ଘରୋଇ ଉପାୟରେ ରୁହନ୍ତୁ ଫ୍ରେଶ୍‌

ଖରାଦିନେ ସାଧାରଣତଃ ଝାଳ ବୋହି ଶରୀରରୁ ଦୁର୍ଗନ୍ଧ ବାହାରିଥାଏ। ଏଥିପାଇଁ ମହିଳାମାନଙ୍କ ସୌନ୍ଦର୍ଯ୍ୟ ମଧ୍ୟ ଫିକା ଲାଗିଥାଏ। ତେବେ ବିଭିନ୍ନ ଘରୋଇ ଉପାୟରେ ଝାଳର ଗନ୍ଧ ଦୂରକରି କିଭଳି ଫ୍ରେଶ୍‌ ଅନୁଭବ କରିବେ ଜାଣିରଖନ୍ତୁ….

ଆଳୁକୁ ପତଳା ପତଳା କରି କାଟି କିଛି ସମୟ ପର୍ଯ୍ୟନ୍ତ ଅଣ୍ଡରଆର୍ମ କିମ୍ବା ଅଧିକ ଝାଳ ହେଉଥିବା ସ୍ଥାନରେ ଘଷନ୍ତୁ। ଏହାପରେ ଧୋଇ ଦିଅନ୍ତୁ। ଝାଳର ଗନ୍ଧ କମ୍‌ ହୋଇଯିବ।
ଟମାଟୋ ରସରେ କିଛି ଲେମ୍ବୁରସ ମିଶାଇ ଝାଳ ହେଉଥିବା ସ୍ଥାନରେ ଲଗାଇଲେ ଗନ୍ଧ ଦୂର ହୋଇଥାଏ।
ନଡ଼ିଆତେଲକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଭଲଭାବେ ମସାଜ୍‌ କରନ୍ତୁ। ଏହାପରେ ପାଣିରେ ଧୋଇଦିଅନ୍ତୁ।
ଝାଳର ଗନ୍ଧ ଦୂରକରିବା ପାଇଁ ଆଲୋ ଭେରା ଜେଲ୍‌ ବେଶ୍‌ ଫଳପ୍ରଦ। ଆଲୋ ଭେରା ଜେଲ୍‌କୁ ଅଣ୍ଡରଆର୍ମ ସହିତ ଝାଳ ହେଉଥିବା ସ୍ଥାନରେ ଲଗାଇ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ଧୋଇଦିଅନ୍ତୁ।
ବେକିଂ ସୋଡ଼ାରେ ଲେମ୍ବୁରସ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ଲଗାଇ ୧୦ ମିନିଟ୍‌ ଛାଡ଼ି ଦିଅନ୍ତୁ। ଝାଳ ଗନ୍ଧ ଦୂର ହୋଇଯିବ।
ଆପଲ ସାଇଡର ଭିନେଗାରକୁ ପାଣିରେ ମିଶାଇ ଲଗାଇ କିଛି ସମୟ ପରେ ଧୋଇଦେଲେ ଗନ୍ଧ ଦୂର ହୋଇଥାଏ।
ଦିନକୁ ୨ ଥର ଆଣ୍ଟିବ୍ୟାକ୍ଟେରିଆଲ ସାବୁନ ଲଗାଇ ସ୍ନାନ କରନ୍ତୁ। ତ୍ୱଚାରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇ ଝାଳ ଗନ୍ଧ କମ୍‌ ହୋଇଥାଏ।
ଖରାଦିନେ ସୂତା ଭଳି ନରମ କପଡ଼ାର ପୋଷାକ ପିନ୍ଧନ୍ତୁ। ଫଳରେ ଝାଳ କପଡ଼ାରେ ଲାଗି ଶୀଘ୍ର ଶୁଖିଯିବ ଏବଂ ଗନ୍ଧ କମ୍‌ ହେବ।
ଖରାଦିନେ ମସଲାଯୁକ୍ତ ଖାଦ୍ୟ, ଚିନି, ଆଲ୍‌କହଲ କିମ୍ବା ସିଗାରେଟ୍‌ ନିଅନ୍ତୁ ନାହିଁ। ଏସବୁ ଖାଦ୍ୟ ଶରୀରରେ ଦୁର୍ଗନ୍ଧ ସୃଷ୍ଟି କରିଥାଏ।
ତୁଳସୀ ଓ ନିମ୍ବପତ୍ରକୁ ବାଟି ସେଥିରେ ପେଷ୍ଟ ତିଆରି କରନ୍ତୁ। ଖରାଦିନେ ଏହି ପେଷ୍ଟକୁ ସ୍ନାନ ପୂର୍ବରୁ ଲଗାଇ ଶୁଖିବା ପରେ ସ୍ନାନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri