ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ । କାରଣ ମସ୍ତିଷ୍କକୁ ସୁସ୍ଥ ରଖିବାକୁ ହେଲେ ଭଲ ନିଦ ହେବାର ଆବଶ୍ୟକତା ରହିଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଟୁଇଟ କରି ଏନେଇ ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଇଛନ୍ତି । ଟିପ୍ସ ଦେଉଦେଉ ଡିସିପି ନିଜର ପୁରୁଣା ଦିନର କଥା ମନ ପକାଇଛନ୍ତି ।

ଶୃଙ୍ଖଳିତ ଜୀବନ ଜିଇଁବା କେତେ ଆବଶ୍ୟକ ସେ କଥା କହିଛନ୍ତି ପ୍ରତୀକ ସିଂ । ସୁସ୍ଥ ରହିବାକୁ ହେଲେ ଖାଦ୍ୟ ଯେତିକି ଜରୁରୀ ଶରୀର ଓ ମସ୍ତିଷ୍କକୁ ସେତିକି ବିଶ୍ରାମର ଆବଶ୍ୟକତା ରହିଛି । ଆଉ ଏଥିପାଇଁ ୬ରୁ ୭ ଘଣ୍ଟା ଶୋଇବା ନିହାତି ଦରକାର ବୋଲି ପରାମର୍ଶ ଦେଇଛନ୍ତି ଡିସିପି। ପାଠପଢା ହେଉ ଅବା କର୍ମକ୍ଷେତ୍ର ମଣିଷ ଏଭଳି ବ୍ୟସ୍ତ ହୋଇଗଲାଣି ଯେ, ନିଜ ପାଇଁ ସମୟ ବାହାର କରିବାକୁ ଅସମର୍ଥ ହୋଇଯାଉଛି । ତେଣୁ ନିଜ ସ୍ବାସ୍ଥ୍ୟ ସହ ଖାଦ୍ୟlପେୟର ବି ଯତ୍ନ ନେବାକୁ ଏ ଟୁଇଟ କରି ପରାମର୍ଶ ଦେଇଛନ୍ତି ପ୍ରତୀକ ସିଂ।