କିପରି ନିୟନ୍ତ୍ରଣ କରିବେ ଉଚ୍ଚ ରକ୍ତଚାପ

୨୦୦୬ରୁ ପ୍ରତିବର୍ଷ ମେ’ ୧୭ ତାରିଖକୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବେ ପାଳନ କରାଯାଉଅଛି। ଏ ବିଷୟରେ ସଚେତନ କରାଇବା ଏହି ଦିବସ ପାଳନର ଅସଲ ଉଦ୍ଦେଶ୍ୟ। ତେବେ ଉଚ୍ଚ ରକ୍ତଚାପ ଦ୍ୱାରା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଖରାପ ହେବାର ଆଶଙ୍କା ଥାଏ, ଯେପରି କି ମସ୍ତିଷ୍କ, ହୃତ୍‌ପିଣ୍ଡ, ବୃକ୍‌କ, ଆଖି ଇତ୍ୟାଦି। ତେଣୁ ଉଚ୍ଚ ରକ୍ତଚାପ ଥିବା ରୋଗୀ ନିୟମିତ ଡାକ୍ତରୀ ପରୀକ୍ଷା କରାଇବା ଜରୁରୀ। ଉଚ୍ଚ ରକ୍ତଚାପ ହେବା ପାଇଁ ଜେନେଟିକ୍‌, ଅସନ୍ତୁଳିତ ଖାଦ୍ୟପେୟ, ମେଦବହୁଳତା, ବ୍ୟାୟାମ ଅଭାବ, ମଦ୍ୟ ଏବଂ ସିଗାରେଟ୍‌ ସେବନ ଇତ୍ୟାଦି କାରଣ ମୁଖ୍ୟତଃ ଦାୟୀ। ଡାଇବେଟିସ ଏବଂ କିଡ୍‌ନୀ ରୋଗୀଙ୍କୁ ମଧ୍ୟ ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ଅଧିକ ଥାଏ। ବିଭିନ୍ନ ପ୍ରକାରର ଔଷଧ ଦ୍ୱାରା ଉଚ୍ଚ ରକ୍ତଚାପର ଚିକିତ୍ସା କରାଯାଇଥାଏ। ତେଣୁ ଅବହେଳା ନ କରି ତୁରନ୍ତ ଏବଂ ନିୟମିତ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ କରାଇ ନେବା ଆବଶ୍ୟକ। ‘ପ୍ରିଭେନ୍‌ସନ ଇଜ୍‌ ବେଟର ଦ୍ୟାନ୍‌ କ୍ୟୁଅର’ ତେଣୁ ଯେପରି ଜଣଙ୍କୁ ଉଚ୍ଚ ରକ୍ତଚାପ ନ ହୁଏ, ସେଦିଗରେ ବିଶେଷ ଧ୍ୟାନ ଦେବା ଜରୁରୀ। ଯେପରି କି – ନିୟମିତ ବ୍ୟାୟାମ କରିବା, ଅଧିକ ଚର୍ବିଯୁକ୍ତ ଖାଦ୍ୟ ନ ଖାଇବା, ନିଶା ସେବନଠୁ ଦୂରେଇ ରହିବା, ଠିକ୍‌ ସମୟରେ ସନ୍ତୁଳିତ ଆହାର କରିବା, ଉପଯୁକ୍ତ ନିଦ୍ରା, ମାନସିକ ଚାପ ଓ ଅବସାଦଠାରୁ ଦୂରେଇ ରହିବା, ସମୟ ଅନ୍ତରାଳରେ ରକ୍ତଚାପ, ରକ୍ତଶର୍କରା, ଲିପିଡି ପ୍ରୋଫାଇଲ, ୟୁରିଆ କ୍ରିଏଟିନ୍‌ ଇତ୍ୟାଦି ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

– ଡା. ମୃଣ୍ମୟ କୁମାର ମହାନ୍ତି
(ଏମ୍‌ରଜେନ୍‌ସି ମେଡିସିନ୍‌ ବିଶେଷଜ୍ଞ), ସିଲ୍‌ଭରସିଟି ହସ୍ପିଟାଲ, ଚାଉଳିଆଗଞ୍ଜ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri