୍ଗୀତ ବଜାଇଲେ କୁଆଡ଼େ ନିଦ ଭଲ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
*ଖଟକୁ କେବେ ବି କାନ୍ଥରେ ଲଗାନ୍ତୁ ନାହିଁ।
*ଶୋଇବା ଘରେ ଦର୍ପଣ ରଖିବା ଠିକ୍‌ ନୁହେଁ। ଯଦି ଅଛି ଶୃଙ୍ଗାର ପରେ ଦର୍ପଣରେ ପରଦା ପକାଇ ଦିଅନ୍ତୁ। କୁହାଯାଏ, ସ୍ବାମୀସ୍ତ୍ରୀ ଏକତ୍ର ଥିବାବେଳେ ଦର୍ପଣରେ ଛବି ଆସିଲେ ଅଶୁଭ ହେଇଥାଏ।
*ଶୟନ କକ୍ଷରେ ପୂଜାଘର କରିବା ମଧ୍ୟ ଉଚିତ୍‌ ନୁହେଁ।
*ସେହିପରି ଏହି କକ୍ଷରେ କାନ୍ଦୁରା ଚିତ୍ର, ମୃତ ବ୍ୟକ୍ତିଙ୍କ ଚିତ୍ର, ଯୁଦ୍ଧ ଚିତ୍ର ଆଦି ନ ରଖି ପତିପତ୍ନୀଙ୍କ ଖୁସି ସମୟର ଯୁଗଳ ଚିତ୍ର ଯୋଡି କିମ୍ବା ଚଢେଇଙ୍କ ଚିତ୍ର ଅବା ରାଧାକୃଷ୍ଣଙ୍କ ଯୁଗଳ ଚିତ୍ର ରଖିବା ଶୁଭ ହୋଇଥାଏ।
*ଶୋଇବା ଘରର ରଙ୍ଗ ହାଲ୍‌କା ହେଲେ ଭଲ ନିଦ ହୋଇଥାଏ ବୋଲି ବି ବିଶ୍ୱାସ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri