କେମିତି ଜାଣିବେ ଭିଟାମିନ୍‌ ‘ଡି’ ଅଭାବ

ଭିଟାମିନ୍‌ ‘ଡି’ ଆମ ଶରୀର ପାଇଁ ନିହାତି ଆବଶ୍ୟକ। ତେବେ ଏପରି ଭିଟାମିନ୍‌ର ଅଭାବ ହେଲେ କେତେକ ଲକ୍ଷଣ ପ୍ରକାଶ ପାଇଥାଏ। ଜାଣନ୍ତୁ ସେ ସମ୍ପର୍କରେ..

ଅଯଥା ଝାଳ ବୋହିବା : ବେଶି ପରିଶ୍ରମ କଲେ, ଖରା ଦିନରେ କିମ୍ବା ଗରମ ହେଲେ ଆମ ଦେହରୁ ଝାଳ ବାହାରେ। ଏହାଛଡ଼ା ଜିମ୍‌ ଗଲେ ଏବଂ ବ୍ୟାୟାମ କଲେ ମଧ୍ୟ ଝାଳ ବାହାରେ। ଯଦି କିଛି କାମ ନ କରି ଆପଣଙ୍କର ଅତ୍ୟଧିକ ଝାଳ ବାହାରୁଛି, ତେବେ ଶରୀରରେ ଭିଟାମିନ୍‌ ‘ଡି’ ଅଭାବ ଅଛି। ଏଥିପାଇଁ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଦୁର୍ବଳ ଅନୁଭବ କରିବା : ଯଦି ଆପଣଙ୍କୁ ଅଧିକାଂଶ ସମୟ ଦୁର୍ବଳ ଲାଗୁଛି, ତେବେ ତାହା ହୁଏତ ଭିଟାମିନ୍‌ ‘ଡି’ ଅଭାବର ଲକ୍ଷଣ ହୋଇପାରେ। ବିଶେଷଭାବରେ ବୟସ୍କ ବ୍ୟକ୍ତିମାନଙ୍କଠାରେ ଏପରି ଲକ୍ଷଣ ଅଧିକ ଦେଖାଦେଇଥାଏ।
ଅସ୍ଥି ଦୁର୍ବଳ ହେବା : ଆମ ଶରୀରରେ ଭିଟାମିନ୍‌ ‘ଡି’ କମିଗଲେ ତାହାର ପ୍ରଭାବ ଅସ୍ଥି ଉପରେ ପଡ଼ିଥାଏ। ଏହାଦ୍ୱାରା ଅସ୍ଥି ଦୁର୍ବଳ ହୋଇଯାଏ। ଏହି ସମସ୍ୟା ଦୀର୍ଘଦିନ ଧରି ଲାଗି ରହିଲେ ତାହା ଅଷ୍ଟିଓପୋରୋସିସ୍‌ ସମସ୍ୟାର କାରଣ ସାଜିଥାଏ। ତେଣୁ ଏପରି ଲକ୍ଷଣ ଜାଣିବା ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ।
ଡିପ୍ରେସନ : ଭିଟାମିନ୍‌ ‘ଡି’ ଅଭାବ ହେଲେ ତାହାର ପ୍ରଭାବ ଆପଣଙ୍କର ମାନସିକତା ଉପରେ ପଡ଼ିଥାଏ। ଏପରି ସମସ୍ୟା ଦୀର୍ଘଦିନ ଧରି ଲାଗି ରହିଲେ ତାହା ଡିପ୍ରେସନ (ଅବସାଦ) ପରି ସମସ୍ୟା ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri