କିପରି ନିୟନ୍ତ୍ରଣ କରିବେ ଉଚ୍ଚ ରକ୍ତଚାପ

୨୦୦୬ରୁ ପ୍ରତିବର୍ଷ ମେ’ ୧୭ ତାରିଖକୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବେ ପାଳନ କରାଯାଉଅଛି। ଏ ବିଷୟରେ ସଚେତନ କରାଇବା ଏହି ଦିବସ ପାଳନର ଅସଲ ଉଦ୍ଦେଶ୍ୟ। ତେବେ ଉଚ୍ଚ ରକ୍ତଚାପ ଦ୍ୱାରା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଖରାପ ହେବାର ଆଶଙ୍କା ଥାଏ, ଯେପରି କି ମସ୍ତିଷ୍କ, ହୃତ୍‌ପିଣ୍ଡ, ବୃକ୍‌କ, ଆଖି ଇତ୍ୟାଦି। ତେଣୁ ଉଚ୍ଚ ରକ୍ତଚାପ ଥିବା ରୋଗୀ ନିୟମିତ ଡାକ୍ତରୀ ପରୀକ୍ଷା କରାଇବା ଜରୁରୀ। ଉଚ୍ଚ ରକ୍ତଚାପ ହେବା ପାଇଁ ଜେନେଟିକ୍‌, ଅସନ୍ତୁଳିତ ଖାଦ୍ୟପେୟ, ମେଦବହୁଳତା, ବ୍ୟାୟାମ ଅଭାବ, ମଦ୍ୟ ଏବଂ ସିଗାରେଟ୍‌ ସେବନ ଇତ୍ୟାଦି କାରଣ ମୁଖ୍ୟତଃ ଦାୟୀ। ଡାଇବେଟିସ ଏବଂ କିଡ୍‌ନୀ ରୋଗୀଙ୍କୁ ମଧ୍ୟ ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ଅଧିକ ଥାଏ। ବିଭିନ୍ନ ପ୍ରକାରର ଔଷଧ ଦ୍ୱାରା ଉଚ୍ଚ ରକ୍ତଚାପର ଚିକିତ୍ସା କରାଯାଇଥାଏ। ତେଣୁ ଅବହେଳା ନ କରି ତୁରନ୍ତ ଏବଂ ନିୟମିତ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ କରାଇ ନେବା ଆବଶ୍ୟକ। ‘ପ୍ରିଭେନ୍‌ସନ ଇଜ୍‌ ବେଟର ଦ୍ୟାନ୍‌ କ୍ୟୁଅର’ ତେଣୁ ଯେପରି ଜଣଙ୍କୁ ଉଚ୍ଚ ରକ୍ତଚାପ ନ ହୁଏ, ସେଦିଗରେ ବିଶେଷ ଧ୍ୟାନ ଦେବା ଜରୁରୀ। ଯେପରି କି – ନିୟମିତ ବ୍ୟାୟାମ କରିବା, ଅଧିକ ଚର୍ବିଯୁକ୍ତ ଖାଦ୍ୟ ନ ଖାଇବା, ନିଶା ସେବନଠୁ ଦୂରେଇ ରହିବା, ଠିକ୍‌ ସମୟରେ ସନ୍ତୁଳିତ ଆହାର କରିବା, ଉପଯୁକ୍ତ ନିଦ୍ରା, ମାନସିକ ଚାପ ଓ ଅବସାଦଠାରୁ ଦୂରେଇ ରହିବା, ସମୟ ଅନ୍ତରାଳରେ ରକ୍ତଚାପ, ରକ୍ତଶର୍କରା, ଲିପିଡି ପ୍ରୋଫାଇଲ, ୟୁରିଆ କ୍ରିଏଟିନ୍‌ ଇତ୍ୟାଦି ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

– ଡା. ମୃଣ୍ମୟ କୁମାର ମହାନ୍ତି
(ଏମ୍‌ରଜେନ୍‌ସି ମେଡିସିନ୍‌ ବିଶେଷଜ୍ଞ), ସିଲ୍‌ଭରସିଟି ହସ୍ପିଟାଲ, ଚାଉଳିଆଗଞ୍ଜ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri